No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୮ ଅଗଷ୍ଟ ବୁଧବାର ) ବରଗଡ଼ :- ସ୍ବାଧୀନତା ସଂଗ୍ରାମୀ ବହ୍ନି କନ୍ୟା ପାର୍ବତୀ ଗିରି ଙ୍କ ୨୬ ତମ ପବିତ୍ର ଶ୍ରାଦ୍ଧ ଦିବସ ପଞ୍ଚବଟୀ ଅନୁଷ୍ଠାନ ପକ୍ଷରୁ ପାଳିତ ହୋଇଯାଇଛି। ଏହି ଅବସରରେ ଆଜି ସକାଳୁ ବରଗଡ଼ ସହର ମହାତ୍ମାଗାନ୍ଧୀ ମାର୍ଗ ସ୍ଥିତ ପାର୍ବତୀ ଗିରି ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ପଞ୍ଚବଟୀ ଅନୁଷ୍ଠାନ ର ଆବାହକ ଓ ବଡ଼ ମାଁ ସିନେମା ର ନିର୍ଦ୍ଦେଶକ ଲିଟୁ ମହାନ୍ତିଙ୍କ ନେତୃତ୍ବରେ ଚଳଚ୍ଚିତ୍ର ର କଳାକାରମାନେ ଉପସ୍ଥିତି ରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ ।

ଏଥିରେ ଅତିଥି ଭାବେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ବିଜେଡି ର ନଗର ସଭାପତି କିଶୋର ମିଶ୍ର,ବରିଷ୍ଠ ସାମ୍ବାଦିକ ସୁରେନ୍ଦ୍ର ହୋତା,ସିନେ କଳାକାର ପୃଥିରାଜ ନାଏକ, ଚୈତନ୍ୟ ପାଇକ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ପଞ୍ଚବଟୀ ଅନୁଷ୍ଠାନ ର କାର୍ଯ୍ୟାଳୟ ଠାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଥିଲା ।

ଆବାହକ ଲିଟୁ ମହାନ୍ତିଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ସଭାରେ ଅତିଥି ଭାବେ ସକାଳ ଖବର କାଗଜର ବରଗଡ଼ ଜିଲ୍ଲା ମୁଖ୍ୟ ସୁରେନ୍ଦ୍ର ହୋତା ଯୋଗ ଦେଇ ସ୍ବାଧୀନତା ସଂଗ୍ରାମ ରେ ପାର୍ବତୀ ଗିରି ଙ୍କ ଅବଦାନ ସଂକ୍ରାନ୍ତରେ ଆଲୋକପାତ କରିଥିଲେ। ଅନ୍ୟ ଅତିଥି ଭାବେ ଅଭିନେତା ପୃଥି ରାଜ ନାଏକ ଯୋଗଦାନ କରିଥିଲେ। ଶ୍ରାଦ୍ଧୋତ୍ସବରେ ବଡ ମାଁ ଚଳଚ୍ଚିତ୍ର ର ସମସ୍ତ କଳାକାର ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result