• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା

Proprietor Abhimanyu Maharana by Proprietor Abhimanyu Maharana
August 10, 2021
in ଓଡ଼ିଶା, କଟକ, ହୋମ୍
0
ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ ( ୯ ଅଗଷ୍ଟ ସୋମବାର) ବାଙ୍କୀ :- ଡମପଡ଼ା ବ୍ଲକ କୁସୁପଙ୍ଗି ଓ ତାଳବସ୍ତ ଗ୍ରାମ ପଞ୍ଚାୟତରେ ମନେରେଗା କାର୍ଯ୍ୟ ଓ ରୁବାନ ଅନୁଦାନରେ ନିର୍ମାଣ ହୋଇଥିବା ପ୍ରକଳ୍ପ ଗୁଡିକରେ ମହାଦୁର୍ନିତିରେ ସଂପୃକ୍ତ ଥିବା ବ୍ୟକ୍ତିମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଗିରଫ୍ କରିବାକୁ ଦାବି କରାଯାଇ ଆଜି ଡମପଡ଼ା ବ୍ଲକ କଂଗ୍ରେସ ପକ୍ଷରୁ ପ୍ରଦେଶ କଂଗ୍ରେସ ଉପସଭାପତି ତଥା ବାଙ୍କୀର ପୂର୍ବତନ ବିଧାୟକ ଡ.ଦେବାଶିଷ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯାଇଛି । ବିଗତ ଦିନରେ କୁସୁପଙ୍ଗି ପଂଚାୟତ ଏବଂ ତାଳବସ୍ତ ପଂଚାୟତରେ ହୋଇଥିବା ମନେରେଗା ମହାଦୁର୍ନୀତି ଗଣମାଧ୍ୟମର ଶିରୋନାମା ପାଲଟିଥିବା ବେଳେ ଆଜି ପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ।

ଏପରିକି କରୋନା ମହାମାରୀ ସମୟରେ ଜୀବନ ଜୀବିକା ପ୍ରଭାବିତ ହୋଇଥିବା ବେଳେ ଶ୍ରମଜୀବୀମାନଙ୍କୁ ସରକାର ମନେରେଗା ଯୋଜନା ମାଧ୍ୟମରେ କାର୍ଯ୍ୟ ଦିବସ ଯୋଗାଇ ଦିଆଯାଉଥିବା ବେଳେ ଆର୍ଥିକକ ସ୍ୱଚ୍ଛଳ ଥିବା କୁସୁପଙ୍ଗି ଗ୍ରା.ପ. ସରପଂଚଙ୍କ ପରିବାର ଚଞ୍ଚକତା କରି ଜବ୍ କାର୍ଡ ମାଧ୍ୟମରେ ସରକାରୀ ଅର୍ଥ ହଡପ କରିଛନ୍ତି ବୋଲି ଡମପଡ଼ା ବ୍ଲକ କଂଗ୍ରେସ ଅଭିଯୋଗ କରିଛି । ବିଭିନ୍ନ ଉନ୍ନୟନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ ମଞ୍ଜୁର ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟ କାହିଁକି ଆରମ୍ଭ ହୋଇ ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି । ମୃତ ବ୍ୟକ୍ତିଙ୍କ ନାମରେ ପାଇଖାନା ନର୍ମାଣ ନାମରେ ୫୦ଲକ୍ଷରୁ ଅଧିକ ଟଙ୍କା ହଡପ କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ ଦାବୀ କରିଛି ।

ରୋବାନ ଯୋଜନାରେ ଗ୍ରାମ୍ୟ ପାନୀୟ ଜଳଯୋଗାଣରେ ଉଦ୍ଦିଷ୍ଟ ଅର୍ଥକୁ କେଉଁ ପରିସ୍ଥିତିରେ ଉଠାଗଲା ଏବଂ ସଂପୃକ୍ତ ଅର୍ଥକୁ ପାନୀୟ ଜଳଯୋଗାଣର ବିଦ୍ୟୁତ୍ ବିଲ୍ ବାବଦରେ ପ୍ରଦାନ କରାଯାଇନଥିବା ବେଳେ କାର୍ଯ୍ୟରତ ଏ.ସି.ଏମ୍‌ମାନଙ୍କୁ ଦରମା ଦିଆଯାଇନଥିବା ବେଳେ ଅର୍ଥ କେଉଁ ବାବଦରେ ଖର୍ଚ୍ଚ କରାଗଲା ବୋଲି ବ୍ଳକ କଂଗ୍ରେସ ଉପସଭାପତି ବାବୁଲି ଦଳେଇ ପ୍ରଶ୍ନ କରିଛନ୍ତି । ଏଥି ସହ ତାଳବସ୍ତ କ୍ଲଷ୍ଟରରେ ୭୭କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ କେଉଁଠାରେ ସେହି ଅର୍ଥ ବିନିଯୋଗ ହୋଇଛି ବ୍ଲକ ପ୍ରଶାସନ ତାହାର ହିସାବ ଜନସାଧାରଣଙ୍କ ପାଖରେ ରଖିବା ପାଇଁ କଂଗ୍ରେସ ଦାବି କରିଛି । କାହା ଇସାରାରେ ଜବ୍ କାର୍ଡ ଧାରୀ ବ୍ୟକ୍ତିଙ୍କ ମାଲିକାନାରେ ଥିବା ଶ୍ରମିକଙ୍କ ଗାଡିକୁ ସରକାରୀ କାର୍ଯ୍ୟାଳୟରେ ଭଡାରେ ଲଗାଯାଇଥିଲା ଏବଂ ଏଭଳି ମନେରେଗା ଦୁର୍ନୀତି ସମ୍ନାକୁ ଆସିବା ପରେ ରାତି ଅଧିଆ କାଢ଼ି ଦିଆଗଲା ତାହାର ଉଚ୍ଚ ସ୍ତରୀୟ ତଦନ୍ତ ଦାବି କରିଛି କଂଗ୍ରେସ ।

ବିନା ସରକାରୀ କର୍ମଚାରୀଙ୍କ ସହଯୋଗରେ ଏପରି ସରକାରୀ ଅର୍ଥ ତୋଷାରପାତ ଅସମ୍ଭବ । ତେଣୁ ଏହି ବେଆଇନ୍ କାର୍ଯ୍ୟରେ ସହଯୋଗ କରିଥିବା ଓ ସଂପୃକ୍ତ ଥିବା ବ୍ଲକ ବିଡିଓ , ସହକାରୀ ଯନ୍ତ୍ରୀ, କନିଷ୍ଠ ଯନ୍ତ୍ରୀ, ଗ୍ରାମ ସେବକ, ଜିଆରଏସ୍‌, ସହକାରୀ ପ୍ରକଳ୍ପ ଅଧିକାରୀମାନଙ୍କୁ ନିଲମ୍ବନ କରିବା ପାଇଁ କଟକ ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଦାବିରେ ଆଜି ଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଗଣ ଧାରଣା ଦିଆଯାଇଛି । ଡମପଡ଼ା ବ୍ଲକ କଂଗ୍ରେସ ସଭାପତି ଅସୀତ୍ ବରଣ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଗଣ ଧାରାଣାରେ ଜିଲ୍ଲା କଂଗ୍ରେସ ଉପସଭାପତି କୁବେର ଚୌଧୁରୀ, ଉପଦେଷ୍ଟା ବାବୁଲି ଦଳେଇ, ପୂର୍ବତନ ସରପଞ୍ଚ ଭାବଗ୍ରାହୀ ସ୍ୱାଇଁ, ଘନଶ୍ୟାମ ମହାନ୍ତି, ନକୁଳ ପ୍ରଧାନ, ପ୍ରଶାନ୍ତ କୁମାର ମହାନ୍ତି, ଦେବେନ୍ଦ୍ର ଧଳ ସାମନ୍ତ,ସୀତାକାନ୍ତ ମହାପାତ୍ର, ଆଲୋକ କୁମାର ସାହୁ,ତ୍ରିନାଥ ଜେନା, ତରଣୀ ମଲ୍ଲିକ, ବାସୁଦେବ ପଣ୍ଡା, ବିକ୍ରମ ମନ୍ତ୍ରୀ, ପିତବାସ ପ୍ରଧାନଙ୍କ ସମେତ ବହୁ କଂଗ୍ରେସ କର୍ମୀ ଯୋଗଦେଇଛନ୍ତି । ଦୋଷୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଅନିର୍ଦ୍ଧିଷ୍ଟ ଦିନ ପର୍ଯ୍ୟନ୍ତ କଂଗ୍ରେସ ଧାରଣା ଦେବବୋଲି ସଭାପତି ପଟ୍ଟନାୟକ ପ୍ରକାଶ କରିଛନ୍ତି ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel

AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel

September 17, 2026
ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

September 16, 2026
ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ

September 14, 2026
World Odisha Society pays tribute to Pranab Patnaik

ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ

September 14, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel

AM/NS India Secures Landmark Dual BIS Certifications, Strengthening Market Leadership and Driving Import Substitution in Specialised Steel

September 17, 2026
ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

ସାଧାରଣ ଚିକିତ୍ସାଳୟ ରେ ଅସାଧାରଣ ଅବ୍ୟବସ୍ଥା – ରୋଗୀ ସେବା ବ୍ୟାହତ

September 16, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version