No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୧୩ ଅଗଷ୍ଟ ଶୁକ୍ରବାର) ନୟାଗଡ଼ :- ୧୩ ତାରିଖ ଅପରାହ୍ନ ୪ଘଟିକା ସମୟରେ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲା ସଡ଼କ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ସେଥିରେ ନୟାଗଡ଼ ଜିଲ୍ଲାପାଳ ଡ ପୋମା ଟୁଡୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ବିଭିନ୍ନ ରୋଡ଼ ନିର୍ମାଣ ବିଭାଗ , ପୋଲିସ ,ମେଡିକାଲ , ସ୍ବେଚ୍ଛାସେବୀ ସଂଗଠନ ଓ ବସ୍ ଟ୍ରକ ର କର୍ମ କାର୍ତ୍ତା ମାନେ ଯୋଗଦାନ କରିଥିଲେ । ବୈଠକରେ ନୟାଗଡ଼ ଜିଲ୍ଲାରେ ଘଟୁଥିବା ଦୁର୍ଘଟଣା ସମ୍ପର୍କରେ ଜିଲ୍ଲାପାଳ ଉଦବେଗ ପ୍ରକାଶ କରିଥିଲେ । ନୟାଗଡ଼କୁ ଦୁର୍ଘଟଣା ମୁକ୍ତ କରିବା ପାଇଁ ସମସ୍ତ ବିଭାଗ କୁ ତାଗିଦ କରିବା ସହ ପ୍ରତ୍ୟେକ ଦୁର୍ଘଟଣା ର କାରଣ ଜାଣିବାକୁ ଚାହିଁଥିଲେ ।
ଆଞ୍ଚଳିକ ପରିବହନ ଅଧିକାରୀ ଇଂ ସମ୍ବିତ କୁମାର ଦୁର୍ଘଟଣା ର କାରଣ ଓ ନିରାକରଣ ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା କରିଥିଲେ । ଜିଲ୍ଲାପାଳ ତୁରନ୍ତ ବସ୍ ଷ୍ଟାଣ୍ଡର ସ୍ଥାନାନ୍ତରୀକରଣ କରିବା ପାଇଁ ବସ୍ କର୍ମ କର୍ତ୍ତା ଙ୍କୁ ଆହ୍ୱାନ ଦେଇଥିଲେ । ଏବଂ ଟ୍ରକ ଆସୋସିଏସନ ର କର୍ମକର୍ତ୍ତା ମାନେ ନିଜର ଯାନବାହନ ରକ୍ଷଣାବେକ୍ଷଣ ନିମନ୍ତେ ଏକ ଜମିର ଆବଶ୍ୟକତା ସମ୍ପର୍କରେ ଜିଲ୍ଲାପାଳ ଙ୍କୁ ଅବଗତ କରାଇଥିଲେ । ଜିଲ୍ଲାପାଳ ଜିଲ୍ଲା ଚିକିତ୍ସା ଅଧିକାରୀ ଙ୍କୁ “Good Samanitan” Policy ପ୍ରଣୟନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।
ଜିଲ୍ଲାର ରାସ୍ତାଘାଟ ନିର୍ମାଣ ମରାମତି ଯୁଦ୍ଧ କାଳୀନ ଭିତ୍ତିରେ ଶେଷ କରିବା ପାଇଁ ସଡ଼କ ନିର୍ମାଣ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ପରିବହନ କାର୍ଯ୍ୟାଳୟ ତରଫରୁ ବେପାରୁଆ ଗାଡି ଚାଳନା , ମଦ୍ୟ ପାନ କରି ଗାଡି ଚାଳନା , ଦୃତ ଗତିରେ ଗାଡି ଚାଳନା, ଏବଂ ହେଲମେଟ ନ ପିନ୍ଧି ଗାଡି ଚାଳନା କରୁଥିବା ବ୍ୟକ୍ତି ବିଶେଷଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ସହ ସେମାନଙ୍କର ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ କନିଷ୍ଠ ମୋଟର ଯାନ ନିରୀକ୍ଷକ ଶ୍ରୀ ସନ୍ଦୀପ ପାଇକରାୟ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result