No Result
View All Result
ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ସୋମବାର ) ବରଗଡ଼ :- ବରଗଡ଼ ଜିଲ୍ଲା ଟେଣ୍ଟ ହାଉସ,ଲାଇଟ୍ ଡେକୋରେଟର ଏବଂ ଫ୍ଲାଓ୍ବ।ର ଡେକୋରେଟର ସଂଘ ପକ୍ଷରୁ ଆଜି ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ପ୍ରଦାନ ଦାବି ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। କରୋନା ସମୟରୁ ଗତ ଦୁଇ ବର୍ଷରୁ ଅଧିକ ସମୟ ସାଧାରଣ ରେ କୈ।ଣସି କାର୍ଯ୍ୟକ୍ରମ ହେଉନଥିବାରୁ ଟେଣ୍ଟ ବ୍ୟବସାୟ ସଂଗ କୁ ଲାଇଟ୍ ଏବଂ ଫୁଲ ଡେକୋରେଟର ଦୋକାନ ମଧ୍ୟ ବନ୍ଦ ରହିଥିଲା ।

ତେବେ ବର୍ତ୍ତମାନ କରୋନା କଟକଣା କୋହଳ ହୋଇ ବିବାହ ଓ ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ମିଲିଲାଣୀ। ହେଲେ ଟେଣ୍ଟ ହାଉସ, ଲାଇଟ୍ ଓ ଫ୍ଲାଓ୍ବ।ର ଡେକୋରେଟର ଦୋକାନ ଖୋଲିବାକୁ ପ୍ରଶାସନ ପକ୍ଷରୁ ଅନୁମତି ମିଳିନାହିଁ। ଫଳରେ ସେମାନଙ୍କ ଜୀବନ ଜିବୀକା ଦୁର୍ବିସହ ହୋଇପଡିଲାଣୀ ବୋଲି ଅଭିଯୋଗ କରିଥିଲେ।
ଅତି ଶୀଘ୍ର ଦୋକାନ ଖୋଲିବାକୁ ପ୍ରଶାସନ ଅନୁମତି ପ୍ରଦାନ କରିବା ପାଇଁ ସଂଘ ପକ୍ଷରୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ସଂଘ ପକ୍ଷରୁ ଏକ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିଥିଲେ। ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ରତ୍ନାକର ପ୍ରଧାନ,ପ୍ରତାପ ଦାଶ,ରାଜ କୁମାର ଛତ୍ରିଆ ପ୍ରମୁଖ ନେତୃତ୍ବ ନେଇଥିଲେ। ( ସତ୍ୟ ନାରାୟଣ ପ୍ରଧାନ )
No Result
View All Result