No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର) ପାଟଣାଗଡ :- ଆଜି ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଉପଖଣ୍ଡସ୍ଥ ମୂଖ୍ଯ ଡାକ୍ତରଖାନା ଠାରେ ଦିନିକିଆ ହଙ୍ଗର ଷ୍ଟ୍ରାଇକ ରେ ବସିଛନ୍ତି ଜନମଞ୍ଚ ସିଭିଲ ସୋସାଇଟି ପାଟଣାଗଡ ର କର୍ମକର୍ତ୍ତା ମାନେ । ସଭାପତି ଶ୍ରୀ ଡିଙ୍ଗର କୁମ୍ଭାର ଙ୍କ ନେତୃତ୍ବ ରେ ରାଜ୍ଯସରକାର ଙ୍କ ସ୍ବାସ୍ଥ୍ୟ ବିଭାଗ ତଥା ବଲାଙ୍ଗୀର ସିଡିଏମଓ ଙ୍କ ଭେଦଭାବ ନୀତି ର ବିରୋଧ କରିଛନ୍ତି ସେମାନେ । ପାଟଣାଗଡ SDMO ଙ୍କ ମାଧ୍ୟମରେ ବଲାଙ୍ଗୀର CDMO ଙ୍କୁ ଦେଇଛନ୍ତି ଦାବୀ ପତ୍ର ।
ପାଟଣାଗଡ ଡାକ୍ତରଖାନା ପାଇଁ ଆବଶ୍ଯକ ଡାକ୍ତର ଙ୍କ କଥା ସେଥିରେ ଉଲ୍ଲେଖ କରାଯାଇଛି –
ଜଣେ ସର୍ଜରୀ ସ୍ପେସିଆଲିଷ୍ଟ
ଜଣେ ଅର୍ଥୋପେଡିକ୍ ସ୍ପେସିଆଲିଷ୍ଟ
ଜଣେ ଆନେସ୍ଥେସିଆ ସ୍ପେସିଆଲିଷ୍ଟ
ଜଣେ ଆଇ ସ୍ପେସିଆଲିଷ୍ଟ
ଜଣେ ପାଥୋଲୋଜୀଷ୍ଟ
ଗାଏନିକ ସ୍ପେସିଆଲିଷ୍ଟ ଙ୍କ ଡେପୁଟେସନରେ ଅନ୍ଯ ସ୍ଥାନକୁ ଯିବା ବନ୍ଦ କରାଯାଉ
ଡେପୁଟେସନରେ ରେ ଥିବା ମେଡିସିନ୍ ସ୍ପେସିଆଲିଷ୍ଟ ଙ୍କୁ ପାଟଣାଗଡ ରେ ସ୍ଥାୟୀ କରାଯାଉ । ପାଟଣାଗଡ ଉପଖଣ୍ଡସ୍ଥ ମୂଖ୍ଯ ଡାକ୍ତରଖାନା ରେ ୧୮ଜଣ ବିଶେଷଜ୍ଞ ଡାକ୍ତର ରହିବା କଥା । କିନ୍ତୁ ଏଠାରେ ମାତ୍ର ତିନି ଜଣ ବିଶେଷଜ୍ଞ ଡାକ୍ତର ଅଛନ୍ତି । ମେଡିସିନ୍ ସ୍ପେସିଆଲିଷ୍ଟ ଦୁଇଜଣ ସପ୍ତାହକ ତିନି ଦିନ ପାଇଁ ତଥା ଜଣେ MBBS ଡାକ୍ତର ଡେପୁଟେସନରେ ଅଛନ୍ତି । ସଂପୃକ୍ତ ଅଞ୍ଚଳର ସାଢେ ତିନି ଲକ୍ଷ ଜନସଂଖ୍ୟା ଲୋକଙ୍କ ପାଇଁ ଏତେ କମ ସଂଖ୍ଯକ ଡାକ୍ତର ଯଥେଷ୍ଟ ନୁହେଁ ।
ଲୋକଙ୍କ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇଁ ଶୀଘ୍ର ଉପରୋକ୍ତ ଦାବୀ ସବୁକୁ ପୁରଣ କରାନଗଲେ ଦଶ ଦିନ ପରେ ଆମରଣ ଅନସନ କରାଯିବ ଓ ସେଥିପାଇଁ ପ୍ରଶାସନ ଦାୟୀ ରହିବ ବୋଲି ଜନମଞ୍ଚ ତରଫରୁ କୁହାଯାଇଛି । ବଲାଙ୍ଗୀର ଏସଡିଏମ ଓ ଡ଼ ପିତବାସ ସା ପହଞ୍ଚି ଦାବି ପତ୍ର ଗ୍ରହଣ କରିବା ସହ ସମସ୍ୟା ର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାପରେ ଭୁକ ହଡତାଲ ରୁ ଓହରିଥିଲେ ।
ଏହି ହଙ୍ଗର ଷ୍ଟ୍ରାଇକରେ କଣ୍ଟାବାଞ୍ଜି ରବି କଲ୍ୟାଣ ସଂଗଠନ ସଦସ୍ୟମାନେ ଦାବି କୁ ସମର୍ଥନ ଜଣାଇଥିବା ବେଳେ ମାଁ କାଲୀ , ରମାଦେବୀ , ଗୋପିନାଥ ଆଦି ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ,ଅଷ୍ଟମୀ କୁମ୍ଭାର, ଭବାନୀ କୁମ୍ଭାର, ସବିତା କୁମ୍ଭାର, ପୁଷ୍ପା ସିଂ,କିଅଁ କୁମ୍ଭାର, ଟିକେନନୀ କୂମ୍ଭାର, ଲତା କୁମ୍ଭାର, ଶୁଶୀଲା ନାଗ, ସୁମିତ୍ରା ନାଗ, ପୁଷ୍ପାଞ୍ଜଳି ବଗର୍ତ୍ତୀ, ମଥୁରା ଷାଣ୍ଢ, ବହନା ବେହେରା, ଦୁଲଣା ବଗର୍ତ୍ତୀ, ସୀମା ବିଶ୍ବାଲ, କୌଶଲ୍ଯା ନାଗ, ବୁଧ କୁଦେଇ ପ୍ରମୂଖ ସାମିଲ ଥିଲେ ।( ଗୋରେଖନାଥ ବରିହା)
No Result
View All Result