No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଅଗଷ୍ଟ ବୁଧବାର ) ପଦ୍ମପୁର :- ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ କୋଭିଡ ନିୟମ ପାଳନ କରି ସଂସ୍କୃତ ଦିବସ ପାଳିତ ହେଇ ଯାଇଛି । ଏହି ଉପଲକ୍ଷେ ପ୍ରଥମେ ଏକ ଶାନ୍ତି ହୋମ ଯଜ୍ଞ ମୁଖ୍ୟ ଅତିଥି ସେବାଶ୍ରୀ ଭୋଇ, ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ, ବରଗଡ଼ ଙ୍କ କର କମଳ ରେ କରା ଯାଇଥିଲା । ଆଚାର୍ଯ୍ୟ ବାଚସ୍ପତି ଓ ତାଙ୍କର ଦୁଇ ଶିଷ୍ୟ ଏହି ହୋମ କାର୍ଯ୍ୟ କରିଥିଲେ । ପରେ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ସୁରେଶ ଚନ୍ଦ୍ର ଚୌହାନ ଙ୍କ ସଭାପତିତ୍ୱ ରେ ଏକ ସଭା ଆୟୋଜିତ ହୋଇ ଥିଲା ।

ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ଓ ଅବସରପ୍ରାପ୍ତ ଶିକ୍ଷକ ବୃନ୍ଦବାନ ଦାଶ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଏହି ସଭା ରେ ଶ୍ରୀମତୀ ଭୋଇ ସଂସ୍କୃତ ର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ ଉପରେ ଆଲୋଚନା କରି ଥିଲେ । ବିଦ୍ୟାଳୟ ର ଶିକ୍ଷିକା ମିନତୀ ଦାଶ ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇଥିଲେ । ଏହି ସଭା ରେ ଶିକ୍ଷକ ଚିନ୍ତାମଣୀ ସାହୁ, ଜୀବନନନ୍ଦ ସାହୁ, ମାନସ ରଞ୍ଜନ ଶତପଥୀ, ଦୀପ୍ତିକାନ୍ତ ମଲ୍ଲିକ, ବିଭୁତି ଶତପଥି ଓ ଶିକ୍ଷୟତ୍ରୀ ଜ୍ୟୋତ୍ସ୍ନାରାଣୀ ସାହୁ, ନିଳିମାରଣୀ ମହାନ୍ତି, ପ୍ରଭାତୀ ପଟ୍ଟନାୟକ, ବାସନ୍ତି ସାହୁ, ଜ୍ୟୋତିରେଖା ମହନନ୍ଦ ଉପସ୍ଥିତ ଥିଲେ ।
ସଭା କାର୍ଯ୍ୟ ରେ ଦୁଷ୍ମନ୍ତ ଛତ୍ତର, ନନ୍ଦିନୀ ବାଗ, କମଳା କୁମ୍ଭାର ସହାୟତା କରିଥିଲେ । ପରିଶେଷ ରେ ସୁରେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଏହି ଅବସର ରେ ବିଦ୍ୟାଳୟ ପରିସର ରେ ବୃକ୍ଷରୋପଣ କରା ଯାଇଥିଲା । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result