No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ବରଗଡ଼ :- ଆମେ ସ୍ବାଧିନତା ର ୭୫ତମ ସ୍ବାଧୀନତା ଦିବସ ପାଳନ କରୁଛୁ । ଅଗଷ୍ଟ ୧୪, ୧୯୪୭ ମଧ୍ୟ ରାତ୍ର ପର୍ଯ୍ୟନ୍ତ ଆମେ ବ୍ରିଟିଶ ଶାସନ ଅଧିନରେ ପ୍ରଜା ଥିଲେ। କିନ୍ତୁ ଠିକ ମଧ୍ୟ ରାତ୍ର ରେ ଆମେ ମହାନ ରାଷ୍ଟ୍ର ଭାରତର ଏକ ମୁକ୍ତ ନାଗରିକ ଭାବରେ ବଞ୍ଚିବା ଆରମ୍ଭ କରିଥିଲେ। ଏହି ସ୍ବାଧୀନତା ଦିବସ ପାଳନ ଅବସରରେ ସମସ୍ତ ସ୍ବାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ବଳିଦାନକୁ ମନେପକାଇବା ।

ସେହି ମହାନ୍ ସଂଗ୍ରାମୀ ମାନେ ଯାହା ଆମକୁ ଦେଇ ଯାଇଛନ୍ତି, ତାହା ଆମେ ପରିଶୋଧ କରିପାରିବା ନାହିଁ। ତେଣୁକରି ଆସନ୍ତୁ ଆଜିର ଦିନରେ ଦେଶମାତୃକାର ଭଲ ଚିନ୍ତା କରି ଦେଶ ଓ ସମାଜ କୁ ଆଗେଇ ନେବା ବୋଲି ବରିଷ୍ଠ ସାମ୍ବାଦିକ ସତ୍ୟ ନାରାୟଣ ପ୍ରଧାନ କାରୁଣ୍ୟ ବିଦ୍ୟାଳୟ ରେ ପତାକା ଉତ୍ତୋଳନ କରି ମତ ବ୍ୟକ୍ତ କରିଥିଲେ। କୋଭିଡ କଟକଣା ମଧ୍ୟରେ କେବଳ ଶିକ୍ଷୟତ୍ରୀ ମାନଙ୍କ ଉପସ୍ଥିତି ରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । (ସତ୍ୟ ନାରାୟଣ ପ୍ରଧାନ)
No Result
View All Result