No Result
View All Result
ଓଡ଼ିଶା ତାଜା ନ୍ୟୁଜ (୩୦ ଜୁଲାଇ ଶୁକ୍ରବାର ) ବରଗଡ଼ :- ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ କରିଛି ଆମ୍ ଆଦମୀ ପାର୍ଟି । ଟୁକୁର୍ଲା – ଖେଦାପାଲି ସ୍ଥିତ ଜିଲ୍ଳା ମୁଖ୍ୟ ଡାକ୍ତରଖାନାରେ ଅଲ୍ଟ୍ରା ସାଉଣ୍ଡ ସେବା ନଥିବାରୁ ରୋଗୀ ମାନେ ବରଗଡ଼ ପୁରୁଣା ହସ୍ପିଟାଲ କୁ ଆସୁଛନ୍ତି ଅଲ୍ଟ୍ରା ସାଉଣ୍ଡ କରିବା ପାଇଁ ଯାହାକି ଗାଡି ଭଡା ଦେଇ ଯିବା ଆସିବାରେ ଚର୍ଚ୍ଚାନ୍ତ ହେଉଛନ୍ତି କିମ୍ବା ପ୍ରାଇଭେଟ ରେ ଅଧିକ ଟଙ୍କା ଦେବାକୁ ବାଧ୍ୟ ହେଉଛନ୍ତି ।
୫୭ କୋଟି ଖର୍ଚ୍ଚ କରି ବରଗଡ଼ ଜିଲ୍ଳା ଲୋକଙ୍କୁ ଅତ୍ୟାଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାକୁ ନୂଆ ହସ୍ପିଟାଲ ମୁଖ୍ୟମନ୍ତ୍ରୀ ଉଦଘାଟନ କରିଥିଲେ ଜାନୁଆରୀ ୨୦୨୦ ମସିହାରେ କିନ୍ତୁ ଅତି ଆବଶ୍ୟକ ଭଳି ଅଲ୍ଟ୍ରା ସାଉଣ୍ଡ ସେବା ବି ଲୋକଙ୍କୁ ମିଳି ପାରୁ ନଥିବା ଆପ୍ ରାଜ୍ୟ ସମ୍ପାଦକ ଅମିତାଭ ପାତ୍ର ଅଭିଯୋଗ କରିଛନ୍ତି ।
ସେହିପରି ପୁରୁଣା ହସ୍ପିଟାଲ ରେ ପ୍ରସୂତି ମହିଳା ମାନଙ୍କ ସାଧାରଣ ପ୍ରସବ ହେଉଥିବା ବେଳେ ସିଜରିଆନ ଜନିତ ଅସ୍ତ୍ରୋପଚାର ସେବା ହେଉ ନଥିବା ରୁ ଗୁରୁତ୍ୱ ରୋଗୀଙ୍କୁ ଖେଦା ପାଲି ପଠା ଯାଉଛି ସେଠାରେ ଡାକ୍ତର କିମ୍ବା ଷ୍ଟାଫ ନଥିଲେ ପରେ ବୁର୍ଲା ରେଫର କରାଯାଉଛି ଏହା ମଧ୍ୟରେ ରୋଗୀର ଜୀବନ ପ୍ରତି ବିପଦ ରହୁଥିବା ଜିଲ୍ଳା ଆବାହକ ଭବାନୀ ସାହୁ ଅଭିଯୋଗ କରିଛନ୍ତି । ଏହାର ତୁରନ୍ତ ସମାଧାନ ନହେଲେ ଆମ୍ ଆଦମୀ ପାର୍ଟି ବରଗଡ଼ ବରଗଡ଼ ଜନ ସାଧାରଣଙ୍କ ସହ ଆନ୍ଦୋଳନ କରିବାକୁ ବାଧ୍ୟ ହେବ ।
No Result
View All Result