No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୩ ଅଗଷ୍ଟ ଶୁକ୍ରବାର) ଖୋର୍ଦ୍ଧା-ଜଟଣୀ :- ଆଜି ଅଲ ଇଣ୍ଡିଆ ଗାର୍ଡ କାଉନସିଲ ପକ୍ଷରୁ ନୂତନ ଭାବେ ଯୋଗ ଦେଇଥିବା ଇଷ୍ଟକୋଷ୍ଟ ରେଲୱେ ଖୋର୍ଧାରୋଡ଼ ରେଲମଣ୍ଡଳ ଅଧିକାରୀ ରିଙ୍କେଶ ରାୟ ଏବଂ ବିଶାଖାପାଟଣା ରେଲମଣ୍ଡଳ ଅଧିକାରୀ ଅନୁପ ଶତପଥି ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଇଷ୍ଟକୋଷ୍ଟ ରେଲୱେର ଏହି ଦୁଇ ଡିଭିଜନ(ମଣ୍ଡଳ)ରେ ଦୁଇ ଓଡ଼ିଆ ଅଧିକାରୀ ଯୋଗଦେଇ ଥିବାରୁ କର୍ମଚାରୀ ମହଲରେ ଖୁସିର ଲହର ଦେଖାଯାଇଛି ।
ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଆସିଷ୍ଟାଣ୍ଟ ଜେନେରାଲ ସେକ୍ରେଟାରୀ ସନ୍ତୋଷ ନିଶଙ୍କ,ଜୋନାଲ ସେକ୍ରେଟାରୀ ଏ କେ ଦାସ,ଭାଇସ ପ୍ରେସିଡେଣ୍ଟ ଅଲିମ ଖାନ,ସିନିଅର ଗାର୍ଡ ଟି ଡି ବେହେରା,ପି କେ ବେହେରା,ଏସ କେ ପାତ୍ର ଓ ଆର ଆର ସ୍ବାଇଁ ପ୍ରମୁଖ ଯୋଗ ଦେଇଥିଲେ । (ଖୋର୍ଦ୍ଧା-ଜଟଣୀ ରୁ ଇଫତେଖାର ଅଲ୍ଲୀ ଙ୍କ ରିପୋର୍ଟ )
No Result
View All Result