ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ସୋମବାର ) ରଣପୁର ରିପୋର୍ଟ /ଅଭିମନ୍ୟୁ :- ଆଜି ଅଗଷ୍ଟ ୯ ଭାରତର କ୍ରାନ୍ତି ଦିବସରେ CITU,AIKS ଓ କ୍ଷେତମଯଦୁର ଇୟୁନିଅନ ମିଳିତ ଆହ୍ବାନରେ କେନ୍ଦ୍ର ମୋଦୀ ସରକାରଙ୍କ ଚାଷୀ ଓ ଶ୍ରମିକ ବିରୋଧୀ ନୀତି ବିରୋଧରେ ରଣପୁର ବ୍ଲକ ସମ୍ମୁଖରେ ଆଇନ ଅମାନ୍ୟ ଆନ୍ଦୋଳନ ଅନୁଷ୍ଠିତ ହୋଇ ଶତାଧିକ ସତ୍ୟାଗ୍ରହୀ ଗିରଫ ହୋଇଥିଲେ। ଶ୍ରମିକ, କୃଷକ ଓ କ୍ଷେତମଯଦୁର ଇୟୁନିଅନ ତରଫରୁ ଦେଶ ତମାମ ସତ୍ୟାଗ୍ରହ ଚାଲିଥିଲା ବେଳେ ରଣପୁର ପଞ୍ଚୁଦୋଳ ପଡ଼ିଆରୁ ଦିନ ୧୨ ଟା ସମୟ ରେ ନିର୍ମାଣ ଶ୍ରମିକ,ପାଚିକା,ଆଶାକର୍ମୀ,ଅଙ୍ଗନ ବାଡ଼ି କର୍ମୀ, କୃଷକ ଓ କ୍ଷେତ ମଯଦୁର ମାନ ଙ୍କ ତରଫରୁ ଏକ ଶୋଭାଯାତ୍ରା ବାହାରି ବଜ଼ାର ପରିକ୍ରମା କରି ରଣପୁର ବ୍ଲକ ସମ୍ମୁଖରେ ପହଞ୍ଚି ଥିଲେ ।
ସାଥୀ ଦୁଃଶାସନ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଟିତ ସଭାରେ ହରିଶ୍ଚନ୍ଦ୍ର ମିଶ୍ର, ସୁରେଶ ସ୍ବାଇଁ,ନିତ୍ୟାନନ୍ଦ ପରିଡା,ଭିକାରୀ ସାହୁ,ସୁଶୀଲ ମହାନ୍ତି, ଗଦାଧର ପ୍ରଧାନ,ସଂଯୁକ୍ତା ସେଠୀ, ସୁକାନ୍ତି ଜେନା,ଜାମିନି ବେହେରା ପ୍ରମ୍ମୁଖ ବକ୍ତବ୍ୟ ଦେଇ କେନ୍ଦ୍ର ମୋଦୀ ସରକାରଙ୍କ ଆକାଶ ଛୁଆଁ ଦରଦାମ ବୃଦ୍ଧି ଓ ଶ୍ରମିକ-କୃଷକ ବିରୋଧୀ ନୀତିକୁ ତୀବ୍ର ସମାଲୋଚନା କରିଥିଲେ ।
ସରକାର ଗ୍ରହଣ କରିଥିବା ତିନି କଳା କୃଷି ଆଇନ ଓ ଶ୍ରମିକ ବିରୋଧୀ ଚାରି ଶ୍ରମ କୋର୍ଡ ତୁରନ୍ତ ବାତିଲି ସହ ମନରେଗା କାମରେ ବର୍ଷକୁ ୨୦୦ଦିନ କାମ ଓ ଦୈନିକ ମଜୁରୀ ୬୦୦ଟଙ୍କା ଯୋଗାଇ ଦେବା ସହ ମାଗଣା କୋଭିଡ ଟୀକା ତୁରନ୍ତ ଯୋଗାଣ,କୋଭିଡ ସହାୟତା ପାଇଁ ପ୍ରତି ଗରିବ ପରିବାରକୁ ମାସକୁ ୧୦ କେ ଜି ଚାଉଳ/ଗହମ ଓ ଗରିବ ପରିବାରକୁ ମାସିକ ୭୫୦୦ ଟଙ୍କା ଯୋଗାଇଦେବା ଏବଂ ଆକାଶଛୁଆଁ ଦରଦାମ ପ୍ରତ୍ୟାହାର କରିବା କୁ ଦାବୀ କରିଥିଲେ ।