No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ପାଟଣାଗଡ଼ :- ବିଶ୍ଵ ମୂଳ ନିବାସୀ ଆଦିବାସୀ ଦୀବସ କୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିବାକୁ ଅଖିଳ ଭାରତୀୟଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଜିଲ୍ଲା ଆୟୋଜନ ସମିତି ବଲାଙ୍ଗୀର ପକ୍ଷରୁ ମୂଖ୍ୟ ମନ୍ତ୍ରୀ ଙ୍କ ଉଦେଶ୍ୟରେ ଜିଲ୍ଲା ପାଳ ଚଞ୍ଚଳ ରଣା ଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି । ଲିଖିତ ଦାବି ପତ୍ର ଉଲ୍ଲେଖ ରହିଛି ଯେ ରାଜ୍ୟରେ ସମୁଦାୟ ଜନ ସଂଖ୍ୟା ର ପ୍ରାୟ ୨୪ ଭାଗ ଆଦିବାସୀ ସଂପ୍ରଦାୟ ଲୋକ ବସବାସ କରନ୍ତି । ଯାହାକି ୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାର ଲୋକ ସଂଖ୍ୟା ୪କୋଟି ୧ ଲକ୍ଷ । ରାଜ୍ୟ ରେ ମୂଳ ନିବାସୀ ଆଦିବାସୀ ଜନଜାତିଙ୍କ ତାଙ୍କର ସ୍ବତନ୍ତ୍ର ପରିଚୟ ଜୀବନ ଧାରଣ , ବାସସ୍ଥାନ ପ୍ରାକୃତିକ ପରିବେଶ ଉପରେ ପର୍ଯ୍ୟବେଶିତ ।
ସେମାନେ ସାଧାରଣତଃ ସରଲ ନିଷ୍କପଟ ହେତୁ ଅନ୍ୟ ମାନଙ୍କ ଦ୍ଵାରା ନିର୍ଯାଚିତ ଶୋଷଣ ର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ଆଦିବାସୀ ମାନଙ୍କ ଭାଷା ପରମ୍ପରା ସଂସ୍କୃତି , ମାନବିକ ଅଧିକାର , ପରିବେଶ ପ୍ରତି ଅବଦାନ , ଶିକ୍ଷା , ସ୍ବାସ୍ଥ୍ୟ ,ଜଳ , ଜଙ୍ଗଲ, ଜମି , ଜିବନ ଜୀବିକାର ସୁରକ୍ଷା ,ଓ ଅଧିକାରୀକୁ ସମ୍ମାନ ସହ ସାମାଜିକ,ଅର୍ଥନୈତିକ ବିକାଶ ତଥା ପାରମ୍ପରିକ ପ୍ରାକୃତିକ ଉତ୍ସ ର ସୁରକ୍ଷା ନିତାନ୍ତ ଆବଶ୍ୟକ । ତାଙ୍କର ମର୍ଯ୍ୟାଦା ପୂର୍ଣ୍ଣ ଅଧିକାର , ନ୍ୟାର୍ଯ୍ୟ ଦାବି , ପରିବେଶ ପ୍ରତି ଅବଦାନ କୁ ସୁରକ୍ଷା ଓ ପ୍ରୋତ୍ସାହନ ଦେବା ପାଇଁ ସଂପୃକ୍ତ ରାଷ୍ଟ୍ରସଂଘ ର ସାଧାରଣ ପରିଷଦର ସଂକଳ୍ପ ସଂଖ୍ୟା ୪୯/୨୧୪ ତା ୧୨ ଡିସେମ୍ବର ୧୯୯୪ ରେ ୯ ଅଗଷ୍ଟ କୁ ବିଶ୍ଵ ମୂଳ ନିବାସୀ ଦୀବସ ରୁପେ ଘୋଷଣା କରି ପାଳନ କରିଛନ୍ତି । ତତ୍ ସହିତ ୧୯୯୪- ୨୦୦୪ କୁ ୨୦୦୪ରୁ ୨୦୧୪ , ଦ୍ଵିତୀୟ ମୂଳ ନିବାସୀ ଦୀବସ ଦଶନ୍ଧି ଭାବେ କାର୍ଯ୍ୟ ଓ ମର୍ଯ୍ୟାଦା ପାଇଁ ଦଶନ୍ଧି ବାର୍ତ୍ତା ରହି ସଦସ୍ୟ ଦେଶ ମାନେ ପାଳନ କରିସାରିଛନ୍ତି ।

ଦେଶ ୩୦ ଅକ୍ଟୋବର ୧୯୪୫ ରୁ ସଂଯୁକ୍ତ ରାଷ୍ଟ୍ର ସଦସ୍ୟତା ଗ୍ରହଣ କରିଥିବା ବେଳେ ପ୍ରକୃତ ପ୍ରଚାର ପ୍ରସାର ସଚେତନତା ଦିଗରେ ଅଭାବ ରୁ ଦୀବସ ର ମୂଳ ଲକ୍ଷ୍ୟ ସାଧିତ ହୋଇପାରୁନାହିଁ ହେଲେ ଆନନ୍ଦ ବିଷୟ ବିଶ୍ଵ ମୂଳ ନିବାସୀ ଦୀବସ ପାଳିନ କରିବା ପାଇଁ ଛତିଶଗଡ଼ , ରାଜସ୍ଥାନ ଓ ମଧ୍ୟପ୍ରଦେଶ ସରକାର ୯ ଅଗଷ୍ଟ କୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିଛନ୍ତି ବୋଲି ଦାବୀ ପତ୍ର ଦର୍ଶାଇ ଛନ୍ତି । ଚଳିତ ବର୍ଷ ୯ ଅଗଷ୍ଟ କୁ ସରକାରୀ ଛୁଟିଦିନ ଭାବରେ ଘୋଷଣା କରିବା ସହିତ ଆଦିବାସୀ କର୍ମ ଚାରି ମାନଙ୍କୁ ସ୍ବତନ୍ତ୍ର ଭାବରେ ଛୁଟି ମଞ୍ଜୁର ପ୍ରଦାନ କରାଯାଉ ବୋଲି ଦାବି କରିଛନ୍ତି । ଅଖିଳ ଭାରତୀୟ ଗୋଁଣ୍ଡୱ।ନା ଗୋଁଣ୍ଡ ମହାସଭା ଜିଲ୍ଲା ଆୟୋଜନ ସମିତି ର ଅଧ୍ୟକ୍ଷ ଶ୍ୟାମସୁନ୍ଦର ଭୋଇ , ମହାସଚିବ ରାମଚନ୍ଦ୍ର ଧରୁଆ ,ଲେକୃଧରୁଆ , ପ୍ରତାପ ଧରୁଆ , ଗଣେଶ ମାଝୀ , ଗୋପାଳ ପ୍ରଧାନ , ମିନକେତନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।
No Result
View All Result