No Result
View All Result
ଦୁର୍ନୀତି ର ଗନ୍ତାଘର ଚାନ୍ଦପୁର ସମବାୟ ସମିତି
1. ଅଭ୍ୟନ୍ତର କକ୍ଷ ଅସଜଡ଼ା ସମିତି ସଂପର୍କିତ କୌଣସି ସୂଚନା ଫଳକ ସମିତିର ନାମ ଫଳକ ଇତ୍ୟାଦି ନାହିଁ ନାହିଁରେ ଯାହା ଚାଷୀଙ୍କ ପାଇଁ କାଳ ସାଜିଛି ।
2. ଜିଲ୍ଲା ପ୍ରଶାସନର ଢ଼ିଲା ବ୍ୟବସ୍ଥାର ସୁଯୋଗ ନେଉଛନ୍ତି ସଂପାଦକ । ସାଙ୍ଘାତିକ ଓ ସଂଙ୍ଗୀନ ଅଭିଯୋଗକୁ ଅଣଦେଖା କରୁଛନ୍ତି ବିଭାଗୀୟ ଅଧିକାରୀ ।
3. ଦୈନିକ ରୋକଡ଼ ବହି ଲିଖନ ପ୍ରଭୃତିରେ ଜାଲିଆତି ଦୁର୍ନିତୀ ର ପ୍ରିୟାପ୍ରୀତି ଜଳଜଳ ବାରି ହେଇ ପଡୁଛି ।
ଓଡ଼ିଶା ତାଜା ନ୍ୟୁଜ (୨୧ ଅଗଷ୍ଟ ଶନିବାର )ଚାନ୍ଦପୁର ରିପୋର୍ଟ /ଅଭିମନ୍ୟୁ :- ଓଡ଼ିଶା ତାଜା ନ୍ୟୁଜ୍ ଖବର ପ୍ରସାରଣ କରିବାରେ କିଛିଦିନ ପରେ ପ୍ରଶାସନିକ ଚଳଚଞ୍ଚଳ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । ମାତ୍ର ଏବେ ପୁନଃ ସେଇ ଏକା ମାନ୍ଦା ଅବସ୍ଥା I ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ନିଯୁକ୍ତ ପରିଦର୍ଶକ,ଭାରପ୍ରାପ୍ତ ପ୍ରଶାସକ ଓ ସମିତି ସମ୍ପାଦକଙ୍କ ମିଳିତ ଅପଚେଷ୍ଟା ଆଜି ସମିତି ଅଧୋଗତିର ମୁଖ୍ୟ କାରଣ I ବିବାଦ ବିତର୍କ ସମସ୍ୟା ଓ ଅନେକ ଅସଂଗତିରେ ଲିପ୍ତ ସମ୍ପାଦକ ବେଖାତିର ଓ ବେଫିକର ହୋଇ ବସି ରହିଛନ୍ତି ଯାହା ଫଳରେ ଉପରୋକ୍ତ ଅଧିକାରୀ ଦ୍ଵୟ ସଂପାଦକଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କୁ ସମବାୟପ୍ରେମୀ ଦୃଢ ନିନ୍ଦା କରିଛନ୍ତି ।
ସମିତିର ଆମୂଳଚୁଳ ତଦନ୍ତ ଓ ଜନଶୁଣାଣୀ କିମ୍ବା ସର୍ବସାଧାରଣ ବୈଠକ ଏଠାରେ କାହିଁକି ହେଉନାହିଁ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗାଁ ପରିମଳ… ନ୍ୟାୟରେ ରାସ୍ତା ଉପରୁ ସମିତିର ଦୃଶ୍ୟ ନ କହିବା ଭଲ । ଅଭ୍ୟନ୍ତର କକ୍ଷ ଅସଜଡ଼ା ସମିତି ସଂପର୍କିତ କୌଣସି ସୂଚନା ଫଳକ ସମିତିର ନାମ ଫଳକ ଇତ୍ୟାଦି ନାହିଁ ନାହିଁରେ ଯାହା ଚାଷୀଙ୍କ ପାଇଁ କାଳ ସାଜିଛି | ଜିଲ୍ଲା ପ୍ରଶାସନର ଢ଼ିଲା ବ୍ୟବସ୍ଥାର ସୁଯୋଗ ନେଉଛନ୍ତି ସଂପାଦକ I ସାଙ୍ଘାତିକ ଓ ସଂଙ୍ଗୀନ ଅଭିଯୋଗକୁ ଅଣଦେଖା କରୁଛନ୍ତି ବିଭାଗୀୟ ଅଧିକାରୀ I
ପୂର୍ବରୁ ଏ ସଂକ୍ରାନ୍ତରେ ବିସ୍ତାରିତ ଖବର ପ୍ରକାଶିତ ହୋଇସାରିଛି ମାତ୍ର ସାଧାରଣ ଜନତା ସେବାରୁ ବଞ୍ଚିତ । ଦୁର୍ନିତି ଓ କୁପରିଚାଳନା ପାଇଁ ଉଲିଖିତ ତ୍ରିକୋଣୀୟ ଅସାଧୁମେଣ୍ଟ ପ୍ରତ୍ୟକ୍ଷଦାୟୀ ଅଟନ୍ତି । ଋଣ ଲଗାଣ , ପୁନଃ ଲଗାଣ ,ଗୋଷ୍ଠୀ ଋଣ ପ୍ରଦାନ,ବ୍ୟବସାୟିକ ଋଣ,ମହିଳାଗୋଷ୍ଠୀ ଋଣ ପ୍ରଦାନ ,ଧାନ ପଞ୍ଜିକରଣ,ଦୈନିକ ରୋକଡ଼ ବହି ଲିଖନ ପ୍ରଭୃତିରେ ଜାଲିଆତି ଦୁର୍ନିତୀ ର ପ୍ରିୟାପ୍ରୀତି ଜଳଜଳ ବାରି ହେଇ ପଡୁଛି I
ଉଜୁଡ଼ା ବ୍ୟବସ୍ଥା ସଜାଡ଼ି ହେବ କେବେ ଅସନ୍ତୋଷ ଦାନା ବାନ୍ଧୁଛି ଆଗକୁ ବଡ଼ ଧରଣର ଜନ ଆକ୍ରୋଶର ଶିକାର ଉକ୍ତ ସମିତି ସଂପାଦକ ହେବାର ନିଶ୍ଚିତ ସମ୍ଭାବନା ରହିଛି I ୫ଟି ବିଭାଗ ଅଧିନରେ ରହିଥିବା ଏହି ସମିତିର ଭାଗ୍ୟ ସୁଧୁରିବ କେବେ ? କେଉଁଦିନ ଉଚିତ ସେବା ସ୍ବଛତାର ସହ ହେବ ଦେଖିବାକୁ ବାକି ରହିଲା ।
No Result
View All Result