No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨ ଅଗଷ୍ଟ ସୋମବାର ) ପଦ୍ମପୁର :- ପାଇକମାଲ ବ୍ଲକ ଜାମସେଠ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ବରିଷ୍ଠ କର୍ମଚାରୀ ଶ୍ରୀ ବତ୍ସ ତ୍ରିପାଠୀଙ୍କ ହୃଦଘାତ ଯୋଗୁଁ ପରଲୋକ ହୋଇ ଯାଇଛି। ମୃତ୍ଯୁ ବେଳକୁ ତାଙ୍କୁ ୫୭ ବର୍ଷ ବୟସ ହେଉଥିଲା। ନିଜ ଗ୍ରାମ ବରତୁଣ୍ଡାର ଅଙ୍ଗନଦୀ କୂଳର ସ୍ବର୍ଗଦ୍ବାର ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରା ଯାଇଛି। ଆଖପାଖ ଅଞ୍ଚଳର ବହୁତ ଲୋକ ତାଙ୍କ ଅନ୍ତିମ ସଂସ୍କାର ସମୟରେ ଉପସ୍ଥିତ ରହି ଶୋକସନ୍ତପ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି । ସେ ଜଣେ ଅତ୍ଯନ୍ତ ଭଦ୍ର,ନିରାଡମ୍ବର, ତଥା ପରୋପକାରୀ ବ୍ଯକ୍ତି ଥିଲେ ଏବଂ ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ ଉପାସକ ଥିଲେ। ଏକ ମାତ୍ର ପୁତ୍ର ଫକୀର ମୋହନ ତ୍ରିପାଠୀ (କାହ୍ନା) ମୁଖାଗ୍ନି ଦେଇ ଥିଲେ ।
ସେ ତାଙ୍କ ପଛରେ ସ୍ତ୍ରୀ ଜାନକୀ, ପୁଅ ଫକୀର ,ବୋହୁ ମେଘା,ଝିଅ ସନ୍ତୋଷିନୀ, ଜୋଇଁ ପ୍ରକାଶ ,ନାତି ନାତୁଣୀ,ବନ୍ଧୁ ପରିଜନ ଙ୍କୁ ଛାଡି ଚାଲି ଯାଇଛନ୍ତି। ଜାମସେଠ ପ୍ରାଥମିକ ସ୍ବାସ୍ଥ୍ଯ କେନ୍ଦ୍ର ପକ୍ଷରୁ ଏକ ଶୋକ ସଭା କରାଯାଇ ସେ ଜଣେ ସରଳ,ସଚ୍ଚୋଟ ଓ ଦକ୍ଷତା ସଂମ୍ପନ୍ନ କର୍ମଚାରୀ ଥିଲେ ବୋଲି ଫାର୍ମାସିଷ୍ଟ ପ୍ରଦୀପ ସାହୁ ଓ ବିପିନ କୁମାର ଭୋଇ ମତବ୍ୟକ୍ତ କରିଛନ୍ତି। ସ୍ବର୍ଗତ ତ୍ରିପାଠୀଙ୍କ ବିୟୋଗରେ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ,ଡାକ୍ତର ସୌମ୍ୟରଂଜନ ଦାଶ, ଡାକ୍ତର ଶ୍ରୀଧର ପ୍ରଧାନ,ଅବସର ପ୍ରାପ୍ତ ସିଡିଏମ୍ଓ ଡାକ୍ତର ରଜତ୍ କୁମାର ସାହୁ,ପୂର୍ବତନ ସରପଞ୍ଚ ଶ୍ରୀ ଦୁଃଶାସନ କୁମ୍ଭାର ଶୋକ ପ୍ରକାଶ କରି ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )
No Result
View All Result