No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୫ ଅଗଷ୍ଟ ରବିବାର ) ପଦ୍ମପୁର :- ବରଗଡ଼ ଜିଲ୍ଳା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱର ପୁର ଗ୍ରାମରେ ଫ୍ରେଣ୍ଡସ କ୍ଲବ ଦ୍ଵାରା ୭୫ ତମ ସ୍ବାଧିନତା ଦିବସ କୋଭିଡ ନିୟମ ଅନୁଯାୟୀ ପାଳିତ ହେଇଯାଇଛି । ଏଥିରେ ଗ୍ରାମର ଅବସର ପ୍ରାପ୍ତ ସରକାରୀ ଡାକ୍ତର ଡା. ରାଜୀବ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦାନ ଦେଇ ପତାକା ଉତ୍ତୋଳନ କରିଥିଲେ । ଏହା ପରେ କ୍ଲବର ସଦସ୍ୟମାନଙ୍କ ଦ୍ଵାରା ଜାତୀୟ ସଙ୍ଗୀତ ଗାନ କରିଥିଲେ ଓ ବକ୍ତବ୍ୟରେ ଡା. ପଟ୍ଟନାୟକ କ୍ଲବର ସଦସ୍ୟ ମାନଙ୍କୁ ଏଭଳି ଏକ ବିଶ୍ବବ୍ୟାପୀ ମହାମାରୀ ର ପ୍ରତିକୂଳ ପରିସ୍ଥିତିରେ ଏକ ଉନ୍ନତ ଏବଂ ସୁସ୍ଥ ଗଠନ ଦିଗରେ ଅନୁପ୍ରାଣିତ କରିଥିଲେ ।
ଏହା ପରେ ପରିବେଶ ସୁରକ୍ଷା ନିମନ୍ତେ କ୍ଲବର ସଦସ୍ୟ ମାନଙ୍କ ଦ୍ଵାରା ଗ୍ରାମର ସରକାରୀ ଡାକ୍ତରଖାନା,ସରକାରୀ ବିଦ୍ୟାଳୟ ଏବଂ ଅନ୍ୟନ ସ୍ଥାନରେ ଔଷଧୀୟ ବୃକ୍ଷମାନ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏଥିରେ ଶ୍ରୀ ଦୁଷ୍ମନ୍ତ ସାହୁ, କ୍ଲବ ସଭାପତି ବିକାଶ ଚନ୍ଦ୍ର ସାହୁ , ଦେବାଶିଷ ସାହୁ,ପ୍ରମୋଦ ସାହୁ, କିଶୋର ବାରିକ,ପଙ୍କଜ ସାହୁ,ଆଲୋକ ସାହୁଙ୍କ ସମେତ ଅନ୍ୟ ସହକର୍ମୀ ଗଣ ଉପସ୍ଥିତ ଥିଲେ । (ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result