No Result
View All Result
ଓଡ଼ିଶା ତାଜା ନ୍ୟୁଜ (୧ ଅଗଷ୍ଟ ରବିବାର ) ବରଗଡ଼ :- କରୋନା ସମୟରେ ରକ୍ତାଭାବ କୁ ଦୁର କରିବା ପାଇଁ ବିଧାୟକ ଦେବେଶ ଆଚାର୍ଯ୍ଯ ଙ୍କ ତତ୍ବାବଧାନ ରେ ଆଜି ବରଡୋଲ ପିପଲି ପାଲି ର ଟିକ୍ରାପଡା ଠାରେ ବିବିସି କ୍ଲବ ଆନୁକୁଲ୍ୟରେ ସମ୍ବଲପୁରୀ ଦିନ୍ ଅବସର ରେ ଏକ ସ୍ବେଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିର ରେ ବରଗଡ଼ ରକ୍ତ ଭଣ୍ଡାର ତରଫ ରୁ ସର୍ବମୋଟ ୩୨ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଏହି ଶିବିର କୁ ମୁଖ୍ଯ ଅତିଥି ବିଧାୟକ ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ଯ ଫିତା କାଟି ଉଦ୍ଘାଟନ କରିଥିଲେ ।

ଏଥିରେ ଓଡ଼ିଶା ମୋ ପାରିବାର ର ଜିଲ୍ଲା ସଂଯୋଜକ ଗୌର ହରି ମିଶ୍ର, ବିଜୁ ଯୁବ ଜନତା ଦଳ ର ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ଜୀବନ ବିନ୍ଦୁ ର ସହ ସଂଯୋଜକ ଅଶ୍ୱିନୀ ତ୍ରିପାଠୀ,ରାଜା ମେହେର ପ୍ରମୁଖ ଯୋଗ ଦାନ କରିଥିଲେ।ବିବିସି କ୍ଲବ ର ଗଦନା, ଗୋପି, ସାଗର, ଇଗ୍ନେସ, ନାଗେଶ, ଅମିତ, ସିତୁନ, ରାକେଶ, ବିକି, ଗଣେଶ, ସୁରେଶ, ରାଜୁ, ଲିଙ୍ଗ, ଭୀମ, ସୁରଜ, ମାର୍କୁସ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ବରଗଡ଼:-(ସତ୍ୟ ନାରାୟଣ ପ୍ରଧାନ)
No Result
View All Result