No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର ) ଭୁବନେଶ୍ୱର :- ଭାରତୀୟ ସ୍ୱାଧୀନତା ସଂଗ୍ରାମର ବିଶିଷ୍ଟ ସାରଥୀ, ଦାର୍ଶନିକ, କବି, ବିଶିଷ୍ଟ ବ୍ୟବସ୍ଥାପକ, ସଂସ୍କାରକ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ୧୩୭ ତମ ଜୟନ୍ତୀ ବିଧାନସଭା ପରିସରରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ରୂପେ ଉପବାଚସ୍ପତି ରଜନୀକାନ୍ତ ସିଂ ଯୋଗ ଦେଇ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।
ଭାରତର ସ୍ୱାଧୀନତା ସଂଗ୍ରାମରେ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ଅତୁଳନୀୟ ଅବଦାନ ରହିଥିବା ସହ ଜଣେ ବିଶିଷ୍ଟ ବ୍ୟବସ୍ଥାପକ ରୂପେ ଭାରତୀୟ ସାମ୍ୱିଧାନିକ ଇତିହାସରେ ଚିରସ୍ମରଣୀୟ ରହିବେ ବୋଲି ଉପବାଚସ୍ପତି ଶ୍ରୀ ସିଂ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ସମେତ ବିଧାନସଭା ସଚ୍ଚିବାଳୟର ଅଧିକାରୀମାନେ ଉପସ୍ଥିତ ଥିଲେ
No Result
View All Result