No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୭ ଜୁଲାଇ ମଙ୍ଗଳବାର) ଭୁବନେଶ୍ୱର :- ଦେଶର ପ୍ରଥମ ଡ୍ରିଙ୍କ୍-ଫ୍ରମ-ଟ୍ୟାପ୍ ପ୍ରକଳ୍ପ ପୁରୀରେ କାର୍ଯ୍ୟକାରୀ କରିବା ସହିତ ଲସ ଆଞ୍ଜେଲସ୍ ଓ ସିଙ୍ଗାପୁର ଭଳି ବିଶ୍ୱ ମାନଚିତ୍ରରେ ଓଡିଶା ସ୍ଥାନ ପାଇଥିବାବେଳେ ସୁଜଳ ଯୋଜନାକୁ ସମାଲୋଚନା କରିବା ରାଜ୍ୟ ବିଜେପି ପାଇଁ ଖଟା ଅଙ୍ଗୁରର ପରିସ୍ଥିତି ସୃଷ୍ଟି କରିଛି । ପୁରୀବାସୀଙ୍କ ବିକାଶରେ ବିଜେପି ଇର୍ଷାନ୍ୱିତ ହୋଇ ଏଭଳି ସମାଲୋଚନା କରୁଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଶ୍ରୀ ମହାନ୍ତି କହିଛନ୍ତି ଯେ ବିଜେପି ନେତା ଗୋଲକ ମହାପାତ୍ର ନିଜକୁ ପ୍ରଥମେ ଜଣେ ଓଡିଆ ଓ ପରେ ବିଜେପି ଦଳର ବୋଲି ଆମେ ଭାବିଥିଲୁ ।
ସେହିଭଳି ଜଣେ ଓଡିଆ ଭାବେ ସେ ପୁରୀ ଲୋକଙ୍କ ପାଇଁ ଓଡିଶାର ଏଭଳି ଜାତୀୟ ସଫଳତାରେ ଗର୍ବ ଅନୁଭବ କରୁଥିବେ ବୋଲି ଆଶା କରୁଥିଲୁ । କିନ୍ତୁ ଦୁର୍ଭାଗ୍ୟବଶତଃ ପୁରୀରେ କାର୍ଯ୍ୟକାରୀ ହୋଇଥିବା ଏହି ଐତିହାସିକ ପ୍ରକଳ୍ପକୁ ନେଇ ସେ ମିଥ୍ୟା, ଭିତ୍ତିହୀନ ତଥା ମନଗଢା ବିବୃତ୍ତି ଦେବା ସହିତ ଶସ୍ତା ରାଜନୀତି ଉପରେ ଧ୍ୟାନ ଦେଉଛନ୍ତି ।
ଏଥିରୁ ଜଣାପଡୁଛି ଯେ ଶ୍ରୀ ମହାପାତ୍ର ଏବଂ ଓଡିଶା ବିଜେପି ପୁରୀ ଏବଂ ପୁରୀବାସୀଙ୍କ ବିକାଶରେ ଇର୍ଷାନ୍ୱିତ ଏବଂ ଅସହିଷ୍ଣୁ ହୋଇ ପଡିଛନ୍ତି । ପୁରୀ ଏବଂ ଏହାର ଲୋକଙ୍କ ପ୍ରତି ତାଙ୍କର ନକରାତ୍ମକ ମନୋଭାବରୁ ସେମାନେ ପୁରୀ ଲୋକଙ୍କ ପାଇଁ ସୁଜଳ ଯୋଜନା ମାଧ୍ୟମରେ ହୋଇଥିବା ଭଲ କାର୍ଯ୍ୟକୁ ନିଚ୍ଚା ଦେଖାଇବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।
No Result
View All Result