No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ଭୁବନେଶ୍ୱର :- ରାଜ୍ୟର ଅନେକ ଯୋଜନା ଏବେ ସାରା ଦେଶ ପାଇଁ ରୋଲ୍ ମଡେଲ୍ ସାଜିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାନ ଜନ ଉପକାରୀ ଯୋଜନାକୁ ପରବର୍ତ୍ତୀ ସମୟରେ ଅନ୍ୟ ରାଜ୍ୟ ଓ ପୁରା ଦେଶ ଗ୍ରହଣ କରିଛି । ତେଣୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଯେଉଁ ନୂଆ ରୂପ ନେଇଛି ତାହା ବି ଦେଶ ପାଇଁ ରୋଲ୍ ମଡେଲ । ଓଡ଼ିଶା ଦେଶର ପ୍ରଥମ ରାଜ୍ୟ ଭାବେ ଲୋକମାନଙ୍କୁ ଡିଜିଟାଲ୍ ହେଲଥ୍ କାର୍ଡ଼ ଯୋଗାଇ ଦେବ । ଯେଉଁଥିରେ ପ୍ରତ୍ୟେକ ପରିବାରକୁ ୨ ଟି କାର୍ଡ଼ ମିଳି । ରାଜ୍ୟର ୯୫ ଲକ୍ଷ ପରିବାର ଓ ସାଢ଼େ ୩ କୋଟି ଓଡ଼ିଶାବାସୀ ଏଥିରେ ଉପକୃତ ହେବେ । ଯେଉଁଥିରେ ପରିବାରକୁ ୫ ଲକ୍ଷ ଓ ମହିଳାଙ୍କୁ ୧୦ ଲକ୍ଷ ଚିକିତ୍ସା ସୁବିଧା ପ୍ରତିବର୍ଷ ମିଳିବ ।
ଏବେ ସମୟ ଆସିଛି ଭାରତ ସରକାର ଏହି ଯୋଜନାକୁ ଲାଗୁ କରନ୍ତୁ । କାରଣ ଓଡ଼ିଶା କରିଥିବା ମମତା, କାଳିଆ ଭଳି ଅନେକ ଯୋଜନାକୁ କେନ୍ଦ୍ର ଗ୍ରହଣ କରିଛି । ତେଣୁ ବିଜୁ ସ୍ୱାସ୍ଥ୍ୟ ଯୋଜନାକୁ ମଧ୍ୟ ଆପଣ ଲାଗୁ ନିଶ୍ଚିତ ଲାଗୁ କରିବେ ବୋଲି ଆମର ଆଶା ବୋଲି ବିଜେଡ଼ି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାଶ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହିଥିଲେ । ପ୍ରଣବ ଏପରି ତଥ୍ୟଭିତ୍ତିକ ଓ ସରଳ ଭାବରେ ଆୟୁଷ୍ମାନ ଭାରତ ଓ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମଧ୍ୟରେ ଫରକ ଏବେ ଚର୍ଚ୍ଚାର ବିଷୟ ହୋଇଛି ।
କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଓ ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କେଉଁଟି ଭଲ ଏହାକୁ ନେଇ ଦୀର୍ଘ ୩ବର୍ଷ ଧରି ବାକ୍ବିତଣ୍ଡା ଲାଗି ରହିଛି । କେନ୍ଦ୍ର ସରକାରଙ୍କ ମନ୍ତ୍ରୀ ଭାବରେ ଓଡିଆ ପୁଅ ଧର୍ମେନ୍ଦ୍ର ପ୍ରଧାନ ଏହି ଯୋଜନା ରାଜ୍ୟ ସରକାର ଲାଗୁ କଲେ ରାଜ୍ୟବାସୀ ଉପକୃତ ହେବେ ବୋଲି ବାରମ୍ବାର କହି ଆସୁଛନ୍ତି । ଅନ୍ୟ ପକ୍ଷରେ ଆୟୁଷ୍ମାନ ଭାରତ ଯୋଜନା ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧିକ ପ୍ରଭାବୀ ଓ ଏହା ଲୋକଙ୍କୁ ଅଧିକ ସାହାଯ୍ୟ କରିବ ବୋଲି ରାଜ୍ୟ ବିଜେଡି ନେତାମାନେ ଯୁକ୍ତି ବାଢି ଆସୁଛନ୍ତି ।
No Result
View All Result