No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ରାଜଧାନୀ ସହରରେ ଡ୍ରେନ ସମସ୍ୟା ଭୟଙ୍କର ରୂପ ନେଲାଣି l ରାସ୍ତା ଘାଟ କଥା ନକହିଲେ ଭଲ l ଆଜି ବିଜେପି ରାଜରାସ୍ତାରେ ଏହାର ପ୍ରତିବାଦ କରିବା ସହିତ ଭୁବନେଶ୍ୱର ମହାନଗର ନିଗମ କୁ ତାଗିଦ କରିଛି l ଆଜି ଜୟଦେବ ବିହାର ଅଞ୍ଚଳ ସମେତ ପୁରା ଭୁବନେଶ୍ୱରରେ ଡ୍ରେନ ସମସ୍ୟାର ସ୍ଥାୟୀ ସମାଧାନ ନହେଲେ ପରିସ୍ଥିତି ପାଇଁ ଦାୟୀ ରହିବେ ବିଏମସି ଓ ନଗର ଉନୟନ ବିଭାଗ l ନାଲି ଆଖି ଦେଖାଇ ଟିକସ ଆଦାୟ କରିବା ପାଇଁ କାହା ଘର ଛାଡୁନ, ସେବା କାମ କରିବା ପାଇଁ କାହା ଘର ମାଡ଼ୁନ ?

ଆଜି ଏହି ବିକ୍ଷୋଭ ରେ ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ର ସଭାପତି ବାବୁ ସିଂ, ରାଜ୍ୟ ପ୍ରବକ୍ତା ଉତ୍ତର ଭୁବନେଶ୍ୱର ନେତା ଦିଲ୍ଲୀପ ମହାନ୍ତି, ଜିଲ୍ଲା ସାଧାରଣ ସମ୍ପାଦକ ଦିଲ୍ଲୀପ ବେହେରା, ଅଭିଷେକ ଆଚାର୍ଯ୍ୟ, ହିମାଂଶୁ ଛୋଟରାୟ, ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ଅଞ୍ଜନ ନାଥ, ନିରଞ୍ଜନ ରାଉତରାୟ, ଶ୍ରୀମତୀ କ୍ରିଷ୍ଣା ମିଶ୍ର, ସୁଶାନ୍ତ ସାବତ, ସୁଶାନ୍ତ ଜେନା, ରଶ୍ମି ରଞ୍ଜନ କାନୁନଗୋ, ପ୍ରସନ୍ନ କୁମାର ସାହୁ, ସୁରେଶ ସାହୁ , ଗଙ୍ଗାରାମ ସୋରେନ, ସୁଚିତ୍ରା ବେହେରା, ଚନ୍ଦ୍ରଶେଖର ମଣ୍ଡଳ ସଭାପତି ଦାମୋଦର ବେହେରା, ଶ୍ରୀକୃଷ୍ଣ ମଣ୍ଡଳ ସାଧାରଣ ସମ୍ପାଦକ ସ୍ଵପ୍ନେନ୍ଦୁ ମହାନ୍ତି, କଳ୍ପନା ଦାସ, ଗଦାଧର ପ୍ରଧାନ, ଅଶୋକ ସାହୁ, ଲଷ୍ମୀଧର ସେନାପତି, ବିକାଶ ଦାସ, ପ୍ରମୋଦ ଦୀପ,ସୀଦ୍ଦୀକି ଖାନ, ବଟ କୃଷ୍ଣ ରାଉତ, ସୁଧାଂସୁ ସାମଲ ଓ ସମସ୍ତ ଶ୍ରୀକୃଷ୍ଣ ମଣ୍ଡଳ କାର୍ଯ୍ୟକର୍ତା ଯୋଗଦେଇଥିଲେ।
No Result
View All Result