No Result
View All Result

ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ରାଉରକେଲା /ପୁରୀ :- ରାଉରକେଲା ଏବଂ ପୁରୀ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବା ପାଇଁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ରାଉରକେଲା ଠାରୁ ଏହି ଟ୍ରେନ୍ ଅଗଷ୍ଟ ମାସ ୨୪ ତାରିଖ ଠାରୁ ଛାଡି ପୁରୀ ଅଭିମୁଖେ ଯାତ୍ରା କରିବ ଏବଂ ପୁରୀରୁ ଅଗଷ୍ଟ ମାସ ୨୫ ତାରିଖ ଠାରୁ ଛାଡି ରାଉରକେଲା ଅଭିମୁଖେ ଯାତ୍ରା ପ୍ରାରମ୍ଭ କରି ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରିବ । ରାଉରକେଲା ଠାରୁ ଏହି ଟ୍ରେନ୍ ପୂର୍ବାହ୍ନ ୮ଘ.୦୫ମି.ରେ ଛାଡିବାକୁ ଥିବାବେଳେ ପୁରୀ ଠାରୁ ଏହି ଟ୍ରେନ ଭୋର ୪ଘ.୩୫ମି.ରେ ଛାଡିବ ।

ତାଳଚେର ଓ ସମ୍ବଲପୁର ରେଳ ସେକ୍ସନରେ ଦୋହରୀକରଣ କାର୍ଯ୍ୟ ସମ୍ପାଦନ ପାଇଁ ଏବଂ ଯାତ୍ରୀ ମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ଟ୍ରେନ କୁ ରାଉରକେଲା ଓ ସମ୍ବଲପୁର ମଧ୍ୟରେ ଚଳାଚଳ କରାଇବାପାଇଁ ମଧ୍ୟ ନିଷ୍ପତ୍ତି ନିଆଯାଇଅଛି । ଏହି ଟ୍ରେନ ଅଗଷ୍ଟ ମାସ ୧୩ ତାରିଖ ଠାରୁ ୨୩ ତାରିଖ ମଧ୍ୟରେ ରାଉରକେଲାରୁ ଛାଡି ସମ୍ବଲପୁର ଯାତ୍ରାକରିବାକୁ ଥିବାବେଳେ ଏହା ଅଗଷ୍ଟ ମାସ ୧୪ ତାରିଖ ଠାରୁ ୨୪ ତାରିଖ ମଧ୍ୟରେ ସମ୍ବଲପୁର ଠାରୁ ଛାଡି ରାଉରକେଲା ଯାତ୍ରା କରିବ ।
No Result
View All Result