No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ନିଯୁକ୍ତିର ଆବେଦନ ବୟସସୀମା ୪୨ ବର୍ଷ ବୃଦ୍ଧି ନିମନ୍ତେ ଜିଲ୍ଲା କଂଗ୍ରେସର ତରଫରୁ ଏକ ଦାବି ପତ୍ର ଓଡିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଗଜପତି ଜିଲ୍ଲାପାଙ୍କ ଜରିଆରେ ପ୍ରଦାନ କରାଯାଇଥିବାର ଜଣାପଡିଛି । ଏମାନେ ଜଣାଇଛନ୍ତି ଯେ, ରାଜ୍ୟରେ ୨୧ ବର୍ଷର ନିରଙ୍କୁଶ ଶାସନପରେ ମଧ୍ୟ ରାଜ୍ୟର ଯୁବ ପୀଢିଙ୍କୁ ନିଯୁକ୍ତି ନପାଇ ଦିଗ ହରା ହେବା ସହ ବେକାରୀ ସମସ୍ୟା ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି । ଯଦି ଓ ସେମାନଙ୍କ ହାତକୁ କାମଧନ୍ଦା ଯୋଗାଇବା ସରକାରଙ୍କ ଦାୟିତ୍ୱ ତତସହିତ ନିଯୁକ୍ତି ବିଜ୍ଞପ୍ତି ପ୍ରତ୍ୟେକ ବର୍ଷ ପ୍ରକାଶ କରି ମେଧାବୀ ଛାତ୍ରଛାତ୍ରୀଙ୍କୁ ଭବିଷ୍ୟତ ଗଢିବାର ସୁଯୋଗ ଦେବା ମଧ୍ୟ ସରକାରଙ୍କ ମୌଳିକ ଦାୟିତ୍ୱ ।

ଓଡିଶା ପବ୍ଲିକ ସର୍ଭିସ କମିଶନ, ଓଡିଶା ସବଓଡିନେଟ ଷ୍ଟାଫ ସିଲେକସନ୍ କମିଶନ, ଓଡିଶା ଷ୍ଟାଫ ସିଲେକ୍ସନ କମିଶନ,ଷ୍ଟେଟ ସିଲେକ୍ସନ ବୋର୍ଡ, ଆଦି ବୋର୍ଡ ଦ୍ୱାରା ପରିଚାଳିତ ବିଭିନ୍ନ ଚାକିରେ ଖାଲିଥିବା ପଦବୀ ଗୁଡକ ନିୟମାନୁସାରେ ପ୍ରତ୍ୟେକ ବର୍ଷ ପୁରଣ ହେବା କଥା । ମାତ୍ର ତାହା ଠିକ ସମୟରେ ପୁରଣ ନହେବା କାରଣରୁ ବହୁ ଆଶାୟୀ ମେଧୀବ ଛାତ୍ରଛାତୀମାନଙ୍କ ଉଜ୍ୱଳ ଭବିଷୟତ ଅନ୍ଧକାର ଆଡକୁ ଠେଲି ହୋଇଯାଉଛି । ଓଡିଶା ସରକାର ସରକାରୀ ଚାକିରୀ ପାଇଁ ଆଶାୟୀଙ୍କ ବୟସସୀମା ୩୨ ବର୍ଷରେ ସୀମିତ ରଖିଥିବା କାରଣରୁ ବହୁ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି । ବର୍ତ୍ତମାନ ବିଭିନ୍ନ ସାମାଜିକ, ଅର୍ଥନୈତିକ ଅବସାଦ କାରଣରୁ ଅଧିକାଂଶ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ପାଠ୍ୟକ୍ରମ ସାରିବା ବେଳକୁ ନିଯୁକ୍ତି ବୟସ ଅତିକ୍ରାନ୍ତ ହୋଇଯାଇଛି । ଅନ୍ୟପଟେ ସରକାରୀ ନିଯୁକ୍ତି ବିଜ୍ଞାପନ ଅବଧି ମଧ୍ୟ ୫ବର୍ଷରୁ ଅଧିକ ରହୁଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀ ସୁଯୋଗ ପାଇପାରୁନାହାନ୍ତି ।

ପ୍ରକାଶଯୋଗ୍ୟକି ବର୍ତ୍ତମାନ ସରକାରୀ ଚାକିରିରେ ରାଜ୍ୟର ସାଧାରଣ ବର୍ଗଙ୍କ ବୟସସୀମା ୩୨ ବର୍ଷରେ ସୀମିତ ରଖିଥିବା କାରଣରୁ ବୁ ମେଧାବୀ ଛାତ୍ରଛାତ୍ରୀ ସରକାରୀ ଚକିରିରୁ ବଞ୍ଚିତ ହେଉଛନ୍ତି । ପ୍ରକାଶଯୋଗ୍ୟ ଯେ, ବର୍ତ୍ତମାନ ସରକାରୀ ଚାକିରିରେ ରାଜ୍ୟର ସାଧାରଣ ବର୍ଗଙ୍କ ବୟସୀମା ୩୨ବର୍ଷ ଥିବା ବେଳେ ଗୋଆରେ ୪୫, ଆସାମରେ ୪୪, ଆନ୍ଧ୍ରରେ ୪୨, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶରେ ୪୦ବର୍ଷ ଧାର୍ଯ୍ୟ ରହିଛି । ଓଡିଶାରେ ବୟସସୀମାରେ ଏମିତି ତାରତମ୍ୟ ଥିବାରୁ ବହୁ ମେଧାବୀ ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ହାସଲ ପରେ ମଧ୍ କରକାରୀ ଚାକିରିର ଆବେଦନ ପାଇବାରୁ ସୁଯୋଗରୁ ବଞ୍ôଚତ ହେଉଛନ୍ତି ବୋଲି ଜିଲ୍ଲା ଯୁବ କଂଗ୍ରେସର ସଭାପତି ସୂର୍ଯ୍ୟନାରାୟଣ ପାତ୍ର, ନଗର କଂଗ୍ରେସ ସଭାପତି ବସନ୍ତ କୁମାର ପଣ୍ଡା ପ୍ରମୁଖ ଜଣାଇଛନ୍ତି । ଏହି ଦାବି ପତ୍ର ପ୍ରଦାନ ବେଳେ ଜିଲ୍ଲା କଂଗ୍ରେସର ବହୁ ଦଳୀ ନେତା କର୍ମୀ ମାନେ ଉପସ୍ଥିତଥିଲେ (ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result