No Result
View All Result

ଓଡ଼ିଶା ତାଜା ନ୍ୟୁଜ (୨୬ ଜୁଲାଇ ସୋମବାର ) ବରଗଡ଼ : – ୯ ଦଫା ଦାବିରେ ଓଡ଼ିଶା ମୋଟର ଚାଳକ ସଂଘ ବରଗଡ଼ ଜିଲ୍ଲା କମଟୀ ପକ୍ଷରୁ ଆହୂତ ୧୨ ଘଣ୍ଟିଆ ବରଗଡ଼ ଜିଲ୍ଲା ବନ୍ଦ ସଫଳ ହୋଇଛି। ବନ୍ଦ ଯୋଗୁଁ ଜୀବନଯାତ୍ରା ପ୍ରଭାବିତ ହୋଇଛି। ବରଗଡ଼ ସଦର ମହକୁମା ସ୍ଥିତ ଦୋକାନ ବଜାର, ସରକାରୀ ବେସରକାରୀ ଅଫିସ୍, ଅନୁଷ୍ଠାନ ଗୁଡ଼ିକ ବନ୍ଦ ରହିଥିବା ପରିଲକ୍ଷିତ ହୋଇଛି। ସେହିପରି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ରେ ମଧ୍ୟ ଏହାର ପ୍ରଭାବ ଦେଖାଦେଇଥିଲା। ଜିଲ୍ଲା ସଦର ମହକୁମା ସ୍ଥିତ ଗାନ୍ଧୀ ଛକଠାରେ ଆନ୍ଦୋଳନ କିରୀମାନେ ରାସ୍ତା ଅବରୋଧ କରିଥିଲେ। ସେହିପରି ଅତାବିରା,

ବରପାଲି, ଝାରବନ୍ଧ, ରେଙ୍ଗାଲି କେମ୍ପ, ଭେଡେନ, ଭଟଲି,ଅମ୍ବାଭନା, ଆଦି ସ୍ଥାନ ର ଚାଳକ ସଂଘ ର କର୍ମକର୍ତ୍ତା ମାନେ ଙ୍କ ଅଖ ବନ୍ଦ କରି ଥିଲେ। ୯ ଦଫା ଦାବି ମଧ୍ୟରେ ଚାଳକ ମାନଙ୍କ ପାଇଁ କଲ୍ୟାଣ ପାଣ୍ଠି ଗଠନ,ଶ୍ରମ ବିଭାଗ ଦ୍ବାରା ପଞ୍ଜିକରଣ କରିବା,୬୦ ବର୍ଷ ରୁ ଉର୍ଦ୍ଧ୍ବ ବୟସର ଚାଳକ ଙ୍କୁ ପେନସନ ବ୍ୟବସ୍ଥା କରିବା,ଚାଳକ ମାନଙ୍କ ପିଲା ଛୁଆ ଙ୍କ ପାଠ ପଢାର ବ୍ୟବସ୍ଥା କରିବା,

କରୋନାରେ ପ୍ରାଣ ହରାଇଥିବା ଚାଳକ ଙ୍କ ପରିବାର ଙ୍କୁ ପଚାଶ ଲକ୍ଷ ଟଙ୍କା ର ସହାୟତା ଯୋଗାଇ ଦେବା,କରୋନାରେ କାର୍ଯ୍ୟ ହରାଇ ଥିବା ଚାଳକ ମାନଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ଘୋଷଣା,ଚାଳକ ମାନଙ୍କୁ ଭୋଟ ଦେବା ଅଧିକାର ଆଦି ଦାବି ରହିଥିବା ଜଣାପଡିଛି। ଏ ସଂପର୍କରେ ବହୁବାର ସରକାର ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପ୍ରତିକାର ନ ହେବାରୁ ଆଜି ସଂଘ ପକ୍ଷରୁ ବନ୍ଦ ପାଳନ କରାଯାଇଥିବା ଆନ୍ଦୋଳନ କିରୀମାନେ କହିଥିଲେ । ( ସତ୍ୟ ନାରାୟଣ ପ୍ରଧାନ)

No Result
View All Result