No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ବରଗଡ଼ :- ବରଗଡ଼ଠାରେ ଓଡ଼ିଶା ରାଜ୍ଯ ଓବିସି ସୁରକ୍ଷା ମଞ୍ଚର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ମଞ୍ଚର ସଭାପତି ଶ୍ରୀଯୁକ୍ତ ଷଡ଼ାନନ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଡ଼ ବୀରେନ୍ଦ୍ର କୁମାର ବାଗ ଯାଦବ ଓ ବରିଷ୍ଠ ସଦସ୍ଯ ଏଡଭୋକେଟ୍ ଶଶିଭୂଷଣ ପ୍ରଧାନ ମଞ୍ଚାସୀନ ଥିଲେ । ବରଗଡ଼ର ବିଭିନ୍ନ ଅଞ୍ଚଳର ଓବିସି ସୁରକ୍ଷା ମଞ୍ଚର ସଦସ୍ଯମାନେ ମଞ୍ଚର ସଂପ୍ରସାରଣ ତଥା ଓବିସି ବର୍ଗର ଅଧିକାର ପାଇଁ ଆବଶ୍ଯକ ପଦକ୍ଷେପ ଉପରେ ନିଜ ନିଜର ବକ୍ତବ୍ଯ ରଖିଥିଲେ ।
ପଶ୍ଚିମ ଓଡ଼ିଶାର ସମସ୍ତ ଜିଲ୍ଲାରେ ଜିଲ୍ଲା କମିଟି ଗଠନ, ବରଗଡ଼ ଜିଲ୍ଲାର ସମସ୍ତ ବ୍ଲକରେ ବ୍ଲକସ୍ତରୀୟ କମିଟି ଗଠନ, ଜାତିଭିତ୍ତିକ ଜନଗଣନା କରି ତଦ୍ ଅନୁଯାୟୀ ଓବିସି ବର୍ଗକୁୁ ସଂରକ୍ଷଣ, ଓବିସି ଏଟ୍ରୋସିଟି ଆଇନ ତିଆରି ପାଇଁ ମତ ପ୍ରକାଶ ପାଇଥିଲା । ବୈଠକରେ କୋଷାଧ୍ୟକ୍ଷ ବୀରବଲ ମହାକୁର, ସଂଯୋଜକ କ୍ଷୀରୋଦ୍ର ବାଗ, ଭବାନୀ ସାହୁ, ବୀରେନ୍ଦ୍ର ପ୍ରଧାନ, ଦାମୋଦର ସରାଫ, ଗୌରଚନ୍ଦ୍ର ଖମାରୀ, ଜୟବିହାରୀ ବେହେରା, ହରିହର ପ୍ରଧାନ, ଅଶୋକ କୁମାର ପଶାୟତ, ରମାକାନ୍ତ ବେହେରା,ଅନିରୁଦ୍ଧ ବାଗ, ପ୍ରମୋଦ କୁମାର ମହାକୁର ଓ ଅନ୍ଯ ବହୁ ସଦସ୍ଯ ଉପସ୍ଥିତ ଥିଲେ । ପରିଶେଷରେ ଉପ ସଭାପତି ପଦ୍ମଲୋଚନ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ )
No Result
View All Result