• About
  • Advertise
  • Privacy & Policy
  • Contact
Odisha Taza News
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ
No Result
View All Result
Odisha Taza News
No Result
View All Result
Home ଓଡ଼ିଶା

ହିଞ୍ଜିଳିକାଟୁ ବ୍ଲକ୍ ଓ ପୈାରାଞ୍ଚଳର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲା ପ୍ରଶାସନିକ ଅଧିକାରୀ ବୃନ୍ଦ ; ପ୍ରକଳ୍ପ ତ୍ବରାନ୍ବିତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Proprietor Abhimanyu Maharana by Proprietor Abhimanyu Maharana
July 28, 2021
in ଓଡ଼ିଶା, ଗଞ୍ଜାମ, ହୋମ୍
0
ହିଞ୍ଜିଳିକାଟୁ ବ୍ଲକ୍ ଓ ପୈାରାଞ୍ଚଳର ଉନ୍ନୟନ ପ୍ରକଳ୍ପ ପରିଦର୍ଶନ କଲେ ଜିଲ୍ଲା ପ୍ରଶାସନିକ ଅଧିକାରୀ ବୃନ୍ଦ ; ପ୍ରକଳ୍ପ ତ୍ବରାନ୍ବିତ ପାଇଁ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
Share on FacebookShare on TwitterWhatsapp

ଓଡ଼ିଶା ତାଜା ନ୍ୟୁଜ (୨୮ ଜୁଲାଇ ବୁଧବାର ) ହିଞ୍ଜିଳିକାଟୁ :-  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକ ଓ ପୋୖରାଞ୍ଚଳରେ ବହୁ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି। ନିଜ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କ ସର୍ବନିମ୍ନ ମୌଳିକ ସୁବିଧା ସୁଯୋଗର ଆବଶ୍ୟକତା ଅନୁସାରେ ବିଭିନ୍ନ ବିଭାଗରେ ବହୁ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ଲୋକଙ୍କ ଅଭାବ ଓ ଆବଶ୍ୟକତା ପୂରଣ କରିବା ଦିଗରେ ପ୍ରକଳ୍ପ ଗୁଡିକର କାର୍ଯ୍ୟକାରିତା,ଉପଯୋଗୀତା ଏବଂ ଅନ୍ୟାନ୍ୟ ସୁବିଧା ଓ ଅସୁବିଧା କଣ ରହିଛି ସେନେଇ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ପ୍ରଶାସନିକ ଅଧିକାରୀ ମାନେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ବ୍ଲକ ଓ ପୈାରାଞ୍ଚଳର ଉନ୍ନୟନ ପ୍ରକଳ୍ପ ଗୁଡ଼ିକର ସମୀକ୍ଷା କରିଥିଲେ। ବୁଧବାର ପୂର୍ବାହ୍ନରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ହିଞ୍ଜିଳିକାଟୁ ଗ୍ରସ୍ତରେ ଆସି ସ୍ଥାନୀୟ ପୈାରାଞ୍ଚଳର ୮୦ ଶଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ, ଇନଡୋର ଷ୍ଟାଡିୟମ, ଏମସିସି, ଏମଆରଏଫ ସେଣ୍ଟର, ମୋ ପୋଷାକ ହବ ବୁଲି ଦେଖିବା ସହ କାର୍ଯ୍ୟକାରିତା ସମ୍ପର୍କରେ ପଚାରି ବୁଝିଥିଲେ ।

ସେଠାରୁ ସ୍ଥାନୀୟ ବ୍ଳକର ଭେଙ୍କଟରାୟପଲ୍ଲୀ ଗ୍ରାମରେ ନିର୍ମିତ ଗାଇ ଗୁହାଳ, ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ, ଉଚ୍ଚ ବିଦ୍ୟାଳୟ ସ୍ମ୍ରାର୍ଟ କ୍ଳାସରୁମ, ଅଙ୍ଗନବାଡି କେନ୍ଦ୍ର, ପାନୀୟ ଜଳ ଟ୍ୟାଙ୍କ, ସାରୁ ପଞ୍ଚାୟତରେ ନିର୍ମିତ ଗାଇ ଗୁହାଳ, ସ୍ମ୍ରାର୍ଟ କ୍ଳାସରୁମ, ଶାସନ ଆମ୍ବଗାଁ ପଞ୍ଚାୟତରେ ନିର୍ମିତ ମଡେଲ ଟ୍ୟାଙ୍କ, ଏମସିସି, ଏମଆରଏଫ କେନ୍ଦ୍ର, ଅଙ୍ଗନବାଡି କେନ୍ଦ୍ର, ଦାରୁଭଦ୍ରା ପଞ୍ଚାୟତରେ ନିର୍ମିତ ଆଦର୍ଶ ଶିଶୁ ଉଦ୍ୟାନ, ଦୁର୍ବନ୍ଧ ପଞ୍ଚାୟତରେ ନିର୍ମିତ ଏମସିସି, ଏମଆରଏଫ କେନ୍ଦ୍ର, ଆଦର୍ଶ ଶିଶୁ ଉଦ୍ୟାନ ବୁଲି ଦେଖିଥିଲେ । ପରେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରେୟ ଭାଉ ସାହେବ, ଜିଲ୍ଲା ସହରାଞ୍ଚଳ ଉନ୍ନୟନ ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ, ଉପ ଜିଲ୍ଲାପାଳ ପ୍ରିୟରଞ୍ଜନ ପୃଷ୍ଟି, ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଜ୍ୟୋତି ଶଙ୍କର ରାୟ ପ୍ରମୁଖ ମଞ୍ଚାସିନ ଥିଲେ। ହିଞ୍ଜିଳି ପୌର ଓ ବ୍ଳକ ଅଞ୍ଚଳରେ ଚାଲିଥିବା ଉନ୍ନୟନ ପ୍ରକଳ୍ପର ବିଭାଗୀୟ ଅଧିକାରୀଙ୍କ ସହ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।କେଉଁ କେଉଁ ସବୁ ଉନ୍ନୟନ ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି ଏବଂ କେଉଁ ସବୁ ପ୍ରକଳ୍ପ ନିର୍ମାଣାଧୀନ ରହିଛି ତାହା ଆଲୋଚନା କରିଥିଲେ। କେଉଁ ସବୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ ଅସୁବିଧା ସୃଷ୍ଟି ହେଉଛି ଏବଂ ଲୋକଙ୍କ ସୁବିଧା ପାଇଁ କେଉଁ ସବୁ ଉନ୍ନୟନ ପ୍ରକଳ୍ପର ଜରୁରୀ ଆବଶ୍ୟକତା ରହିଛି ସେ ସମ୍ପର୍କରେ ଜିଲ୍ଲାପାଳ ବିଭିନ୍ନ ଲାଇନ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।

ମୁଖ୍ୟତଃ ପଞ୍ଚାୟତ ସ୍ତରରୁ ଆସିଥିବା ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପ ଗୁଡ଼ିକର ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ଶେଷ କରିବା ପାଇଁ ଲାଇନ୍ ବିଭାଗର ଅଧିକାରୀ ମାନଙ୍କୁ ଗଞ୍ଜାମ ଜିଲ୍ଲାପାଳ କୁଲାଙ୍ଗେ ନିର୍ଦ୍ଦେଶ ଦେଇଥିଲେ । ସମୀକ୍ଷା ବୈଠକରେ ତହସିଲଦାର ପ୍ରଭାତ କୁମାର ପରିଡା,ବିଡ଼ିଓ ସୁବ୍ରତ କୁମାର ଜେନା,ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ, ଉପଖଣ୍ଡ ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ପ୍ରତିଭା ପାତ୍ର, ଗୋଷ୍ଠୀ କୃଷି ଅଧିକାରୀ ବଳରାମ ସୁବୁଦ୍ଧି,ସହକାରୀ କୃଷି ଅଧିକାରୀ ଅମର ପ୍ରସାଦ ସାହୁ,ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସରୋଜ କୁମାର ମିଶ୍ର, ବ୍ଳକ ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ପୂର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଉମା ଚରଣ ପାଢ଼ୀ, ଜଳ ସମ୍ପଦ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ଚୌଧୁରୀ,ସହକାରୀ ଯନ୍ତ୍ରୀ ପରମାନନ୍ଦ ସାହୁ,ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଇଂ ସତ୍ୟ ନାରାୟଣ ଦାଶ,ସିଡିପିଓ ଶୁଭଶ୍ରୀ ପାତ୍ର, ଗୋଷ୍ଠୀ ପ୍ରାଣୀ ଚିକିତ୍ସିକ ଡାକ୍ତର ଲମ୍ବୋଦର ମହାପାତ୍ର, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶୁଭ୍ରସ୍ମିତା ସାହୁ,ଯୋଗାଣ ନିରୀକ୍ଷକ ପୁରଞ୍ଜୟ ସାହୁ,ଜଳ ଯୋଗାଣ ବିଭାଗ କନିଷ୍ଠ ଯନ୍ତ୍ରୀ ରବୀନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ବୁଧବାର ଅନୁଷ୍ଠିତ ଜିଲ୍ଲାପାଳଙ୍କ ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ସମସ୍ତ ଲାଇନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ ।    ( ରିପୋର୍ଟ: ଶୁସାନ୍ତ ପ୍ରଧାନ )

Proprietor Abhimanyu Maharana

Proprietor Abhimanyu Maharana

  • Trending
  • Comments
  • Latest
ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

ଆୟୋଜକ ଆସିବା ପୂର୍ବରୁ ପଂହଁଚିଲେ ମୁଖ୍ୟ ଅତିଥି , ସଭା ସ୍ଥଳରେ ଚାଲିଲା ଜନ ଶୁଣାଣି

June 13, 2024
ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

ବିଜେଡି ସଭାପତି ପଦ ନାମାଙ୍କନ ଦାଖଲ କଲେ ନବୀନ

February 24, 2020
ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

ମହାନୁଭବତା ଦେଖାଇଲେ ନୟାଗଡ ଜିଲ୍ଲାପାଳ : ସାଧାରଣରେ ପ୍ରଂଶସା ର ସୁଅ

May 19, 2020
ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା  ।

ନୟାଗଡ ଜିଲ୍ଲାରେ ପ୍ରଥମ ମୁଣ୍ଡ ନେଲା କରୋନା ।

July 1, 2020
ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

ଓଡ଼ଗାଁ ମହୋତ୍ସବ ଏବଂ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଈଁ ଆଜି ପ୍ରସ୍ତୁତି ବୈଠକ

0
“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

“ଢ଼ିଙ୍ଗିରି ଛତୁ” ଫାର୍ମ ପରିଦର୍ଶନ କଲେ କୃଷି ମନ୍ତ୍ରୀ ଡ଼ଃ.ଅରୁଣ ସାହୁ ,ଓଡ଼ଗାଁ

0
କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

କୋରୁକୋଣ୍ଡା ଠାରେ ଚାଷୀଙ୍କ ଧାନ ବସ୍ତା ରଖି ରାସ୍ତାରୋକ ।

0
ହୀରାକୁଦ – ନିଷିଦ୍ଧଞ୍ଚଳ ରେ  ତିନି ଅଭିନେତ୍ରୀ ଙ୍କ  ସହିତ  ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

ହୀରାକୁଦ – ନିଷିଦ୍ଧଞ୍ଚଳ ରେ ତିନି ଅଭିନେତ୍ରୀ ଙ୍କ ସହିତ ମନ୍ତ୍ରୀ ଙ୍କ ଝିଅ ସେଲ୍ଫି ଫୋଟୋ , ଭିଡିଓ ଭାଇରାଲ ।

0
ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

ନୟାଗଡ଼ ଜିଲ୍ଲା ସାମ୍ବାଦିକ ସଙ୍ଘ ପକ୍ଷରୁ କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା

May 3, 2026
ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଞ୍ଚସଖା ଶିକ୍ଷା ସେତୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

May 3, 2026

Recent News

Welcome to Odisha Taza News.
Chief Editor: Abhimanyu Maharana
Email: odishatazanews1@gmail.com
whatsapp - 9938341180
contact no - 7008991872

Browse by Category

  • Uncategorized
  • ଅନୁଗୁଳ
  • ଅପରାଧ
  • ଓଡ଼ିଶା
  • କଟକ
  • କନ୍ଧମାଳ
  • କରୋନା
  • କଳାହାଣ୍ଡି
  • କେନ୍ଦୁଝର
  • କେନ୍ଦ୍ରାପଡା
  • କୋରାପୁଟ
  • କ୍ରୀଡ଼ା
  • ଖେଳ
  • ଖୋର୍ଦ୍ଧା
  • ଗଜପତି
  • ଗଞ୍ଜାମ
  • ଜଗତସିଂହପୁର
  • ଜୀବନଚର୍ଯ୍ୟା
  • ଝାରସୁଗୁଡା
  • ଢେଙ୍କାନାଳ
  • ଦେବଗଡ଼
  • ଦେଶ
  • ନବରଙ୍ଗପୁର
  • ନୟାଗଡ଼ ନିଉଜ୍
  • ନୂଆପଡ଼ା
  • ପଂଚାୟତ ନିର୍ବାଚନ
  • ପୁରୀ
  • ଫୋଟୋ ଗ୍ୟାଲେରୀ
  • ବରଗଡ଼
  • ବଲାଙ୍ଗିର
  • ବାଣିଜ୍ୟ
  • ବାଲେଶ୍ଵର
  • ବିଚିତ୍ର
  • ବିଶ୍ଵ
  • ବୌଦ୍ଧ
  • ଭଦ୍ରକ
  • ମନୋରଞ୍ଜନ
  • ମୟୁରଭଞ୍ଜ
  • ମହାନଗର
  • ମାଲକାନଗିରି
  • ଯାଜପୁର
  • ରାଜନୀତି
  • ରାୟଗଡା
  • ରାଶିଫଳ
  • ଶିକ୍ଷା ଓ ନିଯୁକ୍ତି
  • ସମ୍ବଲପୁର
  • ସୁନ୍ଦରଗଡ଼
  • ସୁବର୍ଣ୍ଣପୁର
  • ହୋମ୍

Recent News

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

ସୃଷ୍ଟି ଏକାଡେମି ଅଫ୍‌ ମ୍ୟାନେଜ୍‌ମେଣ୍ଟ ଆଣ୍ଡ୍‌ ଟେକ୍ନୋଲୋଜିରେ ରକ୍ତଦାନ ଶିବିର ପ୍ରତି ବ୍ୟକ୍ତି ରକ୍ତ ଦେବା ନିହାତି ଆବଶ୍ୟକ

May 3, 2026
ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

ଜିଲ୍ଲା କାର୍ଯ୍ୟକାରିଣୀ ଓ ପ୍ରତିବାଦ ସଭା ସାମ୍ବାଦିକଙ୍କ ଦାବି ପାଇଁ ଲଢ଼େଇ ଜାରି ରହିବ

May 3, 2026
  • About
  • Advertise
  • Privacy & Policy
  • Contact

© 2023 Odisha Taza News.

No Result
View All Result
  • ହୋମ୍
  • ଓଡ଼ିଶା
  • ଖେଳ
  • ଜୀବନଚର୍ଯ୍ୟା
  • ଦେଶ
  • ରାଜନୀତି
  • ବାଣିଜ୍ୟ
  • ବିଶ୍ଵ
  • ନୟାଗଡ଼ ନିଉଜ୍
  • ମନୋରଞ୍ଜନ
  • ଶିକ୍ଷା ଓ ନିଯୁକ୍ତି
  • ଫୋଟୋ ଗ୍ୟାଲେରୀ
  • ରାଶିଫଳ

© 2023 Odisha Taza News.

Go to mobile version