No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୩୧ ଜୁଲାଇ ଶନିବାର) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ରାୟଗଡ ଥାନା ଅନ୍ତର୍ଗତ ସାନତୁଣ୍ଡି ଗ୍ରାମର ଦଶମ ଶ୍ରେଣୀ ଛାତ୍ର ମହେନ୍ଦ୍ର ଶବର (୧୫) ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରଜିଲ୍ଲାର ରେପାଲିଗ୍ରାମଠାରେଥିବାଏକ ମାଛ ଫାର୍ମକୁ ଦାଦନ ଖଟିବାକୁ ଯାଇଥିଲେ ବିଳମ୍ବିତ ରାତିରେ ବିଦ୍ୟୁତସର୍ଟସର୍କିଟ ଜଗୁ ନିଆଁଲାଗି ପୋଡି ହୋଇ ମୃତ୍ୟୁ କରିଥିବା ଅଭିଯୋଗ ହୋଇଛି । ଏନେଇ ପରିବାର ଲୋକେ ଖବର ପାଇବା ପରେ ପ୍ରଶାସନକୁ ନ ଜଣାଇ ମୃତ ଦେହ ଆଣିବା ପାଇଁ ଗୁଣ୍ଟୁରୁ ଯାଇଥିବା ନେଇ ରାୟଗଡା ବିଡିଓ ରାଜା ରଞ୍ଜିତ ପ୍ରତାପ ବଳ ଓ ସ୍ଥାନୀୟ ସରପଞ୍ଚ ସୁବାଷ ଶବର ସୁଚନା ଦେଇଛନ୍ତି ।
ପ୍ରକାଶ ଯେ, ଦୁଇବର୍ଷ ହେବ କରୋନା ଯୋଗୁଁ ପିଲାଙ୍କ ପାଠପଢା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବା ବେଳେ ଅଭାବଗ୍ରସ୍ତ ନିଜ ପରିବାରକୁ ସାହାର୍ଯ୍ୟ କରିବା ପାଇଁ ଚଳିତ ଜୁଲାଇ ମାସ ୧୪ ତାରିଖରେ ଜିତେନ୍ଦ୍ର ଶବରଙ୍କ ପୁଅ ମହେନ୍ଦ୍ର ଶବର ଓ ସେହି ଗ୍ରାମର ନବୀନ ଭୂୟାଁଙ୍କ ପୁଅ ଅରୁଣ ଭୂୟାଁ(୧୫) ଊଭୟ ମିଶି ଦାଦନ ଖଟିବା ପାଇଁ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଯାଇଥିଲେ । ସେଠାରେ ଏକ ଘରୋଇ ମାଛ ଫାର୍ମରେ କାମ କରି ଆସୁଥିଲେ । ସେ ଗୁରୁବାର ସନ୍ଧ୍ୟା ୬ଘଣ୍ଟାରେ ପରିବାର ଲୋକଙ୍କ ସହ ମୋବାଇଲ ଯୋଗେ ମହେନ୍ଦ୍ର କଥାବାର୍ତା କରିଥିଲେ ।
ତେବେ ହଠାତ ରାତ୍ର ସମୟରେ ଶୋଇଥିବା ବେଳେ କୌଣସି କାରଣ ବଶତଃ ବିଦ୍ୟୁତ ସଂସ୍ପର୍ଶରେ ଆସି ମହେନ୍ଦ୍ରର ମୃତ୍ୟୁ ହୋଇଯାଇଥିବା ତାଙ୍କ ସାଥିରେ ଯାଇଥିବା ଅରୁଣ ଭୂୟାଁ ପରିବାର ଲୋକଙ୍କୁ ମୋବାଇଲ ଯୋଗେ ଜଣାଇଥିଲେ । ଉକ୍ତ ଘଟଣା ପ୍ରଚାରିତ ହେବା ପରେ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ମହେନ୍ଦ୍ରଙ୍କ ପରିବାର ଲୋକେ ଖବର ପାଇ ଘଟଣା ସ୍ଥଳକୁ ଯାଇଥିବା ଜଣାପଡିଛି ।
ମହେନ୍ଦ୍ର ରାୟଗଡ ଏସ୍ଏସ୍ଡି ହାଇସ୍କୁଲର ଚଳିତ ବର୍ଷ ଦଶମ ଶ୍ରେଣୀର ଛାତ୍ର ବୋଲି ଜଣାପଡିଛି । ସ୍କୁଲ ଖୋଲିବା ଖବର ପାଇ ଅଗଷ୍ଟ ୧ରେ ମହେନ୍ଦ୍ର ଘରକୁ ଫେରି ଆସିବି ବୋଲି ତାଙ୍କ ପରିବାରଙ୍କୁ ଜଣାଇଥିଲେ ହେଲେ ହଠାତ ମହେନ୍ଦ୍ରଙ୍କ ଏପରି ଅକାଳ ବିୟୋଗ ଘଟିଥିବା ଯୋଗୁଁ ପରିବାର ଲୋକେ ଦୁଃଖରେ ଭାଙ୍ଗିପଡିଛନ୍ତି ।(ଗରୁଡ଼ ଧ୍ଵଜ ଚୌଧୁରୀ)
No Result
View All Result