No Result
View All Result
ଓଡ଼ିଶା ତାଜା ନ୍ୟୁଜ (୨୫ ଜୁଲାଇ ରବିବାର) ପାଟଣାଗଡ଼ :- ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ଅଞ୍ଚଳରେ କେତେକ ସାର ଦୋକାନ ରେ ୟୁରିଆ ସାର କିଣିବା ବେଳେ ଚାଷୀ ଙ୍କୁ ହଇରାଣ ହେଉଥିବା ଓ ସାର କଳାବଜାରୀ ସହ ଚଢ଼ା ଦରରେ ବିକ୍ରୀ ହେଉଥିବା ଅଭିଯୋଗ ହେଉଛି । ଅଭିଯୋଗ ଅନୁଯାୟୀ ଖପ୍ରାଖୋଲ ବ୍ଳକ ରେ ସାର କଳାବଜାରୀ ହେଉଥିବା ଓ ବିଭିନ୍ନ ପ୍ରକାର କୀଟ ନାଶକ ,ସାର ଚଢ଼ା ଦରରେ ବିକ୍ରୀ କରାଯାଉଥିବା ଅଭିଯୋଗ ହେଉଛି । ୟୁରିଆ ସାର ସରକାରୀ ଧାର୍ଯ୍ୟ ଦର ରୁ ଚଢ଼ା ଦରରେ ବିକ୍ରୀ କରାଯାଉଥିବା ବେଳେ ଚାଷୀ ବେପାରୁଆ ଲାଭଖୋର ବେପାରୀ ମାନଙ୍କ ଯୋଗୁଁ ଚାଷୀ ଶୋଷଣ ଶିକାର ହେଉଛି । ୟୁରିଆ ସାର ସହିତ ଭିଟାମିନ ନେବାକୁ ଚାଷୀ ଙ୍କୁ ବାଧ୍ୟ କରାଯାଉଛି ବୋଲି ମଧ୍ୟ ଚାଷୀ ମାନେ ପ୍ରକାଶ କରିଛନ୍ତି । ଚାଷୀ ଦୀର୍ଘ ଦିନ ଧରି ଅଭିଯୋଗ କରିଆସୁଥିଲେ ମଧ୍ୟ ବିଭାଗୀୟ ଅଧିକାରୀ ଦୃଷ୍ଟି ଦେଇ ନାହାନ୍ତି ।
ଶେଷ ଚାଷୀ ବାଧ୍ୟ ହୋଇ ଖପ୍ରାଖୋଲ ସ୍ଥିତ କୃଷି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ । ଚାଷୀ ନେତା ଇନ୍ଦ୍ରମଣିଧ ସାହୁ ଙ୍କ ନେତୃତ୍ବରେ ଅନୁଷ୍ଠିତ ଧାରଣା ରେ ସାର କଳାବଜାରୀ ରୋକିବାକୁ ଦାବି କରିଥିଲେ । ଖପ୍ରାଖୋଲ ବ୍ଳକ ରେ ସାର ଓ ବିହନ , କୀଟ ନାଶକ କୃଷି ଯନ୍ତ୍ରପାତି ମହଜୁଦ ନଥିବାରୁ ଚାଷୀ ମାନେ କଲାବେପାରୀ ମାନଙ୍କ ଶୋଷଣ ଶିକାର ହୋଇଥିବା ଅଭିଯୋଗ କରିଛନ୍ତି ।
ଅନ୍ୟପକ୍ଷରେ ସାର ଗୋଦାମ ରେ ମହଜୁଦ ନରଖି ଅନ୍ୟତ୍ର ରହି ଚଢା ଦରରେ ବିକୁଥିବା ଚାଷୀମାନେ ଗୁରୁତର ଅଭିଯୋଗ ଆଣିଛନ୍ତି । ଏନେଇ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ଚାଷୀ ମହଲରେ ଦାବି ହେଉଛି । ଯଦି ଆଗାମୀ ଦିନରେ ସରକାର ଚାଷୀମାନଙ୍କ ସମସ୍ୟା ଦିଗରେ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚାଷୀ ବୁଡୁ ବରିହା ,ଖିରସିନ୍ଧୁ ନିଆଲ ,ହେମସାଗର ସାହୁ , କ୍ଷିରୋଦ ଖମାରୀ ,ଖେଡୁମାଝୀ , ପିଣ୍ଟୁ ବାଗ , ସନ୍ତୋଷ ପୁଞ୍ଜି ଙ୍କ ସମେତ ଅଞ୍ଚଳ ର ଚାଷୀ ମାନେ ଚେତାବନୀ ଦେଇଛନ୍ତି । (ଗୋରେଖନାଥ ବରିହା )
No Result
View All Result