No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୦ ଅଗଷ୍ଟ ଶୁକ୍ରବାର ) ବରଗଡ଼ :- ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ରାଜ୍ୟ ସରକାର ଘୋଷଣା କରିଥିବା ଓବିସିଙ୍କ ପାଇଁ ୨୭% ସଂରକ୍ଷଣ ପ୍ରସ୍ତାବକୁ ଓଡିଶା ରାଜ୍ୟ ଓବିସି ସୁରକ୍ଷା ମଂଚ ପ୍ରତ୍ୟାଖ୍ୟାନ କରୁଛି ବୋଲି ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ମ°ଚର ଉପସ୍ଥିତ କର୍ମକର୍ତ୍ତା ମାନେ କହିଥିଲେ। ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଉକ୍ତ ସମ୍ମିଳନୀରେ ଓବିସିଙ୍କ ବିଗତ ବର୍ଷ ରେ ଜନଗଣନା ହୋଇଥିବା ତାଲିକା କୁ ପ୍ରକାଶନ କରିବାକୁ ଦାବି କରିଥିଲେ ।
ପ୍ରତ୍ୟେକ କ୍ଷେତ୍ରରେ ଯଥା ପଂଚାୟତ, ବିଧାନସଭା, ଲୋକସଭା, ସରକାରୀ, ବେସରକାରୀ ସଂସ୍ଥା ସହ ଶିକ୍ଷାନୁଷ୍ଠାନ ରେ ପଛୁଆ ବର୍ଗଙ୍କୁ ଜନସଂଖ୍ୟା ଭିତ୍ତିରେ ବର୍ଦ୍ଧିତ ସ୍ଥାନ ସଂରକ୍ଷଣ କରିବାକୁ ସୁରକ୍ଷା ମଂଚ ଦାବୀ କରିଛି । ସେହିପରି ପଛୁଆ ବର୍ଗ ପାଇଁ ଓବିସି ସୁରକ୍ଷା ଆଇନ ପାରିତ କରିବା ସହ ଓଡ଼ିଶା ରେ ଏସଇବିସି ସଂରକ୍ଷଣ ନିୟମକୁ ପ୍ରତ୍ୟାହାର କରିବା ଓ ଓବିସି ସଂରକ୍ଷଣ ନିୟମ ଓଡ଼ିଶାରେ ଲାଗୁ କରିବାକୁ ମଂଚ ଦାବୀ କରିଛି ।
ସଭାପତି ଷଡାନନ ଭୋଇ, ଉପସଭାପତି ପଦ୍ମଲୋଚନ ସାହୁ, ସମ୍ପାଦକ ବିରେନ୍ଦ୍ର ବାଗ, ବରିଷ୍ଠ ସଭ୍ୟ ଅଶୋକ ପସାୟତ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ ।ଆସନ୍ତା ସେପ୍ଟେମ୍ବର ମାସରେ ଏକ ରାଲି ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ରେ ଏକ ସ୍ମାରକପତ୍ର ଦେବାକୁ ମଂଚ ପକ୍ଷରୁ ସୂଚନା ଦେଇଥିଲେ । (ସତ୍ୟ ନାରାୟଣ ପ୍ରଧାନ )
No Result
View All Result