No Result
View All Result
ଓଡ଼ିଶା ତାଜା ନ୍ୟୁଜ (୪ ଅଗଷ୍ଟ ବୁଧବାର ) ନୟାଗଡ଼ :- ନୟାଗଡ଼ ରୋଟାରୀ କ୍ଲବ ଆନୁକୂଲ୍ୟରେ ଏଠାକାର ରୋଟାରୀ ଭବନ ପରିସରରେ ଓଡ଼ିଆ ସାମ୍ବାଦିକ ଦିବସ କ୍ଲବର ସଭାପତି ତଥା ଯୁବ ସମାଜସେବୀ ଧୀରେନ୍ଦ୍ର ପଟ୍ଟନାୟକଙ୍କ ପୌରୋହିତ୍ୟରେ କୋଭିଡ ଆଇନ ଅନୁଯାୟୀ ପାଳିତ ହୋଇଯାଇଛି |ଏଥିରେ ମୁଖ୍ୟ ଅତିଥି ଭାବେ ମୁନିସିପାଲିଟି ର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଯେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସାମ୍ବାଦିକ ମାନଙ୍କର ଶୁଭ ମନାସିଥିବାବେଳେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ରୋଟାରୀ କ୍ଲବର ସମ୍ପାଦକ ମିହିର ରଞ୍ଜନ ନାୟକ,ବରିଷ୍ଠ ଆଇନଜୀବୀ ରଂଜିତ ଦାଶ,

ସାମାଜିକ କର୍ମୀ ପ୍ରମୋଦ ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଙ୍ଘ ନୟାଗଡ଼ ଶାଖା ସଭାପତି ଶ୍ରୀକାନ୍ତ ଖଟେଇ ପ୍ରମୁଖ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ |ତେବେ ବରିଷ୍ଠ ସାମ୍ବାଦିକ ପ୍ରଦୀପ୍ତ ରଥ, ବୈଦ୍ୟ ଭୂଷଣ ମହାପାତ୍ର, ଜୟେନ୍ଦ୍ର ମିଶ୍ର, ରାମକୃଷ୍ଣ ରଥ ସାମ୍ପ୍ରତିକ ପରିସ୍ଥିତିରେ “ଓଡ଼ିଆ ସାମ୍ବାଦିକତାର ଆବଶ୍ୟକତା ଏବଂ ଏହାର ଭବିଷ୍ୟତ” ସମ୍ପର୍କରେ ନିଜର ସାର ଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ |

ତେବେ ସଭା ପ୍ରାରମ୍ଭରୁ ମଂଚାସୀନ ଅତିଥିଗଣ ବିଭିନ୍ନ ସାମ୍ବାଦିକ ସଂଗଠନକୁ ଗୋଟିଏ ଗୋଟିଏ ଗଛ ପ୍ରଦାନ କରିଥିବାବେଳେ ଉପସ୍ଥିତ ସମସ୍ତ ସାମ୍ବାଦିକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ପରିଶେଷରେ କ୍ଲବର କୋଷାଧକ୍ଷ ଲଷ୍ମୀନାରାୟଣ ରଥ ଧନ୍ୟବାଦ ଅର୍ପଣ କରିଥିଲେ | ( ରିପୋର୍ଟ -ରାମକୃଷ୍ଣ ରଥ )
No Result
View All Result