No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଳକ ହରିଶଙ୍କର ରେଞ୍ଜ ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ଆସି ଅପଦ୍ରବ ସୃଷ୍ଟି କରୁଛନ୍ତି । ଏହି ହାତୀ ମାନେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତିନୋଟି ଗାଁ ରେ ପଶି ତିନୋଟି ଘର ଭାଙ୍ଗିବା ସହ ଘର ର ଧାନ ଚାଉଳ ଖାଇ ଦେଇଥିବା ଅଭିଯୋଗ ହେଉଥିବା ବେଳେ ଘର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ । ବିଳମ୍ବିତ ରାତିରେ ଏକ ହାତୀ ପଲ ବ୍ରାହ୍ମଣୀ ଗାଁ ର କ୍ଷେତ୍ରରେ ଥିବା ଏକ ଘର କୁ ଭାଙ୍ଗି ଦେଇଥିବା ବେଳେ ପରେ ଦାନାମାଳ ଓ ତୁର୍ଲା ରାସ୍ତା ମଝିରେ ଥିବା ମିନକେତନ ସପଡିଆଙ୍କ ଘର କୁ ଭାଙ୍ଗି ଘରେ ଥିବା ଧାନ ଚାଉଳ ଖାଇଥିଲେ । ଜଙ୍ଗଲ କଡ଼ ରେ ମିନକେତନ ସପଡିଆ ଓ ତାଙ୍କ ପତ୍ନୀ ମଦନା ସପଡିଆ ଘର କରି ରହୁଥିଲେ ।
ରାତି ରେ ଶୋଇଥିବା ବେଳେ ହାତୀ ଆସି ଘର କୁ ଭାଙ୍ଗି ଦେବାରୁ ଭୟରେ ଖଟ ତଲେ ଲୁଚି ଯାଉଥିଲେ ବୋଲି ମିନକେତନ ସପଡିଆ କହିଛନ୍ତି । ହାତୀ ମାନେ ଧାନ ଚାଉଳ ଖାଇ ଚାଳିଯାଇଥିଲେ । ପରେ ନାନ୍ଦୁପଲା ପଞ୍ଚାୟତ ଛଞ୍ଚାଣବାହାଲି ଗାଁ ର ଲଲିତ ବରିହା ଙ୍କ ଘର ର ଗୋଟିଏ କାନ୍ଥ ଭାଙ୍ଗି ଘରେ ଥିବା ୨ ବସ୍ତା ଧାନ ଚାଉଳ ଖାଇ ଜଙ୍ଗଲ କୁ ବୋହି ନେଇଥିବା ଜଣାପଡିଛି । ସେଠାରେ ମଧ୍ୟ ଲଲିତ ଓ ତାଙ୍କ ସ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ । ଗନ୍ଧମାର୍ଦ୍ଦନ ପାହାଡ଼ ତଳି ଅଞ୍ଚଳରେ ହାତୀ ଭୟ ଦେଖାଦେଇଥିବା ବେଳେ ବନବିଭାଗ ପହଂଚି କ୍ଷୟକ୍ଷତିର ଆକଳନ କରିଛି ।
ଏନେଇ ହରିଶଙ୍କର ରେଞ୍ଜ ଦାୟିତ୍ବରେ ଥିବା ରେଞ୍ଜର ଶ୍ରୀବତ୍ସ କୁମୁରା କୁ ପଚରାଇବା ରୁ ଦୁଇ ଟି ମାଈ ହାତୀ ତିନୋଟି ଗାଁ କୁ ପଶି ତିନୋଟି ଘର ଭାଙ୍ଗିବା ସହ ଘରେ ଥିବା ଧାନ ଚାଉଳ ଖାଇ ଦେଇଥିବା କହିଛନ୍ତି । ହାତୀ ମାନେ ବର୍ତ୍ତମାନ ଜଙ୍ଗଲ ଥିବା କହିଛନ୍ତି । ହାତୀ ର ଗତିବିଧି ଅନୁଧ୍ୟାନ କରିବା ସହ ଲୋକଙ୍କୁ ହାତୀ ପ୍ରତି ସଜାଗ ରହିବାକୁ କୁହାଯାଉଥିବା କହିଛନ୍ତି । କ୍ଷୟକ୍ଷତି ଆକଳନ କରି ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି ।( ଗୋରେଖନାଥ ବରିହା )
No Result
View All Result