No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧୪ ଅଗଷ୍ଟ ଶନିବାର) ବାଙ୍କୀ :- ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ପ୍ରତ୍ୟେକ ବ୍ଲକରେ ଇନ୍ଡୋର ଷ୍ଟାଡିୟମ୍ ସ୍ଥାପନ କରାଯିବ ବୋଲି ଘୋଷଣା କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ଏହି ଘୋଷଣା କାର୍ଯ୍ୟକାରୀ ହୋଇପାରି ନାହିଁ । ପୁନର୍ବାର ଏନ୍.ଏ.ସି ନିର୍ବାଚନ ପୂର୍ବରୁ ବର୍ତ୍ତମାନ ରାଜ୍ୟ ସରକାର ପ୍ରତ୍ୟେକ ଏନ୍.ଏ.ସି ଓ ମୁନିସ୍ପାଲଟି ଅଞ୍ଚଳରେ ଇନ୍ଡୋର ଷ୍ଟାଡିୟମ୍ ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ଏହି ଘୋଷଣା ପ୍ରକୃତରେ କାର୍ଯ୍ୟକାରୀ କରାଯିବା ସଂପର୍କରେ ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ବିଜେପି ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରଶ୍ନ ଉଠାଇଛନ୍ତି । ପୁନଃଶ୍ଚ ବାଙ୍କୀରେ ନିର୍ମାଣ ହେବାକୁ ଥିବା ଇନ୍ଡୋର ଷ୍ଟାଡିୟମ୍ ବାଙ୍କୀର ବରପୁତ୍ର , ବାଙ୍କୀର ନବନିର୍ମାତା, ସମବାୟବିତ୍ ତଥା ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଯୋଗେଶ ଚନ୍ଦ୍ର ରାଉତଙ୍କ ନାମରେ ନାମିତ କରିବାକୁ ବିଜେପି ନେତା ଶ୍ରୀ ପାଢ଼ୀ ଆଜି
ବିଜେପି କାର୍ଯ୍ୟାଳୟ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଦାବୀ କରିଛନ୍ତି । ଏହି ପ୍ରସ୍ତାବ ବାଙ୍କୀ ଜନସାଧାରଣଙ୍କ ଅନ୍ତରର କଥା ବୋଲି ଶ୍ରୀ ପାଢ଼ୀ ମତବ୍ୟକ୍ତ କରିଥିଲେ । ଏହାକୁ ସର୍ବସମ୍ମତିକ୍ରମେ ବାଙ୍କୀବାସୀ ଗ୍ରହଣ କରିବେ ବୋଲି ଶ୍ରୀ ପାଢ଼ୀ କହିଥିଲେ । ସ୍ୱର୍ଗତ ବିଜୁପଟ୍ଟନାୟକଙ୍କ ଭଳି ଜଣେ ରାଷ୍ଟ୍ରୀୟ ନେତାଙ୍କୁ ଏହି ଯୋଜନାରେ ନାମିତ କରାଯିବା ଫଳରେ ତାଙ୍କର ସମ୍ମାନ କ୍ଷ୍ୟୁର୍ଣ୍ଣ କରାଯାଉଛି । ରାଜନୈତିକ ଉଦ୍ଦେଶ୍ୟ ଉର୍ଦ୍ଧ୍ୱକୁ ଯାଇ ଇନ୍ଡୋର ଷ୍ଟାଡିୟମ୍ର ନାମ କରଣ ବାଙ୍କୀର ବରପୁତ୍ରଙ୍କ ନାମରେ ନାମିତ କରାଯିବାକୁ ଦାବୀ କରାଯାଇଛି । ଏହି ସମ୍ବାଦିକ ସମ୍ମିଳନୀରେ କଟକ ଜିଲ୍ଲା ଉପସଭାପତି ସୀତାକାନ୍ତ ମିଶ୍ର, ବାଙ୍କୀ ନଗର ମଣ୍ଡଳ ସଭାପତି ସଂଜୟ କୁମାର ରଣା, ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ସୁଶାନ୍ତ କୁମାର ଜେନା ପ୍ରମୁଖ ଉପସ୍ଥିତ ଥିଲେ
No Result
View All Result