No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୯ ଜୁଲାଇ ଗୁରୁବାର) ପାରଳାଖେମୁଣ୍ଡି :- ମନରେ ଇଛାଶକ୍ତିଥିଲେ ମନୁଷ୍ୟ ଜୀବନରେ କିଛି ବି ହାସଲ କରିପାରେ । ଏମିତି ଏକ ଦୃଷ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲା ଆର.ଉଦୟଗିରି ବ୍ଲକ ସୁବଲଡା ପଞ୍ଚାୟତ ସଦର ମହକୁମା ସୁବଲଡା ଗ୍ରାମର ସ୍ୱର୍ଗତ ବୀରା ବଡମୁଣ୍ଡିଙ୍କ ପୁଅ ସାରଙ୍ଗ ବଡମୁଣ୍ଡିଙ୍କ ଠାରେ । ବର୍ତ୍ତମାନ ବୟସ ତାଙ୍କର ୫୧ ଅତିକ୍ରାନ୍ତ ହୋଇ ସାରିଛି । ୨୦୦୯ ଠାରୁ ଚଳିତ ବର୍ଷ ୨୦୨୧ ମଧ୍ୟରେ ସେ ୧୩ଥର ଦଶମ ପରୀକ୍ଷା ଦେଇ ଆସୁଥିଲେ ।
ଇତି ମଧ୍ୟରେ ସେ ୧୨ଥର ଫେଲ ମଧ୍ୟ ହୋଇଥିଲେ ମଧ୍ୟ ସେ ହାର ନ ମାନି ଚଳିତ ବର୍ଷ ଦଶମ ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇ ଆବଶ୍ୟକୀୟ ଅଧ୍ୟୟନ କରି ରାୟଗଡ ସରକାରୀ ଉଚ୍ଚ ମାଧ୍ୟମକି ବିଦ୍ୟାଳୟରେ ପରୀକ୍ଷା ଦେଇଥିଲେ । ଚଳିତ ପରୀକ୍ଷାରେ ସେ କୃତକାର୍ଯ୍ୟ ହାସଲ କରି ମୋଟ ୫୦୦ ମାର୍କରୁ ୧୬୫ ମାର୍କ ହାସଲ କରି ଇ ଗ୍ରେଡରେ ଉତ୍ତିର୍ଣ୍ଣ ହୋଇଥିଲେ । ତାଙ୍କ ବିଷୟ କହିବାକୁ ଗଲେ ସେ ଜଣେ ନିହାତି ଗରିବ ଆଦିବାସୀ ଅଟନ୍ତି ।
ବେଉସା କହିଲେ ଚାଷ ବାସ କରି ଯାହା କିଛି ଆଦାୟ ହୁଏ ସେଥିରେ ପରିବାର ପରିପୋଷଣ କରିଥାନ୍ତି । ତାଙ୍କର ଏକମାତ୍ର ପୁଅକୁ ବ୍ରହ୍ମପୁରରେ ସେ ବିଇଡି ପାଠ ପଢାଉଛନ୍ତି । ଚଳିତ ବର୍ଷ ପରୀକ୍ଷାରେ ପାସ ହୋଇ ସେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିଛନ୍ତି । ୫୧ବର୍ଷ ବୟସରେ ୧୩ଥର ପରୀକ୍ଷାଦେଇ କୃତକାର୍ଯ୍ୟ ହୋଇ ସେ ପାସ ହେବା ଖବର ଅଞ୍ଚଳରେ ପ୍ରଚାରିତ ହେବାପରେ ଜନସାଧାରଣଙ୍କ ତରଫରୁ ତାଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଛି ।(ଗରୁଡ଼ ଧ୍ଵଜଚୌଧୁରୀ)
No Result
View All Result