• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ମହେନ୍ଦ୍ର କର ଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
August 11, 2021
in ଓଡ଼ିଶା, ଦେଶ, ବିଶ୍ଵ, ହୋମ୍
0
ମହେନ୍ଦ୍ର କର ଙ୍କର ସ୍ମୃତିରେ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଆୟୋଜନ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ, ବୁଧବାର ) ନର୍ଥ କରୋଲିନା / ଆଲବାମା / ନିଉଜର୍ସୀ / ଲଣ୍ଡନ / ଟରଣ୍ଟୋ/ ନୂଆଦିଲ୍ଲୀ/ ଭୁବନେଶ୍ୱର/ଯାଜପୁର :- ଆମେରିକାରେ ଅବସ୍ଥାପିତ ଲବ୍ଧପ୍ରତିଷ୍ଠ ଆର୍କିଟେକ୍ଟ ସ୍ୱର୍ଗତ ମହେନ୍ଦ୍ର କରଙ୍କର ସ୍ମୃତି ଚାରଣ ଉଦ୍ଦେଶ୍ୟରେ ନିକଟରେ ଏକ ଆନ୍ତର୍ଜାତୀକ ଆଭାସି ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅନ୍‌ଲାଇନ୍ ଶୋକ ଅଧିବେଶନରେ ସାରା ବିଶ୍ୱର ଶତାଧିକ ଶ୍ରୀ କରଙ୍କର ବନ୍ଧୁ, ଶୁଭେଚ୍ଛୁ, ଅନୁଗାମୀ, ପରିବାରବର୍ଗ, ପରିଜନ ଏବଂ ଓଡ଼ିଶା ସୋସାଇଟି ଅଫ୍ ଆମେରିକାଜ୍‍ (ଓସା)ର କର୍ମକର୍ତ୍ତାମାନେ ଯୋଗଦେଇ ତାଙ୍କର ଅମର ଆତ୍ମାର ଶାନ୍ତି ଓ ସଦ୍‌ଗତି କାମନା କରିବା ସହିତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଥିଲେ । ବିଶେଷ କରି ମହେନ୍ଦ୍ରଙ୍କର ଶାନ୍ତ, ସରଳ, ନୀରିହ ସ୍ୱଭାବ, ଉଦାରମନା ଓ ବିଶାଳ ହୃଦୟଭରା ବ୍ୟକ୍ତିତ୍ୱ, ନିରନ୍ତର ସାହାଯ୍ୟ ଓ ଭରସାର ହାତ ବଢ଼ାଇବାର ଗୁଣ, ସମସ୍ୟା ତଥା ପ୍ରତିକୂଳ ପରିସ୍ଥିତିକୁ ସାମ୍‌ନା କରିବା କ୍ଷେତ୍ରରେ ଅଦମ୍ୟ ସତ୍‌ସାହାସ ଏବଂ ଅନନ୍ୟ ପ୍ରତ୍ୟୁତ୍‌ପନ୍ନମତିତା ତାଙ୍କୁ ଚୀର ଅମର କରି ରଖିବ ବୋଲି ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଥିଲେ । ଓସାକୁ ସଶକ୍ତ ଓ ସମୃଦ୍ଧ କରିବା ନେଇ ଶ୍ରୀ କରଙ୍କର ବ୍ୟାପକ ଅବଦାନ, ଆମେରିକାକୁ ଆସୁଥିବା ନବାଗତ ଓଡ଼ିଆ ଯୁବ ସମ୍ପ୍ରଦାୟ ପ୍ରତି ତାଙ୍କର ଅଜାଚିତ ସାହାଯ୍ୟ ଏବଂ ପ୍ରୋତ୍ସାହନ ତଥା ବନ୍ଧୁମାନଙ୍କୁ ଆଗକୁ ବଢ଼ିବା ପାଇଁ ସେ ଯୋଗାଇ ଆସୁଥିବା ଅନବରତ ପ୍ରେରଣା, ମହେନ୍ଦ୍ରଙ୍କୁ ସଦା ସ୍ମରଣୀୟ କରାଇବ ବୋଲି ସେମାନେ ସୂଚାଇଥିଲେ ।

ଏଠାରେ ପ୍ରକାଶଯୋଗ୍ୟ ଯେ ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ୍ ଅନ୍ତର୍ଗତ ଘୋଳପୁର ଗ୍ରାମର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଜୀତେନ୍ଦ୍ର କୁମାର କରଙ୍କର ଜ୍ୟେଷ୍ଠ ପୁତ୍ର ମହେନ୍ଦ୍ର କରଙ୍କର ଗତ ଜୁଲାଇ ୧୮ ତାରିଖରେ ତାଙ୍କର ପୈତୃକ ବାସଭବନଠାରେ ଅକାଳ ବିୟୋଗ ଘଟିଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା । ଆମେରିକାର ନର୍ଥ କାରୋଲିନା ଠାରେ ବସବାସ କରୁଥିବା ଶ୍ରୀ କର ଜଣେ ବୈଷୟିକ ବିଶେଷଜ୍ଞ ଓ ସମାଜସେବୀ ଭାବେ ବେଶ୍ ସୁନାମ ଅର୍ଜନ କରିଥିଲେ । ଉତ୍ତର ଆମେରିକାରେ ଗତ ୨୫ବର୍ଷ ଧରି ସଫଳତାର ସହିତ ଚଲି ଆସିଥିବା ଉତ୍କଳ ପ୍ରଭା ନାମକ ଓଡ଼ିଆ ରେଡିଓକୁ ସେ ଆରମ୍ଭ କରିଥିଲେ । ଶୋକ ସଭାକୁ ସମ୍ବୋଧନ କରି ଏହାର ମୁଖ୍ୟ ଆୟୋଜକ ସ୍ୱର୍ଗତ ମହେନ୍ଦ୍ର କରଙ୍କର କନିଷ୍ଠ ଭ୍ରାତା, ବିଜିନେସ ଇଣ୍ଟେଲିଜେନ୍ସ ପ୍ରଫେସନାଲ୍‌ସର ସଭାପତି ଧୀରେନ୍ଦ୍ର କର, ବଡ଼ଭାଇ ତାଙ୍କର ବନ୍ଧୁ, ପଥପ୍ରଦର୍ଶକ ଏବଂ ଗୁରୁ ଥିଲେ ବୋଲି ବର୍ଣ୍ଣନା କରିଥିଲେ । ଜୀବନରେ ଜଣେ ମୁଲ୍ୟବୋଧ ଭିତ୍ତିକ ମହାନ ମାନବର ସମସ୍ତ ସୁଗୁଣ ତାଙ୍କ ନିକଟରେ ମହଯୁଦ ଥିଲା ବୋଲି ଦର୍ଶାଇ ପୂର୍ଣ୍ଣାଙ୍ଗ ଜୀବନ ଜୀଇଁବା ପାଇଁ ସେ ଭାଇଙ୍କଠାରୁ ସମସ୍ତ ବୁଦ୍ଧି ବିଦ୍ୟା ଶିଖିଥିବା ସୂଚାଇଥିଲେ ।

ଶ୍ରଦ୍ଧାଞ୍ଜଳି ସଭା, ମହେନ୍ଦ୍ରଙ୍କର ୫୬ତମ ଜନ୍ମ ତାରିଖରେ ପଡ଼ିଥିବାରୁ ଏହାକୁ ତାଙ୍କର ଶୁଭଜନ୍ମଦିନ ଭାବେ ପାଳନ କରିବାକୁ ଧୀରେନ୍ଦ୍ର ନିବେଦନ କରିଥିଲେ । ମହେନ୍ଦ୍ରଙ୍କର ପତ୍ନୀ ଉଲ୍ଲାସିନୀ ସାହୁ, ତାଙ୍କର ଶ୍ରଦ୍ଧାସୁମନ ଅର୍ପଣ କରି ସେ ତାଙ୍କର ସର୍ବୋତ୍ତମ ବନ୍ଧୁ, ଜୀବନସାଥୀ ଓ ସ୍ୱାମୀ ଥିଲେ ବୋଲି ଦର୍ଶାଇଥିଲେ । ଅସମୟରେ ଦୁନିଆକୁ ଛାଡ଼ି ଯାଉଥିବାରୁ ମହେନ୍ଦ୍ର ତାଙ୍କର ପତ୍ନୀ, ପୁତ୍ର ଆୟୁଷ ଏବଂ କନ୍ୟା ଆୟେଷାଙ୍କୁ କ୍ଷମା ମାଗି ଲେଖିଥିବା ତିନୋଟି ପୃଥକ ପୃଥକ ପତ୍ର ସମ୍ପର୍କରେ ଶ୍ରୀମତୀ ସାହୁ ଉଲ୍ଲେଖ କରିଥିଲେ । ସ୍ୱର୍ଗତ କରଙ୍କର ଅନ୍ୟତମ ସାନଭାଇ ଧର୍ମେନ୍ଦ୍ର କର ତାଙ୍କର ମୃତ୍ୟୁର ଏକାଦଶ ଦିନ ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ‘ହେଲପିଂହ୍ୟାଣ୍ଡ’ର ସହଯୋଗରେ ମହେନ୍ଦ୍ରଙ୍କର ସ୍ମୃତିରେ ଏକ ରକ୍ତଦାନ ଶିବିର ଏବଂ ସବୁଜ ଶ୍ରଦ୍ଧାଞ୍ଜଳି ଆସର ଆୟୋଜନ କରିଥିବା ଉଲ୍ଲେଖ କରିଥିଲେ । ରକ୍ତଦାନ ଶିବିରରୁ ୪୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବାବେଳେ ଖରସ୍ରୋତା ନଦୀ କୂଳରେ ଥିବା ବଡ଼ ଭାଇଙ୍କ ସମାଧୀକୁ ସବୁଜିମା ଭରା କରିବା ପାଇଁ ସବୁଜ ଶ୍ରଦ୍ଧାଞ୍ଜଳି ଅବସରରେ କର ପରିବାର ତରଫରୁ ସେଠାରେ ୧୧ଟି ବୃକ୍ଷରୋପଣ କରାଯାଇଥିବା ଧର୍ମେନ୍ଦ୍ର ଜଣାଇଥିଲେ । ଦ୍ୱାଦଶ କର୍ମ ଦିନ ଗ୍ରାମବାସୀମାନଙ୍କ ମଧ୍ୟରେ ୨୦୦ଟି ଫଳପୁଷ୍ପ ଚାରା ବଣ୍ଟନ କରାଯାଇଥିବା ସେ କହିଥିଲେ ।

ଶ୍ରଦ୍ଧାଞ୍ଜଳି ସଭାରେ ସ୍ୱର୍ଗତ କରଙ୍କର କନ୍ୟା ଆୟେଷା ଏକ ଭିଡିଓ ବାର୍ତ୍ତା ଯୋଗେ ଏବଂ ଝିଆରୀ ନେହା ଓ ମନୀଷା ସେମାନଙ୍କର ପ୍ରାର୍ଥନା ଅର୍ପଣ କରିଥିଲେ । ପୁତ୍ର ଆୟୁଷ, ସମ୍ପର୍କୀୟ ଭଉଣୀ ଲୀନୁ କର ଏବଂ ପୁତୁରା ଅର୍ମାନ ଉପସ୍ଥିତ ଥିଲେ । ଭର୍ଚ୍ଚୁଆଲ ଅଧିବେଶନରେ ଭାଗ ନେଇ ସ୍ୱର୍ଗତ କରଙ୍କର ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧା ନିବଦେନ କରିଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଉମାବଲ୍ଲଭ ମିଶ୍ର, ଦିଗମ୍ବର ଓ ଜ୍ୟୋତ୍ସ୍ନା ମିଶ୍ର, ରମେଶ ଲୋକ୍ରେ, ଅମୂଲ୍ୟ ସାହୁ, ଦୋଳଗୋବିନ୍ଦ ମହାପାତ୍ର, ଅମର ସେନାପତି, ଶୁଭଶ୍ରୀ ଦାଶ, ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ର, ପ୍ୟାଡି ରେଡ୍ଡୀ, ନିତ୍ୟ ମହାପାତ୍ର, ଲଲାଟେନ୍ଦୁ ମହାନ୍ତି, ରବିନାରାୟଣ ନନ୍ଦ, ବିଦ୍ୟୁତ୍ ଦାସ, ହରେକୃଷ୍ଣ ସାହୁ, ସୀଦ୍ଧାର୍ଥ ଶଙ୍କର ରଥ, ସୁଶ୍ରୀ ମୀରା, ଚନ୍ଦ୍ରା ମିଶ୍ର, ବିନୀତା ଓ ଅଶୋକ ମିଶ୍ର, କିଶୋର ଦ୍ୱିବେଦୀ, ସଞ୍ଜୀବ ମହାନ୍ତି, ଅନୀଲ ସାହୁ, କନକ ହୋତା, ଗଗନ ଓ ସବିତା ପାଣିଗ୍ରାହୀ, ଆଶୁତୋଷ ଦତ୍ତ, ସୁନନ୍ଦା ମିଶ୍ର ପଣ୍ଡା, ବିକାଶ ବେହେରା, ନଳିନୀ ପ୍ରଭା ପଟ୍ଟନାୟକ ଏବଂ କମଳ ପଣ୍ଡା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଅକ୍ଷୟ ମହାନ୍ତି, ଡଃ ମାଧବାନନ୍ଦ କର, କୈଳାଶ ନାୟକ, ପ୍ରୀୟଦର୍ଶୀ ମିଶ୍ର, ସୂର୍ଯ୍ୟ ସାହୁ, ଜୟଶ୍ରୀ ନନ୍ଦ, ସୁଧୀର ଦାଶ, ହର ଓ ସୁମିତ୍ରା ପାଢ଼ୀ, ରୋଜାଲୀନ ପାଟଶାଣୀ, ଶ୍ରୀ ଭେଙ୍କଟ, ଆଦ୍ୟାଶା ଦାସ, ନୀହାର ଶତପଥୀ, ବୀରେନ୍ଦ୍ର ଜେନା ଓ ଗୌତମ ବେହେରା ପ୍ରମୁଖ ସାମିଲ୍‍ ଥିଲେ । ପ୍ରସିଦ୍ଧ ସଂଗୀତଜ୍ଞ ବୈଷ୍ଣବ କୈଳାସ ଏହି ଅବସରରେ ବହୁ ମନମୁଗ୍ଧକର ଭଜନ ପରିବେଷଣ କରି ଶ୍ରୋତାମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ । ଦୀର୍ଘ ସାଢ଼େ ତିନି ଘଣ୍ଟା ଧରି ଚାଲିଥିବା ଶ୍ରଦ୍ଧାଞ୍ଜଳି ସଭାକୁ ସୁଦକ୍ଷ ଉପସ୍ଥାପକ ପ୍ରଶାନ୍ତ ଭୂୟାଁ ଖୁବ୍ ସୁନ୍ଦର ଓ ସୂଚାରୁ ଢଙ୍ଗରେ ସଂଯୋଜନା ଓ ସଞ୍ଚାଳନା କରିଥିଲେ ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

March 8, 2026
ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

March 8, 2026
ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ

ରଞ୍ଜନ ସରଙ୍ଗୀ ନବମ ସଂସ୍କରଣରେ ରକ ଷ୍ଟାର ବିଜୟୀ ହୋଇ ଫାଇନାଲରେ ପ୍ରବେଶ

March 8, 2026
ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

ଚାଷୀଙ୍କ ସବୁ ଧାନ କିଣିବାକୁ ସିପିଆଇ ର ଦାବୀ

March 8, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

ଡ଼ଃ ବାବା ସାହେବ ଆମ୍ବେଦକରଙ୍କୁ ଅସମ୍ମାନ, ବ୍ୟାନରକୁ ଚିରିଦେଲେ ଦୁର୍ବୃତ୍ତ, ତୁରନ୍ତ ଗିରଫ ପାଇଁ ଦାବୀ

March 8, 2026
ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

ଇରାନ ଉପରେ ଆମେରିକାର ଆକ୍ରମଣ ବିରୁଦ୍ଧରେ ସିପିଆଇର ବିକ୍ଷୋଭ

March 8, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version