No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ହରିପୁର ପଞ୍ଚାୟତ ଜୟପୁର ଗ୍ରାମବାସୀ ବିଦ୍ୟାଳୟ ବନ୍ଦ ନ ହେବାପାଇଁ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ କରିଛନ୍ତି।ସୂଚନା ଅନୁଯାୟୀ ନୂଆଗାଁ ବ୍ଲକ୍ ସୀମାନ୍ତ ରେ ଥିବା ହରିପୁର ପଞ୍ଚାୟତ ର ଜୟପୁର ଗ୍ରାମରେ ୨୦୧୨ ମସିହାରେ ଜୟପୁର ପ୍ରାଥମିକ ବିଦ୍ୟାଳୟ ସ୍ଥାପିତ ହୋଇଥିଲା।ଦୁଇ ଜଣ ଶିକ୍ଷକଙ୍କ ଶିକ୍ଷାଦାନରେ ଏହି ବିଦ୍ୟାଳୟରୁ ବହୁ ଛାତ୍ର ଛାତ୍ରୀ ଶିକ୍ଷା ଅଧ୍ୟୟନ କରି ଉଚ୍ଚ ଶିକ୍ଷା ଲାଭ କରୁଛନ୍ତି। ବଣ ଜଙ୍ଗଲ ଘେରା ପ୍ରାକୃତିକ ପରିବେଶ ମଧ୍ୟରେ ଜୟପୁର ଗ୍ରାମ ଅବସ୍ଥିତ।
ଲୋକମାନଙ୍କ ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନୁହେଁ।ଏଭଳି ପରିସ୍ଥିତିରେ ପିଲାମାନଙ୍କ ଶିକ୍ଷା ପାଇଁ ଏହି ବିଦ୍ୟାଳୟ ବହୁତ୍ ସହାୟକ ହେଉଥିଲା।କିନ୍ତୁ କରୋନା ମହାମାରୀ ସମୟରେ ଛାତ୍ର ଛାତ୍ରୀ ସଂଖ୍ୟା କମ ଯୋଗୁଁ ବିଦ୍ୟାଳୟ ବନ୍ଦ ପାଇଁ ବ୍ଲକ୍ ଶିକ୍ଷା କାର୍ଯ୍ୟାଳୟରୁ ନିର୍ଦ୍ଦେଶ କରାଗଲା।ପଞ୍ଚାୟତ ରେ ଥିବା ସିଆରି ମାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗ୍ରାମ ଠାରୁ ୩ କିମି ଦୂର ହୋଇଥିବା ବେଳେ ଭାଟ୍ଟ ସାହି ପ୍ରାଥମିକ ବିଦ୍ୟାଳୟ ୪ କିମି ଦୂର।
ଗ୍ରାମବାସୀ ଙ୍କ କହିବା ଅନୁଯାୟୀ ଗ୍ରାମରେ ୨୫ ରୁ ୩୦ ଜଣ ପିଲା ଏବେବି ଅଛନ୍ତି।କିନ୍ତୁ ବିଦ୍ୟାଳୟ ବନ୍ଦ ହୋଇଯାଇଥିବା ଯୋଗୁଁ କୋମଳ ମତି ଛାତ୍ର ଛାତ୍ରୀ ମାନେ କଣ ୩ କିମି ବଣ ଜଙ୍ଗଲ ଭିତରେ ଯାଇ ନିକଟସ୍ଥ ବିଦ୍ୟାଳୟରେ ପାଠ ପଢିବା ସମ୍ଭବ ପର ହୋଇପାରିବ..? ଯାତାୟାତ ସମୟରେ ଛାତ୍ର ଛାତ୍ରୀ ଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହେଲେ କିଏ ଦାୟୀ ରହିବ ବୋଲି ଅଭିଭାବକ ମାନେ ପ୍ରଶ୍ନ କରିଛନ୍ତି । ବିଦ୍ୟାଳୟ ବନ୍ଦ ର ପୁନର୍ବିଚାର ପାଇଁ ଦଶପଲ୍ଲା ବିଧାୟକ ଙ୍କୁ ମଧ୍ୟ ଏକ ଦାବୀ ପତ୍ର ପ୍ରଦାନ କରିଛନ୍ତି ଗ୍ରାମବାସୀ।ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ବିଦ୍ୟାଳୟ ବନ୍ଦ ର ପୁନର୍ବିଚାର କରି ବିଦ୍ୟାଳୟ ଖୋଲିବା ପାଇଁ ନିର୍ଦ୍ଦେଶ ଦେଲେ ଛାତ୍ର ଛାତ୍ରୀ,ଅଭିଭାବକ , ଓ ଗ୍ରାମବାସୀ ଉପକୃତ ହେବେ ବୋଲି ପ୍ରକାଶ କରିଛନ୍ତି।ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
No Result
View All Result