No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ଉଦୟପୁର ପଞ୍ଚାୟତ ଅଧିନରେ ଥିବା ଶିକର ଗୋଚ୍ଛା ଗ୍ରାମର ବିଜୟ ବେହେରା ଆବାସ ଯୋଜନା ରେ ଘର ନ ମିଳିବାରୁ ବ୍ଲକ୍ ସମ୍ମୁଖରେ ଧାରଣା ଦେଇଛନ୍ତି । ବିଜୟ ଙ୍କ କହିବା ଅନୁଯାୟୀ ଘରଟିଏ ପାଇଁ ପଞ୍ଚାୟତ ଠାରୁ ବ୍ଲକ୍ ପର୍ଯ୍ୟନ୍ତ ଦୌଡ଼ି ଦୋୖଡି ନୟାନ୍ତ ହେଲିଣି ହେଲେ କେହି କର୍ଣ୍ଣପାତ କରୁନାହାନ୍ତି । ଏସ ଇ ସିସି ତାଲିକାରେ ୪୨୧ ନମ୍ୱର୍ ରେ ତାଙ୍କ ନାମ ଥିଲା।କିନ୍ତୁ ଅଜିପର୍ଯ୍ୟନ୍ତ୍ ଘରଟିଏ ମିଳିପାରିଲା ନାହିଁ ।
ତେଣୁ ବାଧ୍ୟହୋଇ ବ୍ଲକ୍ ସମ୍ମୁଖରେ ଧାରଣା ଦେଲି।ନୂଆଗାଁ ବ୍ଲକ୍ ରେ ଅର୍ଥ କାରବାର ହୋଇ ଛାତ ଘର ଥିବା ଲୋକ ବିଭିନ୍ନ ପଞ୍ଚାୟତ ରେ ପାଇଛନ୍ତି।ଆବାସ ଯୋଜନା ଯାଞ୍ଜ ପାଇଁ ନିଜ ପଞ୍ଚାୟତ ର ପଞ୍ଚାୟତ ର ଅଧିକାରୀ ଙ୍କୁ ସାମିଲ କରାଯାଇଥିବା ଯୋଗୁଁ ଯାଞ୍ଚ୍ ପ୍ରକ୍ରିୟା ଠିକ୍ ଭାବେ ହୋଇନାହିଁ। ତେଣୁ ଏଭଳି ଅଧିକାରୀଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ।ବିଡ଼ିଓ ପ୍ରମୋଦ କୁମାର ନାୟକ ସିକର ଗୋଛା ଗ୍ରାମକୁ ଯାଇ ଅନୁସନ୍ଧାନ ରୁ ଜାଣି ବାକୁ ପାଇଥିଲେ ବିଜୟଙ୍କ ଦୁଇ ବଖରା ଘର ଅଛି।ତେଣୁ ସେ ଆବାସ ଯୋଜନା ପାଇପାରିବେ ନାହିଁ ବୋଲି ବିଡ଼ିଓ କହିଛନ୍ତି । ତେବେ ନୂଆଗାଁ ବ୍ଲକ୍ ର ବିଭିନ୍ନ ପଞ୍ଚାୟତ ରେ ଛାତ ଘର ଥାଇ ଲୋକ ମାନେ କିପରି ଆବାସ ଯୋଜନା ପାଇଛନ୍ତି..? ଏଥିପାଇଁ କେତେ ଟଙ୍କା କାରବାର ହୋଇଛି? କେଉଁ ଅଧିକାରୀ ଏଥିରେ ସାମିଲ ଅଛନ୍ତି? ଏଥିପ୍ରତି ଭିଜିଲାନ୍ସ ତଦନ୍ତ ହେବା ନିହାତି ଆବଶ୍ୟକ ବୋଲି ଜନ ସାଧାରଣ ରେ ଦାବୀ ହେଉଛି । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)
No Result
View All Result