No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ପାଟଣାଗଡ଼ :- ବ୍ରହ୍ମପୁରା ସ୍ଥିତ ଆଦିବାସୀ ଭବନ ଠାରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ବ୍ଲକ ସଭାପତି ଶ୍ରୀ ଅଷ୍ଟରତ୍ନ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆସନ୍ତା ୦୯ ଅଗଷ୍ଟ ହେବାକୁ ଥିବା ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ରେ ବିଶ୍ୱ ଆଦିବାସୀ ପାଳନ କରିବାକୁ ପ୍ରସ୍ତାବ କରାଗଲା । ୦୯ ଅଗଷ୍ଟ ୨୦୨୧ ବିଶ୍ୱ ଆଦିବାସୀ ଦିବସ ଦିନ ଦିବଂଗତ ଆଦିବାସୀ ନେତାଙ୍କ ଶ୍ରଦ୍ଧାଞ୍ଜଳି, ଆଦିବାସୀ ଭାଷା ସଂସ୍କୃତି,ଧର୍ମ, ଦେବା ଦେବୀ ପୀଠର ସୁରକ୍ଷା,ଆଦିବାସୀ ଛାତ୍ରଛାତ୍ରୀଙ୍କ ଉଚ୍ଚ ଶିକ୍ଷା, ସ୍ୱାସ୍ଥ୍ୟ ସୁରକ୍ଷା,
ଅର୍ଥନୈତିକ ବିକାଶ, ଜଳ ଜଙ୍ଗଲ ଜମିନ ସୁରକ୍ଷା ସଂରଣକ୍ଷ,ମେଡ଼ିକାଲ, ଇଞ୍ଜିନିୟରିଂ, ପ୍ରଫେସନାଲ ପାଠ୍ୟକ୍ରମରେ ଶତକଡ଼ା ୨୨.୫୦ ପ୍ରତିଶତ ସିଟ ସଂରକ୍ଷଣ,ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଯୁକ୍ତ ଦୁଇ,ଆଇ ଟି ଆଇ, ଗ୍ରାଜୁଏସନ, ପିଜି, ଡିପ୍ଲୋମା କଲେଜ ରେ ନାମ ଲେଖେଇବା ସମ୍ପୂର୍ଣ୍ଣ ଫିଜ ଛାଡ଼ କରିବା, ଆଦିବାସୀ ମାନଙ୍କ ମାନବିକ ସୁରକ୍ଷା ଅଧିକାର ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା,କୋରେନା ସଙ୍କଟ ସମୟରେ ଆଦିବାସୀ ପରିବାର ସ୍ୱତନ୍ତ୍ର କୋଭିଡ ପ୍ୟାକେଜ ବାବଦରେ ୧୦ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର ଉପଜିଲ୍ଲାପାଳ ମାନଙ୍କ ଜରିଆରେ ପ୍ରଦାନ କରିବାକୁ ସ୍ଥିରୀକୃତ କରାଯାଇଥିଲା ।
ବିଶ୍ୱ ଆଦିବାସୀ ଦିବସ କୁ ସରକାରୀ ଛୁଟି ଘୋଷଣା କରିବାକୁ ଦାବୀ କରାଯାଇଛି । ବୈଠକରେ ପଶ୍ଚିମ ଓଡିଶା ଆଦିବାସୀ କଲ୍ୟାଣ ମହାସଂଘ ର ମହାସଚିବ ଶ୍ରୀ ନିରଞ୍ଜନ ବିଶି, ବ୍ଲକ ସମ୍ପାଦକ ସାରଥୀ ବାଗ, ଉପ ସଭାପତି ଗଦି ବରିହା,ଯୁଗ୍ମ ସମ୍ପାଦକ ଗିରିରାଜ ଭୋଇ,ମନବୋଧ ବରିହା,ଘନ ଭୁଏ, ଧୁବଲେଶ୍ୱର ଭୋଇ,ମିନିକେତନ ଧରୁଆ, କୁନୁ ମୁଣ୍ଡା, ରାଜିନ ବରିହା,ଶିବ ଚରଣ ବରିହା,ପ୍ରମୁଖ ଉପସ୍ଥିତ ଥିବାବେଳେ ମୋତିଲାଲ ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ( ଗୋରେଖନାଥ ବରିହା )
No Result
View All Result