No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୯ ଅଗଷ୍ଟ ଗୁରୁବାର ) ବରଗଡ଼ :–ବରଗଡ଼ ସାମ୍ବାଦିକ ସଂଘ ପକ୍ଷରୁ ବିଶ୍ଵ ଫଟୋଗ୍ରାଫି ଦିବସ ପାଳନ ଅବସରରେ ଆଜି ଜିଲ୍ଲା ର ୭ ଜଣ ବୟୋଜ୍ୟେଷ୍ଠ ଫଟୋଗ୍ରାଫରଙ୍କୁ ଏବଂ ମିଡ଼ିଆ ରେ କାର୍ଯ୍ୟରତ ଯୁବ ଫଟୋଗ୍ରାଫର ମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସଂଘ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭା ରେ ସଭ୍ୟମାନେ ଉପସ୍ଥିତ ରହି ଆଜି ର ମହାନ୍ ଦିବସ ପାଳନ ସଂପର୍କରେ ଆଲୋକପାତ କରିଥିଲେ।
ଏଥିରେ ସଂଘର ବରିଷ୍ଠ ସଭ୍ୟ ପ୍ରସନ୍ନ ମିଶ୍ର, ଉପ ସଭାପତି ବିରେନ୍ଦ୍ର ପ୍ରଧାନ, ସମ୍ପାଦକ ପ୍ରେମାନନ୍ଦ ଖମାରୀ,ସହ ସମ୍ପାଦକ ପ୍ରବୀଣ ସାହୁ,ଜିଭି ରାଓ, ଉମେଶ ବିଶ୍ବାଳ, ରାଜେଶ ସରାଫ,ରମଣୀ ବେହେରା, ମହେନ୍ଦ୍ର କୁମାର ସାହୁ, ଧ୍ରୁବ କର୍ମୀ, ସୁଦାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result