No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର ) ହିଞ୍ଜିଳିକାଟୁ :- ରାଜ୍ୟ ସରକାରଙ୍କ କୋଭିଡ ନିୟମ ଅନୁଯାୟୀ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ସର୍ଵ ପ୍ରଥମେ ଆରମ୍ଭ ହୋଇଛି ଅନଲାଇନ ପ୍ଲାଟଫର୍ମରେ ଜନ ଅଭିଯୋଗର ପ୍ରତିକାର ବ୍ୟବସ୍ଥା”ମୋ ନିବେଦନ”।ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ଭାବେ ପରିଚାଳିତ ୫ ଟି ପଦ୍ଧତି ଆଧାରରେ ଜିଲ୍ଲାବାସୀଙ୍କୁ ବିଭିନ୍ନ ପ୍ରକାର ସାମାଜିକ ଅଭିଯୋଗର ସମୟାନୁବର୍ତ୍ତୀ ସମାଧାନ ବ୍ୟବସ୍ଥା ସ୍ୱରୂପ ଏକ ନୂତନ ପଦକ୍ଷେପକୁ ସର୍ବ ପ୍ରଥମେ ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ । ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଉଦ୍ୟମରେ”ମୋ ନିବେଦନ”ନାମକ ଏକ ଜନଆଦୃତ ଅଭିଯୋଗର ପ୍ରତିକାର ବ୍ୟବସ୍ଥା ସର୍ଵ ପ୍ରଥମେ ରାଜ୍ୟର ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଥିଲା। ପ୍ରଶାସନିକ ବ୍ୟବସ୍ଥା ସହ ତୃଣମୂଳ ସ୍ତରରେ ଏହାର ସଫଳତା ଓ ବାସ୍ତବତାକୁ ଉପଲବ୍ଧି କରି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ପୁଣି ଥରେ ସକରାତ୍ମକ ଭାବେ କାର୍ଯ୍ୟକାରୀ କରାଯାଇଛି।ଗତ ଜୁନ ୨୬ ତାରିଖରୁ ଜିଲ୍ଲାରେ ପ୍ରଥମ କରି ଅନଲାଇନ ପ୍ଲାଟଫର୍ମରେ ମୋ ନିବେଦନ ସେବାକୁ କାର୍ଯ୍ୟକାରୀ କରିବା ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ମାସର ପ୍ରତି ଶନିବାର ପଞ୍ଚାୟତ ସ୍ତରରେ ଏହି ଜନଆଦୃତ କାର୍ଯ୍ୟକ୍ରମ ଆୟୋଜିତ କରିବା ପାଇଁ ଜିଲ୍ଲାର ସମସ୍ତ ବିଡ଼ିଓ,ତହସିଲଦାର ଓ ପୌର ପ୍ରଶାସନ ଅଧିକାରୀଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।ଏହି ପରିପ୍ରେକ୍ଷୀରେ ଶନିବାର ଚତୁର୍ଥ ପର୍ଯ୍ୟାୟରେ ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ହିଞ୍ଜିଳି ବ୍ଳକର ଖରିଡା,ପୁଟିଆ ପଦର,ନନ୍ଦିକ, ପୋଚିଲିମ୍ମା ଓ ବଡ଼ଖଣ୍ଡି ଆଦି ୫ ଟି ପଞ୍ଚାୟତରେ ଅନୁଷ୍ଠିତ ହୋଇଥିଲା ଅନ ଲାଇନରେ ମୋ ନିବେଦନ କାର୍ଯ୍ୟକ୍ରମ।
ରାଜ୍ୟ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସାମାଜିକ ନିରାପତ୍ତା,ଖାଦ୍ୟ ସୁରକ୍ଷା,ଆବାସ ଯୋଜନା,ମୁଖ୍ୟମନ୍ତ୍ରୀ ଙ୍କ ଆର୍ଥିକ ସହାୟତା ପାଣ୍ଠି ଭଳି ବିଭିନ୍ନ ଜନକଲ୍ୟାଣ ମୂଳକ ଯୋଜନାରେ ୩୫ ଜଣ ବ୍ୟକ୍ତି ଅନ ଲାଇନ ବ୍ୟବସ୍ଥାରେ ମୋ ନିବେଦନ ରେ ଅଭିଯୋଗ ଦାଖଲ କରିଥିଲେ।ଏଥି ମଧ୍ୟରୁ ଖରିଡାରେ ୧୦ଜଣ,ପୁଟିଆ ପଦରରେ ୮ଜଣ,ନନ୍ଦିକରେ ୭ଜଣ, ପୋଚିଲିମ୍ମାରେ ୫ଜଣ ଓ ବଡ଼ଖଣ୍ଡି ପଞ୍ଚାୟତରେ ୫ ଜଣ ଆବେଦନକାରୀ ଖାଉଟି କାର୍ଡ, ଆବାସ ଗୃହ,ବାର୍ଦ୍ଧକ୍ୟ ଭତ୍ତା ଓ ଅନ୍ୟାନ୍ୟ ଆର୍ଥିକ ସହାୟତା ପାଇଁ ଅଭିଯୋଗ କରିଥିଲେ।ବ୍ଳକ କାର୍ଯ୍ୟାଳୟ ପକ୍ଷରୁ ବିଡ଼ିଓ ସୁବ୍ରତ କୁମାର ଜେନା,ତହସିଲଦାର ପ୍ରଭାତ କୁମାର ପରିଡା,ଏବିଡ଼ିଓ ଅରୁଣ କୁମାର ପ୍ରଧାନ,ଗଣ୍ଡଳା ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ ଓ ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।ଖରିଡା ପଞ୍ଚାୟତରେ ପିଇଓ ସୁଶାନ୍ତ କୁମାର ପାତ୍ର,ପୁଟିଆ ପଦରରେ ପିଇଓ ବିଜୟ କୁମାର ସେଠୀ,ନନ୍ଦିକରେ ପିଇଓ ବାସୁଦେବ ବେହେରା, ପୋଚିଲିମ୍ମାରେ ବ୍ଳକ ଅଧ୍ୟକ୍ଷ ଏନ ରଘୁନାଥ, ପିଇଓ ପୂର୍ଣ୍ଣଚନ୍ଦ୍ର ସାହୁ ଓ ବଡ଼ଖଣ୍ଡିରେ ପିଇଓ ପ୍ରତାପ କୁମାର ସାହୁ,ସରପଞ୍ଚ ରଘୁନାଥ ବେହେରା,କେ.ଦୁର୍ଗା ପ୍ରସାଦ ରାଓ, ମାଧୁରୀ ପାଣିଗ୍ରାହୀ,ଲିଲିମାଳା ପ୍ରଧାନ,ଭାଣ୍ଡି ରବୀନ୍ଦ୍ର,ସଭ୍ୟାରାଣୀ ପ୍ରଧାନ,ମନୋଜ କୁମାର ପ୍ରଧାନ,ଜିଆରଏସ ଶ୍ରୀକାନ୍ତ କୁମାର ପଣ୍ଡା,ଶିବ ଶଙ୍କର ସ୍ୱାଇଁ,ବିଏଫଟି ବୃନ୍ଦାବନ ଗୌଡ଼,କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ, ଅନାମ ବେହେରା ଓ ଜିପି ମନିଟର ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ: ଶୁସାନ୍ତ ପ୍ରଧାନ
No Result
View All Result