No Result
View All Result
ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର ) ମୁମ୍ବଇ :- ଘରୋଇ ସ୍ୱାସ୍ଥ୍ୟସେବା ଯୋଗାଣକାରୀ ସଂସ୍ଥା ଅଜିଙ୍କ୍ୟ ଡି ୱାଇ ପାଟିଲ ସୁଲଭ ମୂଲ୍ୟ ସ୍ୱାସ୍ଥ୍ୟସେବା ଯୋଗାଣ କ୍ଷେତ୍ରରେ ଏକ ପ୍ରଭାବୀ ସ୍ଥାନ ଦଖଲ କରିବା ଆଶା ଆକାଂକ୍ଷା ସୁଦୃଢ କରିବା ଦିଗରେ ଆଉ ଏକ ପଦକ୍ଷେପ ସ୍ୱରୂପ ଏକ ଗୁରୁତ୍ୱପୂର୍ଣ୍ଣ ରାଜିନାମାରେ ସ୍ୱାକ୍ଷର କରିଛି । ଏହି ଗ୍ରୁପ୍ ୱାଡାଲା ମୁମ୍ବଇରେ ସ୍ୱାସ୍ଥ୍ୟସେବା ଶିକ୍ଷା ସନ୍ନିହିତ ଏକ ପ୍ରମୁଖ ସୁପର ସ୍ପେଶାଲିଟି ଏବଂ କ୍ରିଟିକାଲ କେୟାର ସୁବିଧା ସ୍ଥାପନ କରିବା ଏବଂ ପରେ ପୁଣେରେ ଅନୁରୂମ ମଡେଲ ସ୍ଥାପନ କରିବାକୁ ଆଗ୍ରହୀ । ପୂର୍ବତନ ମୁମ୍ବଇ ପୋର୍ଟ ଟ୍ରଷ୍ଟ ହସପିଟାଲର ବ୍ୟାପକ ଉନ୍ନତିସାଧିତ ହେବାକୁ ଯାଉଛି ଏବଂ ସଂପ୍ରତି ଏହା ମୁମ୍ବଇର ଅନ୍ୟତମ ସର୍ବବୃହତ ଏବଂ ଅଗ୍ରଣୀ ହସପିଟାଲ ଭାବରେ ବିବେଚିତ ହେଉଛି ।
ସିଜିଏଚଏସ ମୂଲ୍ୟରେ ସେବା ଉପଲବ୍ଧ କରାଉଥିବା ଏହି ହସପିଟାଲ ସରକାରୀ କର୍ମଚାରୀ ଏବଂ ଅନ୍ୟ ହିତାଧିକାରୀଙ୍କ ପାଇଁ ଏକ ପ୍ରମୁଖ ସ୍ଥଳ ହେବାକୁ ଯାଉଛି । ହସପିଟାଲଗୁଡିକ ସର୍ବାଧିକ ଆକାଂକ୍ଷିତ ଭିତ୍ତିଭୂମି ଆବଶ୍ୟକତା ପାଲଟିଥିବାବେଳେ ସ୍ୱାସ୍ଥ୍ୟସେବା ଶିକ୍ଷା ସୁବିଧା ଯୋଗ କରାଯିବା ମଧ୍ୟ ବର୍ତ୍ତମାନ ସମୟର ଆବଶ୍ୟକତା ହୋଇଛି । ଅନେକ ସଂସ୍ଥା ଏମବିବିଏସ୍ ଏବଂ ଏମଏସ ସ୍ଥାନର ବର୍ଦ୍ଧିତ ଚାହିଦା ସହିତ ଏହି କ୍ଷେତ୍ରରେ ସୃଜନଶୀଳ ପାଠ୍ୟକ୍ରମ ପ୍ରଚଳନ କରୁଛନ୍ତି । ଗ୍ରୁପ୍ ଅଧ୍ୟକ୍ଷ ଡା.ଅଜିଙ୍କ୍ୟ ଡି ୱାଇ ପାଟିଲ କହିଛନ୍ତି, “ଆମେ ଆମ ମଡେଲରେ ଏକ ପୂର୍ଣ୍ଣାଙ୍ଗ ସାମଗ୍ରିକ ସମାଧାନ ଉପରେ ଦୃଷ୍ଟିନିବଦ୍ଧ କରୁଛୁ, ଯାହା କେବଳ ଚିକିତ୍ସା ଏବଂ ଶିକ୍ଷା ମଧ୍ୟରେ ସୀମିତ ନୁହେଁ ।
ସୁସ୍ଥତା ଏବଂ ବିକଳ୍ପ ଔଷଧ ଏହିଭଳି କିଛି ବିଷୟ ଯେଉଁଥିରେ ଆମେ ନିଜକୁ ପ୍ରତିବଦ୍ଧ ରହିବା ଏବଂ ବିଶ୍ୱ ମାନର ସୁବିଧା ସୁଯୋଗ ସୃଷ୍ଟି କରିବା ଇଛା କରୁଛୁ । ଆୟୁର୍ବେଦ ମୋ ପାଇଁ ଅତି ଆଗ୍ରହର ବିଷୟ ଏବଂ ମୋର ବିଶ୍ୱାସ ଯେ ଏ କ୍ଷେତ୍ରରେ ଅନେକ କିଛି କରିବାକୁ ବାକି ରହିଛି ।” ଅଜିଙ୍କ୍ୟ ଡି ୱାଇ ପାଟିଲ ହେଲ୍ଥକେୟାରର ପରିଚାଳନା ନିର୍ଦ୍ଦେଶକ ଏବଂ ସିଇଓ ଶିବଦତ୍ତ ଦାସ କହିଛନ୍ତି, “ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଯୋଗାଣ ଉପରେ ଆମେ ସ୍ପଷ୍ଟ ଭାବରେ ଦୃଷ୍ଟି ନିବଦ୍ଧ କରୁଛୁ । ସାଧାରଣ ଲୋକଙ୍କ ପାଇଁ ସର୍ବୋତ୍ତମ ମାନର ଚିକିତ୍ସା ସୁବିଧା ଯୋଗାଇଦେବା ଆମର ଆକାଂକ୍ଷା ହୋଇ ରହିଛି । ଆମେ ଗୋଟିଏ ସ୍ଥାନରେ ଘରୋଇ ହସପିଟାଲ ମାନର ସେବା ଏବଂ ସାମାଜିକ ହସପିଟାଲ ଭଳି ମୂଲ୍ୟ ଏକତ୍ର ଉପଲବ୍ଧ କରାଇବା ଲକ୍ଷ୍ୟ ରଖିଛୁ ।
ପ୍ରଯୁକ୍ତି ଓ ଅର୍ଥନୀତିର ସଠିକ ସମ୍ମିଶ୍ରଣ ଦ୍ୱାରା ଏହା ସମ୍ଭବ ହୋଇପାରିବ । ଆମେ ଅନେକ ଭ୍ରାନ୍ତ ଧାରଣା ଦୂର କରିବୁ ଏବଂ ପ୍ରମାଣିତ କରିବୁ ଯେ ଶୀର୍ଷସ୍ତରର ସ୍ୱାସ୍ଥ୍ୟସେବା ମଧ୍ୟ ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଇପାରିବ ।” ଅଜିଙ୍କ୍ୟ ଡି ୱାଇ ପାଟିଲ ଗ୍ରୁପ୍ର ଅଧ୍ୟକ୍ଷ ଡା.ଅଜିଙ୍କ୍ୟ ଡି ୱାଇ ପାଟିଲ, ଅଶୋକ ବିଲ୍ଡକନ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଏବଂ ସଂସ୍ଥାପକ ଶ୍ରୀ ସତୀଶ ପାରଖ, ଏଡିୱାଇପି ହେଲ୍ଥକେୟାର ପରିଚାଳନା ନିର୍ଦ୍ଦେଶକ ଓ ସିଇଓ ଶ୍ରୀ ଶିବଦତ୍ତ ଦାସ, ଅଶୋକ ବିଲ୍ଡକନ ଲିମିଟେଡର ମୁଖ୍ୟ ଅପରେଟିଂ ଅଫିସର ଶ୍ରୀ ବରୁଣ ଚୌଧୁରୀ ଏବଂ ଅଶୋକ ବିଲ୍ଡକନର ଡାଇରେକ୍ଟର ଶ୍ରୀ ମିଲାପ ଭଁସାଲିଙ୍କ ଉପସ୍ଥିତିରେ ମୁମ୍ବଇରେ ଏହି ରାଜିନାମା ସ୍ୱାକ୍ଷରିତ ହୋଇଥିଲା ।
No Result
View All Result