• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଦେଶ

ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

Proprietor Abhimanyu Maharana by Proprietor Abhimanyu Maharana
August 26, 2026
in ଦେଶ, ମନୋରଞ୍ଜନ, ହୋମ୍
0
ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ
Share on FacebookShare on TwitterWhatsapp

ନୂଆ ଦିଲ୍ଲୀ  (ଓଡିଶା ତାଜାନ୍ୟୁଜ ) ନି. ପ୍ର :- ଆମେରିକାରେ ଅବସ୍ଥାପିତ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଲେଖିକା, ମିଡିଆ ଉଦ୍ୟୋଗୀ ଏବଂ ୱାର୍ଲଡ଼ ଓ଼ମ୍ୟାନ ଫାଉଣ୍ଡେସନ (ଡବ୍ଲୁଡବ୍ଲୁଏଫ)ର ସିଇଓ ରୂପା ଦାଶ ସମ୍ପ୍ରତି ନୂଆଦିଲ୍ଲୀର କାଲକା ପବ୍ଲିକ ସ୍କୁଲ ଠାରେ ବାଳିକା ମାନଙ୍କର ଆର୍ଥିକ ସ୍ୱାଧୀନତା ଉପରେ ଏକ କର୍ମଶାଳା ଆୟୋଜନ କରିଛନ୍ତି। ଏହି ପ୍ରୟାସ ଭାରତର ୮୦ ବର୍ଷର ସ୍ୱାଧୀନତା ଉତ୍ସବ ଅବସରରେ ଦେଶର ୮ କୋଟି କିଶୋରୀଙ୍କର ଆର୍ଥିକ ସ୍ୱାଧୀନତା ଓ ମାଲିକାନା ଅଧିକାରକୁ ସୁନିଶ୍ଚିତ କରିବା ନେଇ ୱାର୍ଲଡ଼ ଓ଼ମ୍ୟାନ ଫାଉଣ୍ଡେସନ‌ ତରଫରୁ ଆରମ୍ଭ କରାଯାଇଥିବା ମହାଅଭିଯାନର ଏକ ଅଂଶ ବିଶେଷ ଥିଲା।

ଏଠାରେ ଟଙ୍କାର ଅସଲ କରାମତି ଉପରେ ପରଦାଫାସ କରିବା,କିଶୋରୀମାନଙ୍କର ଅର୍ଥନୈତିକ ଦୃଷ୍ଟିକୋଣକୁ ସହଜ ସାଧ୍ୟ କରିବା ଏବଂ ସେମାନଙ୍କୁ ଆର୍ଥିକ ସ୍ୱାଧୀନତା ହାସଲ କରିବା ପାଇଁ ବ୍ୟବହାରିକ ଦକ୍ଷତା ପ୍ରଦାନ କରିବା ଉପରେ ଆଲୋଚନା ହୋଇଥିଲା। “କିପ୍ ଇଟ୍। ଗ୍ରୋ ଇଟ୍” ଶୀର୍ଷକ ଏହି ଏକ ଘଣ୍ଟା ବ୍ୟାପୀ ମତାମତ ଆଦାନ ପ୍ରଦାନ ଅଧିବେଶନ ନବମ ଓ ଦଶମ ଶ୍ରେଣୀର ଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିଲା। କର୍ମଶାଳା ରେ ଉପହାର,ପକେଟ ଖର୍ଚ୍ଚ, ଛାତ୍ରବୃତ୍ତି ଓ ପୁରସ୍କାର ଭାବେ ମିଳୁଥିବା ଛୋଟ ଛୋଟ ରାଶି କୁ ସଞ୍ଚୟ ଓ ନିବେଶ କରିବା ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା।

ଡବ୍ଲୁଡବ୍ଲୁଏଫ’ର ଯୁବ ଶାଖାର ବିଶ୍ୱ ମୁଖ୍ୟ ଏବଂ “କିପ୍ ଇଟ୍ ଗ୍ରୋ ଇଟ୍” ଉଦ୍ୟମର ସଂସ୍ଥାପିକା ଓ ସୃଜନଶୀଳ ନିର୍ଦ୍ଦେଶିକା ଆୟାତୀ ଦାଶ କର କର୍ମଶାଳାର ସହ-ପରିଚାଳକ ଥିଲେ। ଚକ୍ରବୃଦ୍ଧି ଶକ୍ତିର ବ୍ୟବହାର କରି ସାମାନ୍ୟ ସଞ୍ଚୟକୁ ମଧ୍ୟ ନିୟମିତ ଭାବେ ନିବେଶ କରାଗଲେ ଏହା କିଭଳି ସମୟକ୍ରମେ ବୃହତ ଆର୍ଥିକ ସମ୍ପତ୍ତିରେ ପରିଣତ ହୋଇପାରେ ତାହା କର୍ମଶାଳାରେ ଦର୍ଶାଯାଇଥିଲା। ଆର୍ଥିକ ଆତ୍ମବିଶ୍ୱାସ କିପରି ଉତ୍ତମ ଶିକ୍ଷାର ସୁଯୋଗ, ସଠିକ କ୍ୟାରିଅର ପସନ୍ଦ ଉପଲବ୍ଧ , ଉତ୍ପାଦକ ଉଦ୍ୟୋଗିତା ର ଅବସର ଓ ଦୀର୍ଘକାଳୀନ ଆର୍ଥିକ ସୁରକ୍ଷା ପ୍ରଦାନ କରିପାରେ, ସେସମ୍ପର୍କରେ ଛାତ୍ରୀମାନେ ବିସ୍ତୃତ ଭାବେ ଚର୍ଚ୍ଚା କରିଥିଲେ ।

କର୍ମଶାଳା କୁ ସମ୍ବୋଧନ କରି ଆୟାତୀ ଦାଶ କର ବାସ୍ତବ ଜୀବନର ବହୁ ପ୍ରକୃଷ୍ଟ ଦୃଷ୍ଟାନ୍ତ ଓ ଆକର୍ଷଣୀୟ ଉଦାହରଣ ମାନ ଦର୍ଶାଇ ଛାତ୍ରୀମାନଙ୍କୁ ପ୍ରେରିତ କରିଥିଲେ। ଜୀବନ ଧାରଣକୁ ସଶକ୍ତ ଓ ସହଜ କରିବା ପାଇଁ ସଞ୍ଚୟ, ନିବେଶ ଓ ଆର୍ଥିକ ଯୋଜନାକୁ ପ୍ରାଥମିକତା ପ୍ରଦାନ କରାଯିବାକୁ ସୁଶ୍ରୀ କର ମତ ପ୍ରକାଶ କରିଥିଲେ। ନିଜେ ଜଣେ ଯୁବ ଉଦ୍ୟୋଗୀ ଓ ସୃଜନଶୀଳ ପ୍ରତିଭା ଭାବରେ ପ୍ରତିଷ୍ଠିତ ହୋଇଥିବାର ପୃଷ୍ଠଭୂମି କୁ ସୂଚାଇ ସେ ବାଳିକା ମାନଙ୍କୁ ଆର୍ଥିକ ଭାବେ ସ୍ୱାଧୀନ ଓ ଭବିଷ୍ୟତରେ ନେତୃତ୍ୱ ନେବା ପାଇଁ ଆବଶ୍ୟକୀୟ ଆତ୍ମବିଶ୍ୱାସ ଓ ଶୃଙ୍ଖଳା ବିକାଶ କରିବାକୁ ଉତ୍ସାହିତ କରିଥିଲେ।

ଆର୍ଥିକ ସାକ୍ଷରତା ଉପରେ ଗୁରୁତ୍ୱ ଦେଇ ସୁଶ୍ରୀ କର ଭାରତର ପାରିବାରିକ ସଞ୍ଚୟ ଦେଶର ସର୍ବଶ୍ରେଷ୍ଠ ଆର୍ଥିକ ସମ୍ବଳ ମଧ୍ୟରୁ ଅନ୍ୟତମ ଏବଂ ଏହା ଜାତୀୟ ଜିଡିପିର ପ୍ରାୟ ୩୦ ଶତାଂଶ ଭୁକ୍ତ କରିଥାଏ ବୋଲି ଉଲ୍ଲେଖ କରିଥିଲେ । ଭାରତରେ ୨୫ କୋଟିରୁ ଅଧିକ କିଶୋରୀ ଥିବାରୁ ଛୋଟ ବୟସରୁ ସଞ୍ଚୟ ଓ ନିବେଶ ନେଇ ଅଭ୍ୟାସ ସୃଷ୍ଟି କରିବା ଦ୍ୱାରା ଭବିଷ୍ୟତରେ କୋଟିପତି ଵନିବାର ସ୍ବପ୍ନ ସାକାର ହେବା, ଘରୋଇ ନିବେଶ ମଜବୁତ ଵନିବା ଏବଂ ଆର୍ଥିକ ଦୁର୍ବଳତା ହ୍ରାସ ପାଇବା ସାଙ୍ଗକୁ ୨୦୪୭ ସୁଦ୍ଧା ଭାରତକୁ ବିକଶିତ ଅର୍ଥନୀତିରେ ପରିଣତ କରିବାର ଯାତ୍ରାକୁ ତ୍ୱରାନ୍ୱିତ କରାଯାଇପାରିବ ବୋଲି ସେ ଦମ୍ଭ ପ୍ରକାଶ କରିଥିଲେ ।

ସପ୍ତାହକୁ ମାତ୍ର ୨୦ରୁ୫୦ ଟଙ୍କା ସଞ୍ଚୟ କଲେ ମଧ୍ୟ ଜୀବନଭରୀ ଆର୍ଥିକ ସ୍ୱଚ୍ଛଳତା ସୃଷ୍ଟି ହେବା ଏବଂ ଏକ ସ୍ୱାବଲମ୍ବୀ ମହିଳା ପିଢୀର ଅଭ୍ୟୁଦୟ ଘଟିବା ସମ୍ଭବପର ହୋଇ ପାରିବା ନେଇ ସେ ଦୃଢୋକ୍ତି ପ୍ରକାଶ କରିଥିଲେ । କର୍ମଶାଳାକୁ ଛାତ୍ରୀ, ଶିକ୍ଷକ , ଶିକ୍ଷୟତ୍ରୀ ଓ ବିଦ୍ୟାଳୟର ପରିଚାଳନା କର୍ତ୍ତୃପକ୍ଷ ବେଶ ପସନ୍ଦ କରିଥିଲେ।ପ୍ରାୟ ୫୦୦ ଛାତ୍ରୀ ଏହି ଘନିଷ୍ଠ ମତ ଆଦାନ ପ୍ରଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଭିନ୍ନଧର୍ମୀ ଏବଂ ଉଦ୍ଭାବନୀ କର୍ମଶାଳାର ଆୟୋଜକଙ୍କ ମଧ୍ୟରେ ପ୍ଲାଙ୍କ ଏକାଡେମୀର ନିର୍ଦ୍ଦେଶିକା ତପସ୍ୱିନୀ ନାୟକ, ପ୍ରିନ୍ସିପାଲ ଡଃ ଅଞ୍ଜୁ ମେହରୋତ୍ରା ଏବଂ ସଂଯୋଜିକା କାଞ୍ଚନ ୱାଲୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ।

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

Delhi hosts Workshop on Financial Freedom

August 26, 2026
ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

August 26, 2026
ପୁଲିସ୍‌ର କପୋଳକଳ୍ପିତ ତଥ୍ୟ ଯୋଗୁଁ ପ୍ରକୃତ ମୃତକଙ୍କୁ ନ୍ୟାୟ ଦେବ କିଏ ?

ପୁଲିସ୍‌ର କପୋଳକଳ୍ପିତ ତଥ୍ୟ ଯୋଗୁଁ ପ୍ରକୃତ ମୃତକଙ୍କୁ ନ୍ୟାୟ ଦେବ କିଏ ?

August 26, 2026
ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ

ନର କଙ୍କାଳକୁ ନେଇ ବାରମ୍ୱାର ବଢୁଛି ଦ୍ୱନ୍ଦ : ଅଭିଯୋଗକାରୀକୁ ମିଛ ପ୍ରଳାପରେ ବାଟବଣା କରୁଛି ପୋଲିସ୍ ପ୍ରଶାସନ

August 25, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

Delhi hosts Workshop on Financial Freedom

August 26, 2026
ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

ଦିଲ୍ଲୀରେ ଆର୍ଥିକ ସ୍ୱାଧୀନତା ଉପରେ କର୍ମଶାଳା ଆୟୋଜନ

August 26, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version