No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର )ହିଞ୍ଜିଳିକାଟୁ :- କୃଷି ଓ କୃଷକଙ୍କ ହିତ ସାଧନ ଦିଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସର୍ବଦା ପ୍ରଶଂସନୀୟ ଉଦ୍ୟମ ଜାରି ରଖିଛନ୍ତି।କୃଷିରେ ସଫଳତା ଓ କୃଷକଙ୍କ ଆର୍ଥିକ ବିକାଶ ଘଟି ଦେଶ ତଥା ରାଜ୍ୟର ଆର୍ଥିକ ଅଭିବୃଦ୍ଧି ହାର ବୃଦ୍ଧି ହୋଇଛି ବୋଲି ପରିସଂଖ୍ୟାନ ସୂଚନାରୁ ଜଣାଯାଏ।କୃଷି ସମ୍ପଦର ଭିତ୍ତିଭୂମି ବିକାଶ ଦିଗରେ କାର୍ଯ୍ୟକରୁଛି ରାଜ୍ୟ ସରକାରଙ୍କ ଜଳ ସମ୍ପଦ ବିଭାଗ,ଉଠା ଜଳସେଚନ, କ୍ଷୁଦ୍ର ଜଳ ସେଚନ ବିଭାଗ ସମେତ କୃଷି ବିଭାଗ।ମୁଖ୍ୟତଃ ଭିତ୍ତିଭୂମି ସଜାଡ଼ିବା କ୍ଷେତ୍ରରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ଜଳ ସମ୍ପଦ ବିଭାଗ।କେନାଲ ସଫା,ଆଡିବନ୍ଧ ସୁଦୃଢ଼ ସହ ମରାମତି,ମାଟିକାମ,ଗାର୍ଡୱାଲ ଏବଂ ଚେକ ଡ୍ୟାମ ଆଦି ନିର୍ମାଣ ସହ କୃଷି ଓ କୃଷକଙ୍କ ସୁବିଧା ଅସୁବିଧା ଲାଗି ଗଠନ ହୋଇଛି ପାଣି ପଞ୍ଚାୟତ କମିଟି।କୃଷି ଓ କୃଷକଙ୍କ ବିକାଶ ଲାଗି ରାଜ୍ୟ ରାଜକୋଷରୁ ବ୍ୟୟ ଅଟକଳ କରି ନିର୍ମିତ ହେଉଛି କୋଟି କୋଟି ଟଙ୍କାର ପ୍ରକଳ୍ପ।ପୁଣି ରାଜ୍ୟ ସରକାରଙ୍କ ସଶକ୍ତ ବିଭାଗ ମୋ ସରକାର ରେ ଅନ୍ତର୍ଭୁକ୍ତ ହୋଇଛି ଜଳ ସମ୍ପଦ ବିଭାଗ । ଆଉ ୫ ଟି ପଦ୍ଧତି ଆଧାରରେ ପରିଚାଳିତ ହେବା ସହ ଲୋକଙ୍କ ମଙ୍ଗଳ ଦିଗରେ ପଦକ୍ଷେପ ନେବା ପାଇଁ ବିଭାଗ ଓ ବିଭାଗୀୟ ଅଧିକାରୀଙ୍କୁ ବି ରାଜ୍ୟ ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି।ପ୍ରକୃତ ପକ୍ଷେ କହିବାକୁ ଗଲେ ସରକାରଙ୍କ ବାସ୍ତବ ଲକ୍ଷ୍ୟ ଠାରୁ ବହୁ ପଛରେ ବିଭାଗ ରହିଛି।

ସରକାରଙ୍କ ଏତେ ସବୁ ପଦକ୍ଷେପ ସତ୍ତ୍ଵେ ଜଳସେଚନ ବିଭାଜନ,ବ୍ରହ୍ମପୁର ଅଧୀନରେ ଥିବା ସ୍ଥାନୀୟ ହିଞ୍ଜିଳି ଉପଖଣ୍ଡ ଜଳସେଚନ ଓ ଜଳ ସେଚନ ବିଭାଗ ପକ୍ଷରୁ ଚାଷୀଙ୍କ ପାଇଁ କିଭଳି ଭାବେ ପଦକ୍ଷେପ ଗ୍ରହଣ କରାଯାଇଛି ତାହା ଚାଷୀଙ୍କ ଆର୍ଥିକ ବେଦନାର କ୍ଷୋଭ ପ୍ରକାଶ ଓ ଅସନ୍ତୋଷର ତୀବ୍ର ପ୍ରତିକ୍ରିୟାରୁ ବିଭାଗୀୟ ଯନ୍ତ୍ରୀଙ୍କ ଦକ୍ଷତା ଓ ଚାଷୀଙ୍କ ପ୍ରତି କେତେ ଦରଦ ରହିଛି ତାହା ସ୍ପଷ୍ଟ ସଂକେତ ନିର୍ଦ୍ଦେଶ କରୁଛି।ସ୍ଥାନୀୟ ହିଞ୍ଜିଳି ବ୍ଳକ ନନ୍ଦିକ ଗ୍ରାମର ସାହୁକାର ଋଣ ଓ ଜଳକର ଦେଇ ଅତିଷ୍ଠ ଥିବା ବହୁ ଅଭାବୀ ଚାଷୀ ସ୍ଥାନୀୟ ହିଞ୍ଜିଳି ଜଳ ସେଚନ ବିଭାଗ ଉପରେ ଏଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି।କେନାଲର ମାଟି ଓ ଘାସଲଟା ସଫା ନାଁ ରେ ଦେଖାଣିଆ ଭାବେ କେଉଁଠି କେମିତି କାଁ ଭାଁ ସଫା ଓ ତାଳିପକା କାମ ସାରି ଅର୍ଥ ହରିଲୁଟ ପାଇଁ ମସୁଧା ଚାଲିଥିବା ସମ୍ପର୍କରେ ସମ୍ପୃକ୍ତ ଗ୍ରାମର ଚାଷୀକୂଳ ଅଭିଯୋଗ କରିଛନ୍ତି।ଟେଣ୍ଡେର ହାତେଇ ଥିବା ଠିକାଦାର ଜଣକ ଗ୍ରାମର ସୁନ୍ଦର ମାଧବ ମନ୍ଦିର ସାମନା ଦେଇ ଯାଇଥିବା ବିଭାଗର ସିମେଣ୍ଟ ନାଳକୁ ସଫା କରିଥିବା ବେଳେ ହରିଜନ ସାହି ଓ ୩୬ ନଂ ରାଜ୍ୟ ରାଜପଥ ପାର୍ଶ୍ଵ କେନାଲ ସଫା ହୋଇ ନ ଥିବା ଦେଖାଯାଇଛି। ନନ୍ଦିକ ଗ୍ରାମ ଦେଇ ଯାଇଥିବା ଜୟମଙ୍ଗଳ କେନାଲର ପ୍ରାୟ ୫ ଶହ ମିଟର ପର୍ଯ୍ୟନ୍ତ କେନାଲଟି ପଙ୍କ ମାଟିରେ ପୋତିହୋଇ ଅଗଭୀର ହେବା ସହ ପର୍ଯ୍ୟାପ୍ତ ପରିମାଣରେ ଦଳଭର୍ତ୍ତି ଥିବା ଜଣାପଡିଛି । ବିଭାଗ ପକ୍ଷରୁ ସାମାନ୍ୟ ଅଧିକ ପାଣି ଛଡ଼ାଗଲେ ଲକ୍ଷ ଲକ୍ଷ ଟଙ୍କାର ଆର୍ଥିକ ଲାଭକାରୀ ଫସଲ ନଷ୍ଟ ହେଉଥିବା ଚାଷୀ ଅଭିଯୋଗ କରିଥିଲା ବେଳେ ଘର ଭିତରକୁ ପାଣି ପଶୁଥିବା ଗ୍ରାମବାସୀ କହିଛନ୍ତି।ଚାଷୀଙ୍କ ବାସ୍ତବ ଅଭାବ ଅସୁବିଧା ପ୍ରତି ବିଭାଗ ଯତ୍ନବାନ ହୋଇ କେନାଲର ମାଟି କାମ ଓ ନାଳ ସଫା କରିବା ବଦଳରେ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁ ମେଣ୍ଟ ଫଳରେ ପ୍ରତି ବର୍ଷ ଏଭଳି ସମସ୍ୟା ସୃଷ୍ଟି ହୋଇଛି।

ଏଭଳି ବାସ୍ତବ ସମସ୍ୟା ସମ୍ପର୍କରେ ସ୍ଥାନୀୟ ଜଳ ସେଚନ ବିଭାଗର ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁଙ୍କୁ ଚାଷୀମାନେ ବାରମ୍ବାର ଅଭିଯୋଗ ଓ ଅନୁରୋଧ କରୁଥିଲେ ମଧ୍ୟ ସମ୍ପୃକ୍ତ ସହକାରୀ ଯନ୍ତ୍ରୀ ଅଭିଯୋଗ ପ୍ରତି ସମ୍ପୂର୍ଣ୍ଣ ଅଣଦେଖା ଓ ଅବହେଳା ପ୍ରଦର୍ଶନ କରୁଥିବା ସେମାନେ ଅଭିଯୋଗ ଉଠାଇଛନ୍ତି।ସବୁଠାରୁ ଉଦବେଗଜନକ ପ୍ରସଙ୍ଗ ହେଲା ପ୍ରକୃତ ପକ୍ଷେ ଚାଷୀଙ୍କ ସ୍ୱାର୍ଥ ପ୍ରତି ଉତ୍ତରଦାୟୀ ହେବା ଅପେକ୍ଷା କେନାଲ ସଫା ନାଁ ରେ କେବଳ ଠିକାଦାର ଓ ଯନ୍ତ୍ରୀଙ୍କ ସ୍ୱାର୍ଥ ହାସଲ ଲାଗି କାଗଜପତ୍ରରେ ସଫା ହେଉଛି ବୋଲି ଗ୍ରାମର ଯୋଗୀନ୍ଦ୍ର ଭଉଳ,ଜୟସେନ ସାହୁ,ବିରେନ୍ଦ୍ର ପରିଡା,ରମେଶ ପ୍ରଧାନ,ସୀମା ଗୌଡ଼,ଗୌରୀ ପାଣିଗ୍ରାହୀ, ଉଲା ସେଠୀ,ଉଦୟ ସେଠୀ, ସୁବାଷ ପ୍ରଧାନ,ସନ୍ୟାସୀ ବେହେରା,ରବି ବେହେରା,ବୃନ୍ଦାବନ ସେଠୀ,ରଙ୍କନିଧି ସାହୁ,କାଳିଆ ପରିଡା,ସୁକଦେଵ ପରିଡା,ଅଭିମନ୍ୟୁ ସାହୁ,ସୁବାଷ ଗୌଡ଼,ଦୁର୍ଯ୍ୟୋଧନ ଗୌଡ଼, ବିଦ୍ୟାଧର ପରିଡ଼ା ଓ ଦଣ୍ଡପାଣି ପରିଡା ଙ୍କ ସମେତ ବହୁ ଚାଷୀ ଗୁରୁତର ଅଭିଯୋଗ କରି ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏ ନେଇ ହିଞ୍ଜିଳିକାଟୁ ଜଳସେଚନ ବିଭାଗୀୟ ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁଙ୍କୁ ପଚାରିବାରୁ ସେ କୁହନ୍ତି ସଂପୃକ୍ତ ଅଞ୍ଚଳର କେନାଲ କୁକୁଡାଖଣ୍ଡି ସବ ଡିଭିଜନ ଅଧିନରେ ରହିଛି । କୁକୁଡାଖଣ୍ଡି ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଅରୁଣ କୁମାର ପଟ୍ଟନାୟକଙ୍କୁ ଘଟଣା ନେଇ ପଚାରିବାରୁ ସେ କହିଛନ୍ତି ୭ ନଂ କେନାଲ ହିଞ୍ଜିଳିକାଟୁ ସବ ଡିଭିଜନ ଅଧିନରେ ରହିଛି । ହିଞ୍ଜିଳିଜଳ ସେଚନ ବିଭାଗ ସହକାରୀ ଯନ୍ତ୍ରୀ ନିଜ ଦୋଷ ଦୁର୍ବଳତାକୁ ଫାଙ୍କିବା ପାଇଁ ବେପାରୁଆ ଭାବେଏଭଳି ଦାୟିତ୍ଵହୀନ ମନ୍ତବ୍ୟକୁ ନେଇ ଅଡୁଆ ପରିସ୍ଥିତି ସୃଷ୍ଟି କରିଛି । ସମ୍ପୃକ୍ତ ସହକାରୀ ଯନ୍ତ୍ରୀଙ୍କ ଅଧୀନରେ ବହୁ ସମୟରେ ନିର୍ମିତ ହୋଇଥିବା ବିଭିନ୍ନ ଉନ୍ନୟନ କାର୍ଯ୍ୟ ଗୁଡିକ ଉପରେ ଏକ ନିରପେକ୍ଷ ତଦନ୍ତ ହେଲେ ବହୁ ଗୁମର ପଦାକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
( ରିପୋର୍ଟ : ଶୁସାନ୍ତ ପ୍ରଧାନ )
No Result
View All Result