No Result
View All Result
ଓଡ଼ିଶା ତାଜା ନ୍ୟୁଜ ( ୨୯ ଜୁଲାଇ ଗୁରୁବାର) ପଦ୍ମପୁର :- ବିଭିନ୍ନ ଖବରକାଗଜ ତଥା ସାମାଜିକ ଗଣମାଧ୍ୟମରେ ବେଳେ ବେଳେ ଖବର ଏମିତି ଆସିଥାଏ ଯାହାକି ଜଣେ ସଚେତନ ନାଗରିକ ମନକୁ ଦୁଃଖ ଦେବା ସ୍ବଭାବିକ। ଏମିତି ଏକ ଖବର ପଢିଥିଲେ ବରଗଡ଼ ଜିଲ୍ଲା ଉପାନ୍ତ ଅଞ୍ଚଳ ରାଇସଲପଦର ଗ୍ରାମର ସେଫାଳି ସାହୁ । ସେଫାଳି ଟୁଇଟର ଏବଂ ଫେସବୁକ ଜରିଆରେ ଲୋକଙ୍କ ସମସ୍ୟାର ସମାଧାନ କରିବାରେ ବେଶ ପରିଚିତ। ଏଠାରେ ସୂଚନାଯୋଗ୍ୟ ଯେ ସେଫାଳି ସହିତ ସୋସିଆଲ ମିଡ଼ିଆରେ ସବୁବେଳେ ଚର୍ଚ୍ଚାର ପରିସରକୁ ଆସୁଥିବା ମୁକେଶ ସାହୁଙ୍କ ବାହାଘର ଅଳ୍ପ କିଛିଦିନ ପୂର୍ବରୁ ହୋଇଥିଲା ।
ଉଭୟଙ୍କୁ ଅଞ୍ଚଳରେ ଟୁଇଟର ଦମ୍ପତି ବୋଲି ସମ୍ବୋଧନ କରୁଥିବା ବେଳେ ଅସହାୟ ଗରିବ ଲୋକମାନଙ୍କ ପାଇଁ ଏମାନଙ୍କ ସକ୍ରିୟତା ସତରେ ପ୍ରଶଂସନୀୟ। କିଛିଦିନ ତଳେ ଦେବଗଡ଼ ଜିଲ୍ଲା ରାଇପୁର ଗ୍ରାମର ଜନସାଧାରଣ କେବଳ ଗୋଟିଏ ଚୁଆ ର ଭରସାରେ ପିଇବା ପାଇଁ ପାଣି ବ୍ୟବହାର କରୁଥିବା ସହିତ ଅନ୍ୟ ସମସ୍ତ କାର୍ଯ୍ୟ ମଧ୍ୟ ଏହି ଚୁଆ ଭରସା ବୋଲି ଗୋଟିଏ ଦୈନିକ ଖବରକାଗଜରେ ପ୍ରକାଶିତ ହୋଇଥିଲା ।
ସଙ୍ଗେ ସଙ୍ଗେ ସେଫାଳି ଉକ୍ତ ଖବରକାଗଜର ଫଟୋକୁ ଟୁଇଟ୍ ଜରିଆରେ ଦେବଗଡ଼ ଜିଲ୍ଲାପାଳଙ୍କ ସହ ବିଭାଗୀୟ ଅଧିକାରୀ, ମୁଖ୍ୟ ଶାସନ ସଚିବ ତଥା ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଟୁଇଟ ଆଧାରରେ ଦେବଗଡ଼ ଜିଲ୍ଲାରେ ସେଫାଳି ଙ୍କୁ ନିଜର ପ୍ରତିକ୍ରିୟା ଦେଇଛନ୍ତି, ଜିଲ୍ଲାପାଳ କହିଛନ୍ତି ଖୁବଶୀଘ୍ର ନଳକୂପ ମରାମତି କରାଯିବା ସହିତ ଉକ୍ତ ରାଇପୁର ଗ୍ରାମକୁ ମେଗା ଜଳ ଯୋଗାଣ ପ୍ରକଳ୍ପରେ ସାମିଲ କରାଯାଉଛି ବୋଲି ସୂଚନା ଦେଇଛନ୍ତି। ନବ ବିବାହିତା ସେଫାଳିଙ୍କ ଏପରି ସାଧୁ ଉଦ୍ୟମକୁ ଗ୍ରାମବାସୀ ତଥା ସଚେତନ ନାଗରିକ ମାନେ ପ୍ରଶଂସା କରୁଛନ୍ତି । (ରିପୋର୍ଟ – ନିରୋଜ କୁମାର ପାଣୀ)
No Result
View All Result