No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ଖୋର୍ଦ୍ଧାଜିଲ୍ଲା ଜଟଣୀ ବ୍ଲକ :- ଆଜି ଖୋର୍ଦ୍ଧାଜିଲ୍ଲା ଜଟଣୀ ବ୍ଲକ ଅନ୍ତର୍ଗତ ତିରିମଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କୁ ସରକାରଙ୍କ ଦ୍ୱାରା ପ୍ରଦତ୍ତ ପୋଷାକ, ଜୋତା ଓ ମାସ୍କ ବଣ୍ଟନ କରାଯାଇଛି। କୋଭିଡ ନିୟମକୁ ଦୃଷ୍ଟିରେ ରଖି ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ସରପଞ୍ଚ ମମତା ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ପ୍ରହଲ୍ଲାଦ ସାହୁ,ପ୍ରଧାନ ଶିକ୍ଷକ ପ୍ରଦ୍ୟୁମ୍ନ ବେହେରା,
ସି ଆର ସି ପ୍ରତାପ ବେହେରାବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟ, ସଭ୍ୟା ଏବଂ ଶିକ୍ଷକ,ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ ଏଥିରେ ୧୬୦ ଜଣ ଛାତ୍ରଙ୍କୁ ଦୁଇଯୋଡ଼ା ପ୍ୟାଣ୍ଟ,,ସାର୍ଟ,ଯୋତା ଓ ମାସ୍କ ସେହିପରି ୧୭୬ ଜଣ ଛାତ୍ରୀଙ୍କୁ ଦୁଇଯୋଡ଼ା ଡ୍ରେସ ସହିତ ମାସ୍କ, ଯୋତା ଓ ନାପକୀନ ଦିଆଯାଇଥିଲା। ସୂଚନାଯୋଗ୍ୟ ସରକାରଙ୍କ ଦ୍ୱାରା ଜଣକ ପିଛା ୬୦୦ ଟଙ୍କା ମିଳିଥିଲା ସେହି ଅନୁସାରେ ଉପରୋକ୍ତ ସାମଗ୍ରୀ ଛାତ୍ର, ଛାତ୍ରୀ ମାନଙ୍କୁ ବଣ୍ଟନ କରାଗଲା । (ଖୋର୍ଦ୍ଧା-ଜଟଣୀରୁ ଇଫତେଖାର ଅଲ୍ଲୀଙ୍କ ରିପୋର୍ଟ)
No Result
View All Result