No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର ) ବରଗଡ଼,ବରପାଲି :- ବରପାଲି ଗଙ୍ଗାଧର ମେହେର କ୍ଲବ ପରିସରରେ ସମାଜସେବୀ ତଥା ପୂର୍ବତନ ବିଧାୟକ ନିକୁଞ୍ଜ ସିଂ ଙ୍କ ୨୯ ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ମହେନ୍ଦ୍ର କୁମାର ମେହେର ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ବିଜେପୁର ବିଧାୟିକା ରୀତା ସାହୁ ଅତିଥି ଭାବେ ଯୋଗ ଦେଇଥିଲେ । ନିଜ ଦେଶର ସମୃଦ୍ଧି ପାଇଁ, ପୃଥିବୀ ର ମଙ୍ଗଳ ପାଇଁ ମଣିଷ ର ସୁନ୍ଦର ଜୀବନ ପାଇଁ ସ୍ବପ୍ନ ଦେଖୁଥିବା ମଣିଷ ର ଦୁଇ ଆଖି ରୁ କିପରି ସ୍ନେହ ଝରେ ସେ କଥା ନିକୁଞ୍ଜ ବାବୁଙ୍କୁ ମନେ ପକିଇଲେ ବୁଝି ହେଉଛି ।

ତାଙ୍କ ସ୍ବପ୍ନ ବିଭାର ହୃଦୟ ର କଥା ଭାବି ବସିଲେ ଅନ୍ତର ଉଦବେଳିତ ହୋଇ ଉଠୁଛି ବୋଲି ବକ୍ତାମାନେ ମତବ୍ୟକ୍ତ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିରେନ୍ଦ୍ର ନାଗ, ନିରଞ୍ଜନ ମେହେର, ରବୀନ୍ଦ୍ର ସାହୁ, ନରେନ୍ଦ୍ର ହୋତା,ସୁବଲ ମାଝୀ, ବଳରାମ ପ୍ରଧାନ ଲାଲ ବିକ୍ରମ ସିଂହ,ତେଜ ରାଜ ଭୋଇ ପ୍ରମୁଖ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଶେଷରେ ହର୍ଷ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ସୁରେନ୍ଦ୍ର ପ୍ରଧାନ କବିତା ପାଠ କରିଥିଲେ। (ସତ୍ୟ ନାରାୟଣ ପ୍ରଧାନ)
No Result
View All Result