No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଜୁଲାଇ ବୁଧବାର ) ପାଟଣାଗଡ଼ :- ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ବଲାଙ୍ଗୀର ଜିଲ୍ଲା କମିଟି ପକ୍ଷରୁ ପାଟଣାଗଡ଼ ବ୍ଳକ ଗଙ୍ଗା ସାଗର ଗ୍ରାମ ସ୍ଥିତ କୋଶଳେଶ୍ୱର ମନ୍ଦିର ଠାରେ ପ୍ରସ୍ତୁତି ବୈଠକ ଜିଲ୍ଲା ସଭାପତି ସୁନାରାମ ପୁଟେଲ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ କମିଟି ର ମୁଖ୍ୟ ଜିଲ୍ଲା ସଂଯୋଜକ ଅମିଲ ପୁଟେଲ ପରିଷଦ ର କାର୍ଯ୍ୟ ପନ୍ଥା ଉପରେ ଆଲୋକପାତ କରିଥିଲେ । ଗ୍ରାମ ପଞ୍ଚାୟତ ରୁ ଜିଲ୍ଲା ସ୍ତରୀୟ କମିଟି ବୈଠକ ଆୟୋଜନ କରାଯିବା ସହିତ କଳାକାର କାର୍ଯ୍ୟ କାରୀ କମିଟି ଗଠନ କରିବା ଉପଯୁକ୍ତ ଯୋଗ୍ୟ କଳାକାର ଚିହ୍ନଟ କରିବା , ଏବଂ ପରିଷଦ ଓ କମିଟି ର ନିୟମାବଳୀ କୁ ମାନିଚଳିବା ଆଦି ବିଷୟରେ ଆଲୋଚନା କରାଯାଇଥିଲା ।
ଏଥି ରେ ଖପ୍ରାଖୋଲ ବ୍ଳକ ସଭାପତି ଥବିର ଚରଣ ସାହୁ ,କାନ୍ତ ବଗର୍ତ୍ତି , , ତ୍ରିନାଥ କମ୍ପ, ତ୍ରିଲୋଚନ ସରାଫ ,ତରଣୀ ସେନ ପୁଟେଲ , ସୁବାଷ ବର୍ଗତି ,ତିର୍ଥ ଚିରାଗୁନ, ଲକ୍ଷ୍ମଣ ବଗର୍ତ୍ତି, ଉଗ୍ରସେନ ରାଜ ପାଲିଆ , ନିଶାନ୍ତ କୁମାର ଦାସ ,ଚ୍ୟାରମେନ ବୁଦ୍ଧିଆ ,ଜଗତ ପ୍ରଧାନ , ଗୈାତ୍ତମ ମହାଲିଙ୍ଗ , ପବିତ୍ର ପୁଟେଲ , ଗୋପାଳ ଜେନା , ରମେଶ ବନଛୋର , ଜୟସିଂ ବୁଦ୍ଧିଆ ,ଡିଲେଶ୍ଵର ମେହେର, ଚୁଡ଼ାମଣି ବଗର୍ତ୍ତି , ଘନଶ୍ୟାମ ଭୋଇ , ଚୈତନ୍ୟ ପୁଟେଲ ପ୍ରମୁଖଙ୍କ ସମେତ ଅନ୍ୟ କର୍ମ କର୍ତ୍ତା ସଦସ୍ୟ ମାନେ ଉପସ୍ଥିତ ଥିଲେ ।
ଆଗାମୀ ଦିନରେ ପରିଷଦ ପକ୍ଷରୁ ବିଭିନ୍ନ ପଞ୍ଚାୟତ ଗୁଡିକ ବୈଠକ ଆୟୋଜନ କରାଯିବାର ନିଷ୍ପତ୍ତି ନିଆଯାଇଥିଲା ।କୋଭିଡ କଟକଣା ନିୟମ ଅନୁସାରେ ସାମାଜିକ ଦୁରତା ରକ୍ଷା ସହ , ସାବୁନ ଲଗେଇ ହାତ ଧୋଇବା ,ସାନିଟାଇଜର ବ୍ୟବହାର କରିବା , ସମସ୍ତେ ମାସ୍କ ପିନ୍ଧିବା ପାଇଁ ଅନୁରୋଧ କରାଯାଇଥିଲା । ପଶ୍ଚିମ ଓଡ଼ିଶା ଲୋକ କଳା ପୁନଃ ଉଦ୍ଧାର ପରିଷଦ ଜିଲ୍ଲା ସଂପାଦକ ମିନକେତନ ପ୍ରଧାନ ସଭାପରିଚାଳନା କରିଥିବା ବେଳେ ଦିନବନ୍ଧୁ ବଗର୍ତ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ( ଗୋରେଖନାଥ ବରିହା )
No Result
View All Result