No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୪ ଅଗଷ୍ଟ ମଙ୍ଗଳବାର )ବରଗଡ଼ :- ବରଗଡ଼ ଜିଲ୍ଲା ପରିଷଦ ଷ୍ଟାଣ୍ଡି କମିଟି ର ବୈଠକ ଆଜି ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । କମିଟି ର ଅଧ୍ୟକ୍ଷ ତଥା ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ମଦନ ଦୀପଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ରେ ଜିଲ୍ଲା ର ବିକାଶ ପାଇଁ ସମସ୍ତ ଅଧିକାରୀ ଏବଂ ଜନ ପ୍ରତିନିଧି ମିଳିମିଶି କାର୍ଯ୍ୟ କରିବାକୁ ଶ୍ରୀ ଦୀପ ଆହ୍ବାନ କରିଥିଲେ। ସଭାରେ ପରିଷଦ ପକ୍ଷରୁ ବିଭିନ୍ନ ଯୋଜନାରେ ଉପରେ ଆଲୋଚନା କରାଯାଇ ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଏଥିରେ ଉଠା ଜଳସେଚନ, ଜଳସେଚନ, ଶିକ୍ଷା, ସ୍ବାସ୍ଥ୍ୟ, ପ୍ରଧାନ ମନ୍ତ୍ରୀ ସଡ଼କ ଯୋଜନା ,
ଗ୍ରାମ୍ୟ ସଡ଼କ ଯୋଜନା, ସ୍କୁଲ ଓ ଅଙ୍ଗନବାଡ଼ି କେନ୍ଦ୍ର, ସ୍ବାସ୍ଥ୍ୟ କେନ୍ଦ୍ର ଗୁଡ଼ିକରେ ଚାଲିଥିବା ନିର୍ମାଣ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । କେନାଲ ରେ ବର୍ଜ୍ୟ ବସ୍ତୁ ଭାସି କେନାଲ ଜାମ ହେବା ଏହାର ପ୍ରତିକାର କରିବାକୁ ଦାବି ହୋଇଥିଲା । ସେହିପରି ବରଗଡ଼ ଘରୋଇ ବସ୍ ଷ୍ଟାଣ୍ଡ ରେ ଏକ ଶୈଚାଳୟ ନିର୍ମାଣ ପାଇଁ ଏକ ପ୍ରସ୍ତାବ ଅଧ୍ୟକ୍ଷା ଶ୍ରୀମତୀ ମୁକ୍ତା ସାହୁ ଉପସ୍ଥାପନ କରିଥିଲେ । ବୈଠକରେ ଜିଲ୍ଲା ର ସମସ୍ତ ବିଭାଗୀୟ ଅଧିକାରୀ ଙ୍କ ସମେତ ପରିଷଦର ସଭ୍ୟ ଶଙ୍କର ଖାଲକୋ,ଉମେଶ ବେହେରା , ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ । ଶେଷରେ ସଭ୍ୟ ସୁବାସ ହୋତା ଧନ୍ୟବାଦ ଅର୍ପଣ କରିଥିଲେ । ( ସତ୍ୟ ନାରାୟଣ ପ୍ରଧାନ )
No Result
View All Result