ଓଡ଼ିଶା ତାଜା ନ୍ୟୁଜ (୧୨ ଅଗଷ୍ଟ ଗୁରବାର ) ବାଙ୍କୀ :- ଡମପଡା ବ୍ଲକ ତାଳବସ୍ତ ପଞ୍ଚାୟତ ର ୧୪ଗୋଟି ୱାର୍ଡ ର ୧୦ ହଜାର ରୁ ଉର୍ଦ୍ଧ ଲୋକେ ଆଜକୁ ୩ଦିନ ହେବ ପାନୀୟ ଜଳ ଯୋଗାଣ ରୁ ବଞ୍ଚିତ ହୋଇ ନାନାପ୍ରକାର ଦୁର୍ଦ୍ଦଶା ଭୋଗୁଛନ୍ତି ।ଲୋକେ ପ୍ରଚଣ୍ଡ ଖରା , ଗୁଳୁଗୁଳି ଓ ଅନ୍ଧାର ରାତି ରେ କିଲୋମିଟର କିଲୋମିଟର ଯାଇ ପୋଖରୀ ଓ ପରିତକ୍ତ କୂପ ରୁ ଦୂଷିତ ପାଣି ଆଣି ତାକୁ ପିଉଛନ୍ତି ଉକ୍ତ ପାଣି ପିଇବା ଦ୍ୱାରା କିଛି ବ୍ୟକ୍ତି ଙ୍କ ପେଟ ରୋଗ ମଧ୍ୟ ବାହାରିଥିବା ବହୁ ଜନସାଧାରଣ ପ୍ରକାଶ କରିଛନ୍ତି।ସୂଚନା ଯୋଗ୍ୟ ୧୫ଆର୍ଥିକ ବର୍ଷ ଯୋଜନା ରେ ତାଳବସ୍ତ ପଞ୍ଚାୟତ କୁ ସରକାର ଙ୍କ ପକ୍ଷରୁ ବାର୍ଷିକ ୨୫ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା
ବେଳେ ସେଥିରୁ ୬୦%ପାନୀୟଜଳ ପାଇଁ ଓ ଅବଶିଷ୍ଟ ୪୦%ଜେନେରାଲ କାର୍ଯ୍ୟ ପାଇଁ ପଞ୍ଚାୟତ କୁ ଆସିଥାଏ।୬୦%ଅର୍ଥ ମାନେ ୧୫ଲକ୍ଷ ଟଙ୍କା ରେ ସାନିଟାଇସନ ,ବିଦ୍ୟୁତ ବିଲ,ମଟର ଚାଳକ ଦରମା ଓ ମେଣ୍ଟେନାସ ରେ ଅର୍ଥ ଖର୍ଚ୍ଚ କରାଯାଇଥାଏ।ଅନୁଦାନ ରାଶି ଅର୍ଥ କିପରି ଖର୍ଚ୍ଚ କରାଯିବ ସେ ସମ୍ପର୍କରେ ସରପଞ୍ଚଓ ପଞ୍ଚାୟତ କାର୍ଯ୍ୟ ନିର୍ବାହି ଅଧିକାରୀ ସ୍ଥିର କରିଥାନ୍ତି।ପାନୀୟ ଜଳ ଯୋଗାଣ ର ମୁଖ୍ୟବ୍ୟବସ୍ଥା ପାଣି ପମ୍ପ ମଟର ପଏଣ୍ଟ କୁ ବିଦ୍ୟୁତ ସେବା ଅହରହ ଯୋଗାଣ କରିବା।ମାତ୍ର ପଞ୍ଚାୟତ ପକ୍ଷରୁ ଉକ୍ତ ଅନୁଦାନ ଅର୍ଥ୧୫ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାରୁ ବିଦ୍ୟୁତ ବିଲ ୧ଲକ୍ଷ୭୧ହଜାର ବାକି ଥିବା ବେଳେ ପଞ୍ଚାୟତ ପକ୍ଷରୁ ବିଲ ପୈଠ କରି ନଥିବାରୁ ବିଦ୍ୟୁତ ବିଭାଗ ପକ୍ଷରୁ ୩ଦିନ ହେଲା ପାନୀୟ ଜଳ ଯୋଗାଣ ପମ୍ପ ପଏଣ୍ଟ ରୁ ବିଦ୍ୟୁତ କାଟ କରାଯାଇଛି।
ପଞ୍ଚାୟତ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ସରପଞ୍ଚ ଦିନବନ୍ଧୁ ସାହୁ ଙ୍କ ଅବହେଳା ଓ ବିଦ୍ୟୁତ ଅର୍ଥ କୁ ଖର୍ଚ୍ଚ କରିଦେଇ ଥିବାରୁ ୧୦ହଜାର ରୁ ଉର୍ଦ୍ଧ୍ବ ଲୋକେ ପାନୀୟ ଜଳ ରୁ ବଞ୍ଚିତ ହୋଇଛନ୍ତି ।ଏ ସମ୍ପର୍କରେ ତାଳବସ୍ତ ସରପଞ୍ଚ ଶ୍ରୀ ସାହୁ ଙ୍କୁ ପଚରିବାରୁ ସେ କହିଲେ ବିଦ୍ୟୁତ ବିଭାଗ ର ସହ ଭୁଲ ବୁଝାବଣା ରୁ ଏହି ସମସ୍ୟା ଉପୁଜିଛି କାଲି ଭିତରେ ଆମେ ବିଦ୍ୟୁତ ବିଲ ପୈଠ କରିଦେବୁ ।ତାଳବସ୍ତ ପଞ୍ଚାୟତ ର ଉକ୍ତ ୧୪ଗୋଟି ୱାର୍ଡ ର ବୁଦ୍ଧି ଜୀବୀ ଦୁଃଖ ର ସହ ପ୍ରକାଶ କରିଛନ୍ତି ସରପଞ୍ଚ ବିଦ୍ୟୁତ ବିଲ ପୈଠ ନ କରିବାରୁ ପାନୀୟ ଜଳ ଉଠାଣପମ୍ପ କେନ୍ଦ୍ର ମାନଙ୍କର ବିଦ୍ୟୁତ କାଟ ହୋଇଛି ଯାହା ଫଳରେ ଆମେ ସ୍ୱଚ୍ଛ ପାନୀୟ ଜଳ ପିଇବା ରୁ ବଞ୍ଚିତ ହୋଇଛୁ । ସରକାର ଙ୍କ ପାନୀୟ ଜଳ ଉନ୍ନତି ପାଇଁ ପଞ୍ଚାୟତ ଅର୍ଥ କୁ କାହା ପରାମର୍ଶ ରେ ସରପଞ୍ଚ ଓ କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁ ଚନ୍ଦ୍ରିକା କରି ଖର୍ଚ୍ଚ କରିଦେଇ ଛନ୍ତି ତାହା ତଦନ୍ତ ସାପେକ୍ଷ। ଆଜକୁ ୩ଦିନ ହେବ ଆମ୍ଭେମାନେ ପାନୀୟ ଜଳ ରୁ ବଞ୍ଚିତ ଅଛୁ ମାତ୍ର ସରପଞ୍ଚ ଏ ସମ୍ପର୍କରେ କୌଣସି ପଦକ୍ଷେପ ନେଇନାହାନ୍ତି କି ପାଣି ଟାଙ୍କି ମାଧ୍ୟମରେ ଆମକୁ ପାନୀୟ ଜଳ ଯୋଗେଇ ନାହାନ୍ତି ତାହା ବାସ୍ତବିକ ଚିନ୍ତା ର ବିଷୟ।ଉକ୍ତ