No Result
View All Result
ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ, ଶନିବାର ) ଟୋକିଓ :- ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରରିଛନ୍ତି । ଚଳିତ ଅଲିମ୍ପିକ୍ସରେ ଭାରତ ପାଇଁ ଏହା ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିଛନ୍ତି ନୀରଜ । ଏହି ପଦକ ସହ ଭାରତ ଚଳିତ ଅଲମ୍ପିକ୍ସରେ ମୋଟ ୭ଟି ପଦକ ଜିତି ସାରିଛି । ଆଜି ଯାଏ ଅଲିମ୍ପିକ୍ସର କୌଣସି ସଂସ୍କରଣରେ ଭାରତର କେହି ବି ଆଥଲେଟିକ୍ସରେ ପଦକ ଜିତି ନଥିଲେ । ଶେଷଥର ପାଇଁ ୧୯୦୦ ମସିହାର ଜୁଲାଇ ୨୨ରେ ବ୍ରିଟିଶ-ଇଣ୍ଡିଆର ନୋରମାନ ପ୍ରୀଟଚାର୍ଡ ୨୦୦ ମିଟର ରନିଂ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ ।
ଏହାପରେ ବ୍ରିଟିଶ ଇଣ୍ଡିଆ କିମ୍ବା ସ୍ୱାଧୀନତା ପରେ କୌଣସି କ୍ରୀଡ଼ାବିତ ଭାରତ ପାଇଁ ଆଥଲେଟିକ୍ସରେ ପଦକ ଜିତି ନଥିଲେ । ନୀରଜ ଆଜି ଇତିହାସ ସୃଷ୍ଟି କରିବା ସହ ଭାରତର ୨୦୧୨ ମେଡାଲ ଟାଲି ରେକର୍ଡକୁ ବି ଭାଙ୍ଗି ଦେଇଛନ୍ତି । ଭାରତ ୨୦୧୨ରେ ୬ଟି ପଦକ ଜିତିଥିବା ବେଳେ ଏଥର ୭ ଟି ପଦକ ଜିତିବାକୁ ସକ୍ଷମ ହୋଇଛି ।
ନୀରଜ ଆଜି ପ୍ରଥମ ପ୍ରୟାସରୁ ହିଁ ଦମ ଦେଖାଇଥିଲେ । ପ୍ରଥମେ ସେ ୮୭.୦୩ ମିଟିର ଜାଭେଲିନକୁ ଫୋପାଡ଼ି ଥିଲେ । ଏହାପରେ ଦ୍ୱିତୀୟ ପ୍ରୟାସରେ ସେ ରେକର୍ଡ ୮୭.୫୮ ମିଟିର ଦୂରତାକୁ ଜାଭେଲିନ ଫୋପାଡ଼ି ଏକା ପ୍ରକାରର ସ୍ୱର୍ଣ୍ଣ ପଦକ ପକ୍କା କରି ନେଇଥିଲେ । ଏହାପରେ ଅନେକ କ୍ରୀଡ଼ାବିତ୍ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ହେଁ କେହି ବି ସଫଳ ହୋଇ ନଥିଲେ ।
ଶେଷରେ ନୀରଜ ଚୋପ୍ରା ଭାରତ ପାଇଁ ସ୍ୱର୍ଣ୍ଣ ପଦକ ଜିତି ନେଇଛନ୍ତି । ନୀରଜଙ୍କ ଏହି ସଫଳତା ପରେ ରାଷ୍ଟ୍ରପତି, ପ୍ରଧାମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ଦେଶବାସୀ ତାଙ୍କୁ ସୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ ନୀରଜ ପ୍ରଥମ ରାଉଣ୍ଡରେ ଏକ ଥରକେ ୮୫. ୬ ମିଟିର ଦୂରକୁ ଜ୍ୟାଭଲିନ ପିଙ୍ଗି ଫାଇନାଲକୁ ଯାଇଥିଲେ ।
No Result
View All Result