No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୮ ଜୁଲାଇ ବୁଧବାର )କଳାହାଣ୍ଡି:-ବର୍ତ୍ତମାନ ସବୁ ରାଜନୈତିକ ଦଳ ମାନଙ୍କରେ ଯୁବକ ମାନଙ୍କ ପ୍ରଧାନ୍ୟତା ବଢ଼ିବାରେ ଲାଗିଥିବା ବେଳେ ଦଳ ର ବିଭିନ୍ନ ଉତ୍ତର ଦାୟିତ୍ୱ ରେ ମଧ୍ୟ ପଦ ଦେଉଥିବା ସହ ସାଙ୍ଗଠନିକ ସୁଦୃଢତା କୁ ଆହୁରି ମଜବୁତ କରିବା ପାଇଁ ଯୁବମୋର୍ଚ୍ଚା ଉପରେ ଦଳ ନିଜର ଆସ୍ଥା ଓ ବିଶ୍ୱାସ ପ୍ରକଟ କରୁଛି। ଏହି ପରିପେକ୍ଷୀରେ ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସମ୍ପାଦକ ଶ୍ରୀ ପ୍ରିତେଶ କୁମାର ବହିଦାରଙ୍କ ଉପରେ ମଧ୍ୟ ଦଳ ଗୁରୁଦାୟିତ୍ୱ ନ୍ୟସ୍ତ ପୂର୍ବକ ତାଙ୍କୁ କଳାହାଣ୍ଡି ଜିଲ୍ଲା ଯୁବମୋର୍ଚ୍ଚା
ପ୍ରଭାରୀ ଭାବରେ ପଦ ଘୋଷଣା କରିଥିବା ବେଳେ, ଏହି ଘୋଷଣା କୁ ନେଇ ରାଜ୍ୟ ତଥା ଜିଲ୍ଲା ସହ ପଦ୍ମପୁର ଭାରତୀୟ ଜନତା ପାର୍ଟି ରେ ଜଡିତ ଯୁବକ ମାନଙ୍କ ସହ ଅଞ୍ଚଳ ର ବିଭିନ୍ନ ଯୁବ ସଂଗଠନ ତରଫରୁ ମଧ୍ୟ ଶ୍ରୀ ବହିଦାର ଙ୍କୁ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା। ଏହି ପଦ ଘୋଷଣା ପରେ ଶ୍ରୀ ବହିଦାର ଜିଲ୍ଲା ତଥା ରାଜ୍ୟ ର ସମସ୍ତ ନେତୃବୃନ୍ଦ ଙ୍କୁ ତାଙ୍କ ଉପରେ ଆସ୍ଥା ଓ ବିଶ୍ୱସ ଦେଖାଇ ତାଙ୍କ ଉପରେ ଏହି ଗୁରୁ ଦାୟିତ୍ୱ ର ଭର ଦେଇଥିବାରୁ ଧନ୍ୟବାଦ ଜ୍ଞାପନ କରିବା ସହ ଆଗାମୀ ଦିନ ରେ ସଂଗଠନ ର ସୁଦୃଢତା ସହ ଦେଶ ର ଉନ୍ନତି ଦିଗରେ ସବୁ ବେଳେ ନିଜର ଯଥାସମ୍ଭବ ପ୍ରୟାସ ଜାରି ରଖିବେ ବୋଲି କହିଛନ୍ତି । ରିପୋର୍ଟ – ନିରୋଜ କୁମାର ପାଣୀ
No Result
View All Result