ମା’ ହିଙ୍ଗୁଳାଙ୍କ ୮୪ତମ ପୂଜାଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ବୁଧବାର ଦିନ ଉଦଯାପିତ ହୋଇଛି ।
କୋରାଇ, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) କୋରାଇରୁ ରଶ୍ମିରେଖା ମଲ୍ଲିକ, ଶନିବାର, ଏପ୍ରିଲ 11.4.2020 :- ଲକ୍ଷ୍ମୀନଗର ପଂଚାୟତ ସ୍ଥିତ ଆଂଚଳିକ ହିଙ୍ଗୁଳା କମିଟି ତରାପୁର ପକ୍ଷରୁ ମା’ ହିଙ୍ଗୁଳାଙ୍କ ୮୪ତମ ପୂଜାଉତ୍ସବ ମଙ୍ଗଳବାର ଠାରୁ ଆରମ୍ଭ ହୋଇ ବୁଧବାର ଉଦଯାପିତ ହୋଇଛି । ମଙ୍ଗଳବାର ପୂର୍ବାହ୍ଣରେ କଳସବୁଡା, ଅଙ୍କୁରାରୋପଣ, ଘଟସ୍ଥାପନ ହୋଇଥିଲା ବେଳେ ବୁଧବାର ପୂର୍ବାହ୍ଣରେ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇ ରାତି ୯ଟାରେ ପୂର୍ଣ୍ଣାହୁତି ଦିଆଯାଇଛି । ଅନୁଷ୍ଠିତ ପୂଜାକାର୍ଯ୍ୟକୁ ମାଆଙ୍କ ପୂଜକ ଶରତକୁମାର ପଣ୍ଡା ପୂଜାର୍ଚ୍ଚନା କରିଥିଲା ବେଳେ ଯଜ୍ଞକାର୍ଯ୍ୟ ଗୋପୀନାଥ ପାଢି, ଅଜୟ ଶତପଥୀ ଓ ହୃଷିକେଶ ମିଶ୍ର ପ୍ରମୁଖ ପର୍ଯ୍ୟାୟକ୍ରମେ ନିର୍ବାହ କରିବା ସହ ସଂପୃକ୍ତ ବ୍ରାହ୍ମଣଙ୍କ ଦ୍ୱାରା ପୂର୍ଣ୍ଣାହୁତି ଦିଆଯାଇଥିଲା ।
କରୋନା ପାଇଁ ୯ଦିନଧରି ହେବାକୁ ଥିବା ପୂଜାକାର୍ଯ୍ୟ ମାତ୍ର ୨ଦିନ ମଧ୍ୟରେ ନିରାଡମ୍ବରଭାବେ ସମାହିତ ହୋଇଥିଲା । ପୂଜାସ୍ଥଳକୁ କର୍ତା କି ଶ୍ରଦ୍ଧାଳୁ ଭକ୍ତଙ୍କୁ ନିଷେଧ କରାଯାଇଥିଲା । ପରୋକ୍ଷଭାବେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ କମିଟିର ସଭାପତି ପ୍ରଭାତକୁମାର ମଲ୍ଲିକ, ଉପସଭାପତି ଉମାକାନ୍ତ ରାଉତ, ଚକ୍ରଧର ପାଢି, ସଂପାଦକ ନନ୍ଦକିଶୋର ସାହୁ, ସହସଂପାଦକ ଅକ୍ଷୟକୁମାର ସାହୁ, ଯୁଗ୍ମସଂପାଦକ ଟୁକୁନା ବଳ, କୋଷାଧ୍ୟକ୍ଷ ବାବନଚନ୍ଦ୍ର ମଲ୍ଲିକ, ପ୍ରତାପରୁଦ୍ର ପାଢୀ, ମନୋହର ରାଉତ, ରାମଚନ୍ଦ୍ର ପଟ୍ଟୁ, ରମେଶଚନ୍ଦ୍ର ସାହୁ, ବାବାଜୀଚରଣ ସାହୁ, ପ୍ରଦୀପ ବଳ, ସୁରେନ୍ଦ୍ର ନାୟକ, ବିନୋଦକୁମାର ଦାସ ପ୍ରମୁଖ ପରିଚାଳନା କରିଥିଲା ବେଳେ କମିଟିର ସମସ୍ତ କର୍ମକର୍ତା ଓ ସଦସ୍ୟଙ୍କ ସମେତ ତରାପୁର, ରାଧାନଗର, ଲକ୍ଷ୍ମୀନଗର, କୃଷ୍ଣନଗର, ଭିକିପୁର, ବାଲିଆପଶି ଆଦି ସମଗ୍ର ଲକ୍ଷ୍ମୀନଗର ପାଂୟତର ଗ୍ରାମବାସୀ ସହଯୋଗ କରିଥିଲେ ।