No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୧ ଜୁଲାଇ ଶନିବାର) କଳାହାଣ୍ଡି :- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ୍ ମାଝୀଗୁଡା ନିକଟରେ ଇନ୍ଦ୍ରାବତୀ ଉଠାଜଳସେଚନ କେନାଲ ବନ୍ଧ ଭାଙ୍ଗି ପ୍ରାୟ ୧୦ ଫୁଟରୁ ଉର୍ଦ୍ଧ ହେବ ଘାଇ ସୃଷ୍ଟି ହୋଇଛି। ଫଳରେ ଶହ ଶହ ହେକ୍ଟରର ଚାଷ ଜମି ଏବେ ଜଳମଗ୍ନ ଅବସ୍ଥାରେ ରହିଛି। ଚଳିତ ବର୍ଷ ଇନ୍ଦ୍ରାବତୀ ମେଗା ଲିଫ୍ଟ କେନାଲରୁ ଉଠା ଜଳ ସେଚନ ମାଧ୍ଯମରେ କୋକସରା ଏବଂ ଧର୍ମଗଡ ବ୍ଲକର ଅଣଜଳସେଚିତ ଚାଷ ଜମିକୁ ପାଣି ଯୋଗାଇବା ପାଇଁ ପ୍ରଥମ ଥର ପାଣି ଛଡା ଯାଇଥିଲା ହେଲେ ପ୍ରଥମ ବନ୍ୟାଜଳ ନିଷ୍କାସନରେ ହିଁ ଭାଙ୍ଗିଗଲା କେନାଲ ବନ୍ଧ। ଫଳରେ ହେକ୍ଟର ହେକ୍ଟର ଚାଷ ଜମି ଏବେ ଜଳମଗ୍ନ ହୋଇଛି। ସୂଚନା ଅନୁସାରେ କୋକସରା ବ୍ଲକର ମାଝୀଗୁଡା ନିକଟରେ ବିଳମ୍ବିତ ରାତିରେ ଓଭର ଫ୍ଲୋ ପାଣି କେନାଲ ଦେଇ ପ୍ରବାହିତ ଯୋଗୁଁ ଓ ନିମ୍ନମାନର କାମ ହୋଇଥିବା କାରଣରୁ କେନାଲ ବନ୍ଧ ଭାଙ୍ଗି ଯାଇଛି। ଯାହା ଫଳରେ ସେଠାରେ ପ୍ରାୟ ୧୦ ଫୁଟରୁ ଉର୍ଦ୍ଧ ଘାଇ ସୃଷ୍ଟି ହୋଇଛି ।
ଅପର ପକ୍ଷେ ୧୦ ରୁ ୧୨ ଦିନ ମଧ୍ୟରେ ଚାଷୀମାନେ ଧାନ ରୁଆ କରିଥିବା ବେଳେ ଏମିତି କି ବୁଣା ଧାନ ମଧ୍ଯ ପାଣି ମାଡ଼ି ଯିବାରୁ ଶହ ଶହ ହେକ୍ଟର ଚାଷ ନଷ୍ଟ ହେବାର ଆଶଙ୍କା ଦେଖା ଦେଇଛି। ତେବେ ଏନେଇ ମାଝୀଗୁଡା ଓ କୋକସରା ଅଞ୍ଚଳର ଚାଷୀ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ ବୋଲି ମତ ପ୍ରକାଶ କରିଛନ୍ତି। ଅନ୍ଯପଟେ ମାଝୀଗୁଡା ଓ କୋକସରାର ଚାଷୀମାନେ କେନାଲ ବନ୍ଧ ଭାଙ୍ଗିବା ପାଇଁ ଠିକାସଂସ୍ଥାର ନିମ୍ନମାନର କାମ ଓ ଅବହେଳାକୁ ଦାୟୀ କରିବା ସହ ସେମାନଙ୍କ ନଷ୍ଟ ହୋଇଥିବା ଚାଷର ଆକଳନ କରି କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ବର୍ତମାନ ସୁଦ୍ଧା ଘଟଣାସ୍ଥଳରେ ଠିକା ସଂସ୍ଥାର କୌଣସି କର୍ମଚାରୀ ବା ଜଣେ ଯନ୍ତ୍ରୀ ଏ ପର୍ଯ୍ଯନ୍ତ ପହଞ୍ଚି ନାହାନ୍ତି। ତେବେ ଏନେଇ କେନାଲ ପାଣିକୁ ବନ୍ଦ କରିବା ପାଇଁ ଇନ୍ଦ୍ରାବତୀ ମେଗା ଲିଫ୍ଟ କାର୍ଯ୍ୟାଳୟକୁ ଜଣାଇଥିବା ସୂଚନା ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ଘଟଣା ସ୍ଥଳକୁ ପ୍ରଶାସନିକ ଅଧିକାରୀ ପହଞ୍ଚି ନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।( ରିପୋର୍ଟ ପ୍ରଦୀପ କୁମାର ଗଉଡ, କଳାହାଣ୍ଡି ବ୍ୟୁରୋ ଚିଫ)
No Result
View All Result